ରାମଗିରି ଅଞ୍ଚଳରେ କାମ ଦେଉନି ଲକ୍‌ଡାଉନ

ରାମଗିରି,୨୯ା୩(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଥମେ କହିଥିଲେ। ସେ ଦିନ ରାମଗିରି ତଥା ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍‌ ହୋଇଯାଇଥିଲା। ଗ୍ରାମାଞ୍ଚଳର ଲୋକମାନେ ଭାବିଥିଲେ ଯେ ଆକାଶ ମାର୍ଗରୁ କରୋନା ଭୂତାଣୁ ବିନାଶ ପାଇଁ ଉଡ଼ାଜାହାଜ ଯୋଗେ ବିଷାକ୍ତ ବାଷ୍ପ ପ୍ରୟୋଗ କରାଯିବ। ଏହି ଭୟରେ ଲୋକମାନେ ପଦାକୁ ବାହାରି ନ ଥିଲେ। ଏବେ କରୋନା ମହାମାରିର ଭୟାବହତାକୁ ଦେଖି ପୁଣି ୨୧ଦିନ ସାରାଦେଶରେ ଲକ୍‌ଡ଼ାଉନ କଟକଣା ଜାରି କରାଯାଇଛି। କରେନାକୁ ନେଇ ବିଶ୍ୱବାସୀଙ୍କ ନିଦ ହଜିଯାଇଥିବାବେଳେ ରାମଗିରିରେ କିଛି ବ୍ୟକ୍ତି ଜୁଆଖେଳରେ ମାତି ରହୁଛନ୍ତି। କୌଣସି ସୂତ୍ରରୁ ଖବର ପାଇ ରାମଗିରି ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରିବାବେଳେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସେହି ସ୍ଥାନରୁ ଗୋଟିଏ ବୁଲେଟ ଗାଡ଼ି ଜବତ କରି ଥାନା ମଧ୍ୟରେ ରଖାଯାଇଛି। ଦିନତମାମ ରାମଗିରି ପୋଲିସ ଅକ୍ଲାନ୍ତ ଉଦ୍ୟମ କରି ଲୋକଙ୍କୁ ସଚେତନ କରାଇବା ସହିତ ଡ଼ାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରାଯାଉଛି। ଅକାରଣରେ ବାହାରେ ବୁଲିଲେ ୧୦୦୦ ଟଙ୍କା ଜରିମାନା ସହିତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ତଥାପି ଲୋକେ ସୁଧୁରୁ ନାହାନ୍ତି। ସାମାଜିକ ଦୂରତା ରକ୍ଷା ବଦଳରେ ଛକରେ ଭିଡ଼ ଜମାଇ ରହୁଛନ୍ତି। କିଛି ଛକରେ ହୋଟେଲ ଖୋଲାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି। ଅଞ୍ଚଳରେ କ୍ରିକେଟ ଖେଳ ସହିତ ଇଟାଭାଟି କାମ ମଧ୍ୟ ଚାଲିଛି। ବାହାରୁ ପୋଲିସ ନ ଆସିଲେ ଏଠିକାର ଲୋକେ ସୁଧୁରିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଏ ସମ୍ପର୍କରେ ରାମଗିରି ଥାନାଧିକାରୀ ବିକାଶ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବାହାରୁ ଅନ୍ୟ ଷ୍ଟାଫ ଆଣିବାର ସେମିତି ଜରୁରୀ ନାହିଁ। ଆବଶ୍ୟକ ହେଲେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଛାତିରେ ହେଲା ଯନ୍ତ୍ରଣା, ଡାକ୍ତରଖାନା ନେବା ପରେ…

ଗଞ୍ଜାମ,୨୬ା୮(ବିଦ୍ୟାଧର ସାହୁ): ହୁମ୍ମା ଅଞ୍ଚଳର ଜଣେ ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ ଘଟିଛ। ସେ ହେଲେ ହୁମା ଗୋପୀନାଥ ସାହିର ବାବାଜୀ ସାହୁ l ଜଣେ ଶାନ୍ତ ସରଳ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri