Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ
ଚତୁର୍ଥସ୍ଥାନକୁ ଶନିଦୃଷ୍ଟି ଯୋଗୁ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତ ମୁଠାରୁ ସୁଯୋଗ ଖସିଯିବାର ଆଶଙ୍କା ରହିଛ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବେ ଏବଂ ପ୍ରକାଶନ, ପ୍ରଶାସନ, ଗବେଷଣା କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
କର୍ମଭାବରେ ରବି ଓ ବୁଧ ହେତୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଚେଷ୍ଟା କରୁଥିବା କାର୍ଯ୍ୟହାନୀ କାରଣରୁ ମନରେ ସରସତା ରହିବ ନାହିଁ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ଶତ୍ରୁ ଉପଦ୍ରବ ଲାଗି ରହିପାରେ।
ମିଥୁନ
ମିଥୁନ
ନୂତନକର୍ମାରମ୍ଭ କରିବା ସକାଶେ ବିଭିନ୍ନ ଯୋଜନା କରିବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଆତ୍ମୀୟମାନଙ୍କ ଖାପଛଡା ମନୋଭାବରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ଦୂରଯାତ୍ରାର ସୁଯୋଗ ଜୁଟିପାରେ।
କର୍କଟ
କର୍କଟ
ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଆଶାପୂରଣ ହେବ ଏବଂ ଯୋଉଁ କାମରେ ହାତ ଦେଇଛନ୍ତି ସେଥିରେ ସଫଳତା ପାଇବେ। ଭୁଲ୍‌ ବୁଝାମଣାବଶତଃ ଭାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟୟ ଅଟଳଳ କରିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ପାପପ୍ରଭାବରେ ମଙ୍ଗଳ ଯୋଗୁ ଅଯଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ କିନ୍ତୁ ସନ୍ତାନଙ୍କ ସକାଶେ ବ୍ୟସ୍ତତା ବଢିପାରେ।
କନ୍ୟା
ଅନୁକୂଳଗ୍ରହସ୍ଥିତିରୁ ଆଜି ବନ୍ଧୁମାନଙ୍କ ସହ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ମାନସକ ଅସ୍ଥିରତା କାରଣରୁ ପାରିବାରିକ ସ୍ତରରେ ଦୁର୍ଭାବନା ବଢି ବଢି ଚାଲିବ। ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ନିଜର ଫାଇଦା ହାସଲ ପାଇଁ ସହକର୍ମୀମାନେ ଫନ୍ଦିଫିକର କରିପାରନ୍ତି।
ତୁଳା
ତୁଳା
ଯୁକ୍ତିତର୍କ ଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆବଶ୍ୟକତା ଭରଣା କରିବା ସକାଶେ ଧାର ସୂତ୍ରରେ ଅର୍ଥ ପାଇବେ। ଗୁରୁଜନଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।
ବିଛା
ବିଛା
ସ୍ବଗୃହୀ ବୃହସ୍ପତିଙ୍କ ପ୍ରଭାବରେ କଠିନ ଶ୍ରମ ପରିପ୍ରେକ୍ଷୀରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। ସ୍ବାର୍ଥସାଧନ ନୈରାଶ୍ୟରେ ଆତ୍ମୀୟ ମାନେ କ୍ରମଶଃ ଦୁରେଇ ଯାଇପାରନ୍ତି। ଏଣେ ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହିବ ନାହିଁ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।
ଧନୁ
ଧନୁ
ସଭାସମିତିରେ ଅପ୍ରିୟ ସତ୍ୟ ଭାଷଣ ଜନିତ ଅନ୍ୟ ମାନଙ୍କର ଚକ୍ଷୁଶୂଳ ହେବେ। ଆକସ୍ମିକ ଭାବରେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି। କୌଣସି ଆଗନ୍ତୁକଙ୍କ ସହ ତର୍କ ଜନିତ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇ ପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଅତୀତର ଘଟିଯାଇଥିବା ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରି ଅସ୍ଥିରତା ଅନୁଭବ କରିବେ। ସ୍ବାସ୍ଥ୍ୟ ଠିକ୍‌ ରହିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନ। ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ଚେଷ୍ଟା କରୁଥିବା କାମ ମଧ୍ୟ ଠିକ୍‌ଭାବେ ଚାଲିବ।
କୁମ୍ଭ
କୁମ୍ଭ
ଅତୀତକୁ ଧରିବସିଲେ ଏହି ସମୟର ସୁବିଧା, ସୁଯୋଗକୁ ହରାଇବାକୁ ପଡିବ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
ମୀନମୀନ
ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ। ଉଦ୍ୟମ ସଫଳ ଦିଗରେ ଜଣେ କୃଷ୍ଣବଣ୍ଣର୍ର ବ୍ୟକ୍ତି ସାହାଯ୍ୟ କରିବାର ସୂଚନା ରହିଛି। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?