ରାପିଡ ରେସ୍‌ପନ୍ସ ଟିମ୍‌ ଗଠିତ

ବାଲେଶ୍ୱର ଅଫିସ,୧୭।୩-କରୋନା ଭୂତାଣୁ (କୋଭିଡ଼ି-୧୯) ସଂକ୍ରମଣକୁ ରୋକିବା ଏବଂ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବାଲେଶ୍ୱର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଗୁରୁତ୍ୱ ଦେଇଛି। ଆକ୍ରାନ୍ତ ରୋଗୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ସହ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରାଯାଇଛି। କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେବା ସକାଶେ ୦୬୭୮୨-୨୬୨୧୮୪ ନମ୍ବରକୁ ଫୋନ୍‌ କରିବାକୁ କୁହାଯାଇଛି। ଏହାବ୍ୟତୀତ ଜିଲା ମୁଖ୍ୟଚିକିତ୍ସାଳୟରେ ନୋଡ଼ାଲ ଅଫିସରଙ୍କ ମୋବାଇଲ ଫୋନ ନମ୍ବର ୯୪୩୯୯୮୨୦୦୧କୁ ଫୋନ୍‌ କରିବା ଲାଗି ଲୋକଙ୍କୁ ସୂଚନା ଦିଆଯାଇଛି।
ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବିବାର ସନ୍ଧ୍ୟାରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେବା ସହ ଜିଲାବ୍ୟାପୀ ଜନସଚେତନତା ସୃଷ୍ଟି ଲାଗି ନିଆଯାଇଥିବା ବିବିଧ ପଦକ୍ଷେପ ବିଷୟ ଉଲ୍ଲେଖ କରିଥିଲେ। ସାଧାରଣ ଲୋକେ କିଭଳି ଭୂତାଣୁ ଠାରୁ ନିଜକୁ ଦୂରେଇ ରଖିବେ ସେନେଇ ପରାମର୍ଶ ଦେଇଥିଲେ।
ଜିଲାପାଳ ଚକ୍ରବର୍ତ୍ତୀ ଆହୁରି ଦର୍ଶାଇଥିଲେ ଯେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ବାଲେଶ୍ୱର ଜିଲାରେ ବିଦେଶରୁ ଆସିଥିବା ୮୯ଜଣ ନାଗରିକଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୫୮ଜଣଙ୍କ ୧୪ଦିନିଆ କ୍ୱାରେଣ୍ଟାଇନ ସମୟ ଅବଧି ଶେଷ ହୋଇସାରିଛି। ଅବଶିଷ୍ଟ ୩୧ଜଣଙ୍କ କ୍ୱାରେଣ୍ଟାଇନ ଶେଷ ହୋଇନାହିଁ। ଏହି ୩୧ ସନ୍ଦିଗ୍ଧ ରୋଗୀ ଭୋଗରାଇ ଅଞ୍ଚଳର ବୋଲି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବାସକାଶେ ଗାଁ ଗହଳି ଓ ସହରାଞ୍ଚଳରେ କରୋନା ଭୂତାଣୁ ସମ୍ପର୍କିତ ଲିଫଲେଟ୍‌, ପୋଷ୍ଟର ଗାଁ କଲ୍ୟାଣ ସମିତି, ଅଙ୍ଗନୱାଡ଼ି କର୍ମୀ, ଏଏନ୍‌ଏମ୍‌ ଏବଂ ଆଶା କର୍ମୀଙ୍କ ମାଧ୍ୟମରେ ଘରେ ଘରେ ବଣ୍ଟନ କରାଯାଉଛି। ମୋଟ୍‌ ୫ଲକ୍ଷ ଲିଫଲେଟ୍‌ ପ୍ରସ୍ତୁତ ହୋଇଛି। ସେହିପରି ୬୦ହଜାର ପୋଷ୍ଟର ଛପାଯାଇ ବଣ୍ଟନ ହେଉଛି। ସମସ୍ତ ମେଡିକାଲ ଅଫିସରମାନଙ୍କୁ ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ଏବଂ ୱାର୍ଡ କଲ୍ୟାଣ ସମିତିଗୁଡିକୁ ସାନିଟାଇଜେଶନ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ଜିଲାସ୍ତରୀୟ ଲାଇନ୍‌ ଡିପାର୍ଟମେଣ୍ଟଗୁଡିକରେ ଦୁଇ ଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ସିଂହୋମ୍‌, ଘରୋଇ ଡାକ୍ତର ଓ କ୍ଲିନ୍‌କଗୁଡ଼ିକୁ ମଧ୍ୟ ଦୁଇଥର ସାନିଟାଇଜେଶନ୍‌ କରାଯାଇ ସାରିଲାଣି। କରୋନା ଭୂତାଣୁକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇ ବ୍ୟକ୍ତିଗତ ଭାବେ ଲୋକେ ସଚେତନ ହୋଇ ଖାଇବା ପୂର୍ବରୁ ଭଲଭାବେ ସାବୁନ୍‌ ଓ ପାଣିରେ ହାତଗୋଡ ଧୋଇବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏ ନେଇ ମଧ୍ୟ ଲୋକଙ୍କୁ ଅନୁରୋଧ ଜଣାଇଛନ୍ତି। ଏହାସହିତ ବାହାଘର, ସମ୍ମିଳନୀ, ସପିଂ ମଲ୍‌, ସିନେମା ହଲ, ଯାତ୍ରା ପାର୍ଟି, ମେଳା ମହୋତ୍ସବ ଆଦି ଜନଗହଳି ସ୍ଥାନକୁ ନ ଯିବାକୁ ଅନୁରୋଧ କରାଯାଇଛି। କୌଣସି ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର, କାଶ ନ ଛାଡ଼ିଲେ ସିଧାସଳଖ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ରୋଗ ସମ୍ପର୍କରେ ସୂଚନା ଦେଲେ ଡାକ୍ତରମାନେ ତାଙ୍କର କଫ ପରୀକ୍ଷା ପାଇଁ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, କରୋନା ପ୍ରତିଷେଧ ଅଭିଯାନର ନୋଡ଼ାଲ ଅଫିସର ଡା. ଅନ୍ତର୍ଯ୍ୟାମୀ ମିଶ୍ର ଓ ଡିପିଏମ୍‌ ଅନୀଲ କୁମାର ମହାନ୍ତି ପ୍ରମୁଖ ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri