ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ଚର୍ଚ୍ଚା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାର କେତେକ ପ୍ରମୁଖ ପରିଷଦ ଗୁଡ଼ିକର ପୁନର୍ଗଠନ କରିବାକୁ ଯାଉଛନ୍ତି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ରାଜ୍ୟ ଯୋଜନା ବୋର୍ଡ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ପୁନର୍ଗଠନ ନେଇ ଚର୍ଚ୍ଚା ହେଉଛି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ବିଷ୍ଣୁଚରଣ ଦାସ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାୟକ। ପ୍ରାୟତଃ ଯୋଜନା ବୋର୍ଡରେ ବିଧାୟକଙ୍କୁ ଉପାଧ୍ୟକ୍ଷ କରାଯାଇ ନ ଥାଏ। ତେଣୁ ନୂଆ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି। ସେହିପରି ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଥିବା କିଶୋର ମହାନ୍ତି ବ୍ରଜରାଜନଗର ବିଧାୟକ ହୋଇଥିବାରୁ ଏହି ପଦରେ ବି ପରିବର୍ତ୍ତନ ହେବାକୁ ଯାଉଥିବା କୁହାଯାଉଛି।
୨୦୧୪ରେ ଏନ୍‌ଡିଏ କେନ୍ଦ୍ରରେ ସରକାରକୁ ଆସିବା ପରେ ଯୋଜନା କମିଶନକୁ ପରିବର୍ତ୍ତନ କରାଯାଇ ନୀତି ଆୟୋଗ କରାଯାଇଥିଲା। ତେଣୁ କେନ୍ଦ୍ର ପରି ରାଜ୍ୟରେ ପୁନର୍ଗଠନ ନେଇ ଆଲୋଚନା ଜୋର ଧରିଥିଲା। ହେଲେ ରାଜ୍ୟ ସରକାର ଏହି ଯୋଜନା ବୋର୍ଡରେ କୌଣସି ପରିବର୍ତ୍ତନ କିମ୍ବା ପୁନର୍ଗଠନ କରିନାହାନ୍ତି। ବିଧାନସଭା ଅଧିବେଶନ ସମୟରେ ବୋର୍ଡ ବୈଠକ ଶେଷ ଥର କେବେ ବସିଥିଲା, ସେ ନେଇ ପ୍ରଶ୍ନ ଆସିଥାଏ। ସବୁ ସମୟରେ ଦୀର୍ଘଦିନ ଧରି ବୈଠକ ବସି ନ ଥିବା ଉତ୍ତର ଆସିଥାଏ। ଏଥିପାଇଁ ବିରୋଧୀ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ତେଣୁ ରାଜ୍ୟ ସରକାର ବୋର୍ଡର ପୁନର୍ଗଠନ ସହ କ୍ରିୟାଶୀଳ କରି ବିରୋଧୀଙ୍କୁ ଚୁପ୍‌ କରିବାକୁ ଚାହଁୁଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଫ୍ଲାଗଶିପ୍‌ରେ ଥିବା କେତେକ ନିର୍ଦ୍ଦିଷ୍ଟ ଯୋଜନାର କାର୍ଯ୍ୟାନ୍ବୟନ(ମନିଟରିଂ) କରିବାକୁ ଚିନ୍ତା କରାଯାଉଛି। ବିଶେଷଭାବେ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ସମ୍ପର୍କିତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ସବୁ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ କରାଯାଇଥିବା ୫-ଟି ମନ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହେଉଛି। ବୋର୍ଡ କେବେ ପୁନର୍ଗଠିତ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ହେଲେ ନିକଟରେ ସମସ୍ତ ଜିଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇ ସାରିଥିବାରୁ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ସହ ଏହାର ଉପାଧ୍ୟକ୍ଷଙ୍କ ନାମ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଆଗାମୀ ଦିନରେ ଯୋଜନା ବୋର୍ଡ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେହିପରି ଡବ୍ଲ୍ୟୁଓଡିସିରେ ନୂଆ ଅଧ୍ୟକ୍ଷ ଏବଂ କେତେଜଣ ନୂଆ ସଦସ୍ୟଙ୍କୁ ନିଆଯାଇପାରେ ବୋଲି ଜଣାପଡ଼ିଛି।
ହେଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ବୋର୍ଡ ଏବଂ ପରିଷଦକୁ ଏକ ଥଇଥାନ କେନ୍ଦ୍ର ବୋଲି କହିଛନ୍ତି। ସୁରେଶ କହିଛନ୍ତି ଯେ, ସରକାରୀ ଦଳର ଯେଉଁମାନେ ବିଧାୟକ, ଏମ୍‌ପି, ମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ହେବାରୁ ବଞ୍ଚିତ ହେଲେ, ସେହିମାନଙ୍କୁ ଥଇଥାନ କରିବା ପାଇଁ ଏହା କରାଯାଉଛି। ଏଥିରେ କୌଣସି ନୂତନତ୍ୱ ନାହିଁ। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ସରକାରୀ ଅନୁଷ୍ଠାନଗୁଡ଼ିକୁ ପଙ୍ଗୁ କରି ଦିଆଯାଉଛି। ତୃଣମୂଳରୁ ରାଜ୍ୟସ୍ତର ଯାଏ ଯୋଜନା ପ୍ରଣୟନରେ ଲୋକଙ୍କ ଭୂମିକା ରହୁନି। ତୃତୀୟ ମହଲାର ନିର୍ଦ୍ଦେଶକୁ ସମସ୍ତଙ୍କ ଉପରେ ଲଦି ଦିଆଯାଉଛି। ଦୀର୍ଘଦିନର ଦାବି ସତ୍ତ୍ୱେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ସେହି ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇ ପାରିଲା ନାହିଁ, ତେଣୁ ଏହି ସଂସ୍ଥାଗୁଡ଼ିକ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri