Posted inRasifala

ରାଶିଫଳ: ରବିବାର, ଫେବ୍ରୁଆରି ୯ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ପୁଷ୍ୟା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ ଏବଂ କିନ୍ତୁ କୌଣସି କାମ ଅଟକି ରହିବ ନାହିଁ ା ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ମଧ୍ୟାହ୍ନ ପରେ ପରେ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ।
ବୃଷ
ବୃଷ
ବୁଧ ମିତ୍ର ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସୁଫଳ ପାଇବେ।
ମିଥୁନ
ମିଥୁନ
ରାଶି ଓ ଚତୁର୍ଥାଧିପ ନବମସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ମନକଥା ମନରେ ରଖିପାରିବେ ନାହିଁ, ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ ବାଧ୍ୟ ହେବେ। ବନ୍ଧୁମାନଙ୍କ ପରାମର୍ଶରେ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ର ହେତୁ ଦେହ ଭଲ ରହିବ ଏବଂ ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାଶୋରି ଦେବେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌, ପବ୍ଳିକେଶନ,ଆଲୋଚନା ଓ ସଭାସମିତି ରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସି˚ହ
ସି˚ହ
ଧନକର୍ମାଧିପ ରାଶିକୁ ଅବଲୋକନ କରୁଥିବାରୁ ଆର୍ଥିକ ଉନ୍ନତି ସହ କର୍ମକ୍ଷେତ୍ର ସୁରୁଖୁରୁରେ ଚାଲିବ। କିନ୍ତୁ ଉତରାଫାଲଗୁନୀ ନକ୍ଷତ୍ର ସକାଶେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ସହଯୋଗ ଅଭାବରୁ ତାହା ମଉଳି ଯିବାକୁ ବସିପାରେ। ବ୍ୟବସାୟ, ନିର୍ମାଣ, ଯାତ୍ରା, କଚେରି ମାମଲା ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
କନ୍ୟା
ଶୁକ୍ରଙ୍କ ଶୁଭଦୃଷ୍ଟି ଅର୍ଥନୈତିକ ଅଭିବୃଦ୍ଧି ସହ ନୂତନ କର୍ମାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଦ୍ୱାରା ଅନ୍ୟମାନେ ବିଭିନ୍ନ ପ୍ରକାରର ଟୀକ୍କାଟୀପଣୀ ଦେଇପାରନ୍ତି। ନିର୍ମାଣ ଓ ବ୍ୟବସାୟିକ କ୍ଷେତ୍ର ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବାର ଆଶଙ୍କା ରହିଛି।
ତୁଳା
ତୁଳା
ରାହୁଙ୍କ ପାପଦୃଷ୍ଟିର କୁପ୍ରଭାବରେ ବାରମ୍ବାର ଚେଷ୍ଟା କରି ମଧ୍ୟ କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। କୈାଣସି ବିବାଦୀୟ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାର ଆଶା ରହିଛି। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ ।
ବିଛା
ବିଛା
ଆଜି ଅର୍ଥପାଇବେ ସତ କିନ୍ତୁ କଥାବାର୍ତ୍ତା ଓ ବ୍ୟବହାରରେ କୈାଣସି ବ୍ୟତିକ୍ରମ କାର୍ଯକ୍ଷେତ୍ରକୁ ପ୍ରଭାବିତ କରିପାରେ। ଯାହାକୁ ନିଜର ମନେ କରୁଛନ୍ତି ସେହିମାନେ ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ସହିପାରିବେ ନାହିଁ। ଅଫିସ୍‌ରେ କେତେକ ବ୍ୟକ୍ତି ମଧ୍ୟ ନିଜର ଭଳି ଅଭିନୟ କରି ପଛରେ ବିଭିନ୍ନ ପ୍ରକାରର କଥା କହିବେ।
ଧନୁ
ଧନୁ
ବାକ୍‌ଭାବାଧିପତି ସ୍ବଗୃହସ୍ଥ ଯୋଗୁ ଋକ୍ଷ ଓ କଠୋର ବାକ୍ୟାଳାପରେ ଅନ୍ୟମାନଙ୍କୁ ଚୁପ୍‌ କରାଇଦେଇପାରନ୍ତି। ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ସଠିକ୍‌ ସାମନା କରିବା ପାଇଁ ଦୃଢତା ଅକ୍ଷୁଣ୍ଣ ରହିବ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। କିନ୍ତୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର
ମକର
ଆଜି ଧନାଧିପତି ରାଶିରେ ଅବସ୍ଥାନ କରି ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାରର କଥା କହିପାରନ୍ତି। ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ଖୁସି ହେବେ। ଶିଳ୍ପ,ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ସକାଶେ ଚେଷ୍ଟା କରିପାରନ୍ତି।
କୁମ୍ଭ
କୁମ୍ଭ
ନିଜକୁ ସଂକୁଚିତ ମନେକରି ପରିବାରର ଅକୁହାକଥାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଅଧସ୍ଥନ କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆପଣଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ। ବାଣିଜ୍ୟ ଓ ବ୍ୟବସାୟିକ ସଫଳତା ମିଳିବ। ଶିକ୍ଷା, ପରୀକ୍ଷା,ଆଲୋଚନା, ଲେଖାପଢା ଓ ରଚନାମତ୍କ କାମରେ ସଫଳତା ହାସଲ କରିବେ।
ମୀନମୀନ
କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। ପାରିବାରିକ କ୍ଷେତ୍ରରେ କିମ୍ବା ସଭାସମିତିର ଆଲୋଚନା ଅବସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ତଥାପି ନିଜର କାର୍ଯ୍ୟ ଦକ୍ଷତା ହେତୁ ବନ୍ଧୁ ମାନଙ୍କ ଗହଣରେ ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ…

ରାଶିଫଳ: ବୁଧବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର, ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ଭାଗ୍ୟ ସ୍ଥାନରେ ଚନ୍ଦ୍ର ଥିବାରୁ ଖୁସୀ ମନରେ କାମ କରିବା ସହ ବନ୍ଧୁ ପରିଜନମାନଙ୍କ ଆଦରଣୀୟ ହେବେ। ଶନିଙ୍କ ଦୁର୍ବଳତା କାରଣରୁ କେତେକ ସାମାନ୍ୟ ଭୁଲ୍‍ରୁ…

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri