ରାମଗିରି,୨୯ା୩(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଥମେ କହିଥିଲେ। ସେ ଦିନ ରାମଗିରି ତଥା ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍ ହୋଇଯାଇଥିଲା। ଗ୍ରାମାଞ୍ଚଳର ଲୋକମାନେ ଭାବିଥିଲେ ଯେ ଆକାଶ ମାର୍ଗରୁ କରୋନା ଭୂତାଣୁ ବିନାଶ ପାଇଁ ଉଡ଼ାଜାହାଜ ଯୋଗେ ବିଷାକ୍ତ ବାଷ୍ପ ପ୍ରୟୋଗ କରାଯିବ। ଏହି ଭୟରେ ଲୋକମାନେ ପଦାକୁ ବାହାରି ନ ଥିଲେ। ଏବେ କରୋନା ମହାମାରିର ଭୟାବହତାକୁ ଦେଖି ପୁଣି ୨୧ଦିନ ସାରାଦେଶରେ ଲକ୍ଡ଼ାଉନ କଟକଣା ଜାରି କରାଯାଇଛି। କରେନାକୁ ନେଇ ବିଶ୍ୱବାସୀଙ୍କ ନିଦ ହଜିଯାଇଥିବାବେଳେ ରାମଗିରିରେ କିଛି ବ୍ୟକ୍ତି ଜୁଆଖେଳରେ ମାତି ରହୁଛନ୍ତି। କୌଣସି ସୂତ୍ରରୁ ଖବର ପାଇ ରାମଗିରି ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିବାବେଳେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସେହି ସ୍ଥାନରୁ ଗୋଟିଏ ବୁଲେଟ ଗାଡ଼ି ଜବତ କରି ଥାନା ମଧ୍ୟରେ ରଖାଯାଇଛି। ଦିନତମାମ ରାମଗିରି ପୋଲିସ ଅକ୍ଲାନ୍ତ ଉଦ୍ୟମ କରି ଲୋକଙ୍କୁ ସଚେତନ କରାଇବା ସହିତ ଡ଼ାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରାଯାଉଛି। ଅକାରଣରେ ବାହାରେ ବୁଲିଲେ ୧୦୦୦ ଟଙ୍କା ଜରିମାନା ସହିତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ତଥାପି ଲୋକେ ସୁଧୁରୁ ନାହାନ୍ତି। ସାମାଜିକ ଦୂରତା ରକ୍ଷା ବଦଳରେ ଛକରେ ଭିଡ଼ ଜମାଇ ରହୁଛନ୍ତି। କିଛି ଛକରେ ହୋଟେଲ ଖୋଲାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି। ଅଞ୍ଚଳରେ କ୍ରିକେଟ ଖେଳ ସହିତ ଇଟାଭାଟି କାମ ମଧ୍ୟ ଚାଲିଛି। ବାହାରୁ ପୋଲିସ ନ ଆସିଲେ ଏଠିକାର ଲୋକେ ସୁଧୁରିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ଏ ସମ୍ପର୍କରେ ରାମଗିରି ଥାନାଧିକାରୀ ବିକାଶ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବାହାରୁ ଅନ୍ୟ ଷ୍ଟାଫ ଆଣିବାର ସେମିତି ଜରୁରୀ ନାହିଁ। ଆବଶ୍ୟକ ହେଲେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ।
Posted inଆମ ଜିଲା ଖବର, ଗଜପତି, ଗଞ୍ଜାମ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

