ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ଚର୍ଚ୍ଚା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାର କେତେକ ପ୍ରମୁଖ ପରିଷଦ ଗୁଡ଼ିକର ପୁନର୍ଗଠନ କରିବାକୁ ଯାଉଛନ୍ତି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ରାଜ୍ୟ ଯୋଜନା ବୋର୍ଡ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ପୁନର୍ଗଠନ ନେଇ ଚର୍ଚ୍ଚା ହେଉଛି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ବିଷ୍ଣୁଚରଣ ଦାସ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାୟକ। ପ୍ରାୟତଃ ଯୋଜନା ବୋର୍ଡରେ ବିଧାୟକଙ୍କୁ ଉପାଧ୍ୟକ୍ଷ କରାଯାଇ ନ ଥାଏ। ତେଣୁ ନୂଆ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି। ସେହିପରି ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଥିବା କିଶୋର ମହାନ୍ତି ବ୍ରଜରାଜନଗର ବିଧାୟକ ହୋଇଥିବାରୁ ଏହି ପଦରେ ବି ପରିବର୍ତ୍ତନ ହେବାକୁ ଯାଉଥିବା କୁହାଯାଉଛି।
୨୦୧୪ରେ ଏନ୍‌ଡିଏ କେନ୍ଦ୍ରରେ ସରକାରକୁ ଆସିବା ପରେ ଯୋଜନା କମିଶନକୁ ପରିବର୍ତ୍ତନ କରାଯାଇ ନୀତି ଆୟୋଗ କରାଯାଇଥିଲା। ତେଣୁ କେନ୍ଦ୍ର ପରି ରାଜ୍ୟରେ ପୁନର୍ଗଠନ ନେଇ ଆଲୋଚନା ଜୋର ଧରିଥିଲା। ହେଲେ ରାଜ୍ୟ ସରକାର ଏହି ଯୋଜନା ବୋର୍ଡରେ କୌଣସି ପରିବର୍ତ୍ତନ କିମ୍ବା ପୁନର୍ଗଠନ କରିନାହାନ୍ତି। ବିଧାନସଭା ଅଧିବେଶନ ସମୟରେ ବୋର୍ଡ ବୈଠକ ଶେଷ ଥର କେବେ ବସିଥିଲା, ସେ ନେଇ ପ୍ରଶ୍ନ ଆସିଥାଏ। ସବୁ ସମୟରେ ଦୀର୍ଘଦିନ ଧରି ବୈଠକ ବସି ନ ଥିବା ଉତ୍ତର ଆସିଥାଏ। ଏଥିପାଇଁ ବିରୋଧୀ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ତେଣୁ ରାଜ୍ୟ ସରକାର ବୋର୍ଡର ପୁନର୍ଗଠନ ସହ କ୍ରିୟାଶୀଳ କରି ବିରୋଧୀଙ୍କୁ ଚୁପ୍‌ କରିବାକୁ ଚାହଁୁଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଫ୍ଲାଗଶିପ୍‌ରେ ଥିବା କେତେକ ନିର୍ଦ୍ଦିଷ୍ଟ ଯୋଜନାର କାର୍ଯ୍ୟାନ୍ବୟନ(ମନିଟରିଂ) କରିବାକୁ ଚିନ୍ତା କରାଯାଉଛି। ବିଶେଷଭାବେ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ସମ୍ପର୍କିତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ସବୁ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ କରାଯାଇଥିବା ୫-ଟି ମନ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହେଉଛି। ବୋର୍ଡ କେବେ ପୁନର୍ଗଠିତ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହେଲେ ନିକଟରେ ସମସ୍ତ ଜିଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇ ସାରିଥିବାରୁ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ସହ ଏହାର ଉପାଧ୍ୟକ୍ଷଙ୍କ ନାମ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଆଗାମୀ ଦିନରେ ଯୋଜନା ବୋର୍ଡ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେହିପରି ଡବ୍ଲ୍ୟୁଓଡିସିରେ ନୂଆ ଅଧ୍ୟକ୍ଷ ଏବଂ କେତେଜଣ ନୂଆ ସଦସ୍ୟଙ୍କୁ ନିଆଯାଇପାରେ ବୋଲି ଜଣାପଡ଼ିଛି।
ହେଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ବୋର୍ଡ ଏବଂ ପରିଷଦକୁ ଏକ ଥଇଥାନ କେନ୍ଦ୍ର ବୋଲି କହିଛନ୍ତି। ସୁରେଶ କହିଛନ୍ତି ଯେ, ସରକାରୀ ଦଳର ଯେଉଁମାନେ ବିଧାୟକ, ଏମ୍‌ପି, ମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ହେବାରୁ ବଞ୍ଚିତ ହେଲେ, ସେହିମାନଙ୍କୁ ଥଇଥାନ କରିବା ପାଇଁ ଏହା କରାଯାଉଛି। ଏଥିରେ କୌଣସି ନୂତନତ୍ୱ ନାହିଁ। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ସରକାରୀ ଅନୁଷ୍ଠାନଗୁଡ଼ିକୁ ପଙ୍ଗୁ କରି ଦିଆଯାଉଛି। ତୃଣମୂଳରୁ ରାଜ୍ୟସ୍ତର ଯାଏ ଯୋଜନା ପ୍ରଣୟନରେ ଲୋକଙ୍କ ଭୂମିକା ରହୁନି। ତୃତୀୟ ମହଲାର ନିର୍ଦ୍ଦେଶକୁ ସମସ୍ତଙ୍କ ଉପରେ ଲଦି ଦିଆଯାଉଛି। ଦୀର୍ଘଦିନର ଦାବି ସତ୍ତ୍ୱେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ସେହି ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇ ପାରିଲା ନାହିଁ, ତେଣୁ ଏହି ସଂସ୍ଥାଗୁଡ଼ିକ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?