ରାଜପଥରୁ ଡକାୟତି ଯୋଜନା ପଣ୍ଡ: ମାଷ୍ଟରମାଇଣ୍ଡ ସହ ୬ ଦୁର୍ବୃତ୍ତ ଗିରଫ

ଅନୁଗୋଳ ଅଫିସ, ୩।୭-ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ୍‌ ଗୁଡ଼ିକରୁ ଡକାୟତି ପାଇଁ ଯୋଜନା ବେଳେ ସୋମବାର ରାତିରେ ପୋଲିସ ମାଷ୍ଟରମାଇଣ୍ଡ ସହ ୬ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ମିଳିଥିବା ବେଳେ ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଏ ସଂକ୍ରନ୍ତରେ ନଂ. ୪୮୪/୧୯ରେ ମାମଲା ରୁଜୁ କରିବା ସହ ପୋଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ସୋମବାର ବିଳମ୍ବିତ ରାତିରେ ପଞ୍ଚମହଲାସ୍ଥିତ ରାଜପଥ କଡ଼ ଆମ୍ବ ତୋଟାରେ ମାରଣାସ୍ତ୍ର ଧରି କିଛି ଦୁର୍ବୃତ୍ତ ବସିଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଖବର ପହଞ୍ଚିବା ମାତ୍ରେ ପୋଲିସର ୪ଟି ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ଚାରିପଟୁ ଘେରାଉ କରିଥିଲା। ଏହି ସମୟରେ ଗ୍ୟାଙ୍ଗ ସର୍ଦ୍ଦାର ଅନୁଗୋଳ ମଝିକାର ସୁନୀଲ ନାଏକ, ଢେଙ୍କାନାଳ ମୋଟଙ୍ଗା ଚରତଗାଡ଼ିଆର ମନୋଜ ନାଏକ, ନାଲ୍‌କୋ କନିଆବେଡ଼ାର ବିକାଶ ନାଏକ, ବନ୍ତଳା ଗୋବିନ୍ଦପୁରର ରଞ୍ଜିତ ନାଏକ, ତନ୍ମୟ ବେହେରା ଓ ତୁରଙ୍ଗ ଅଞ୍ଚଳର ତାପସ ନାଏକଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩ଟି ଭୁଜାଲି, ୨ଟି ଖଣ୍ଡା, ଗୋଟିଏ ଇଣ୍ଡିକା କାର (ନଂ. ଓଆର୦୨ଏଏଚ-୭୭୮୨), ଦୁଇଟି ପଲସର (ନଂ. ଓଡି୦୬ଏଫ-୩୪୮୨ ଓ ଅନ୍ୟଟି ବିନା ପଞ୍ଜୀକୃତ), ୫ଟି ମୋବାଇଲ ଏବଂ ନଗଦ ୫୦ ହଜାର ଟଙ୍କା ପୋଲିସ ଜବତ କରିଥିଲା। ପଚରା ଉଚରା ସମୟରେ ଦୁର୍ବୃତ୍ତମାନେ ଦୁଇଟି ଟିମ୍‌ ହୋଇ ରାଜପଥରେ ଟ୍ରକ୍‌ଗୁଡ଼ିକରୁ ଲୁଟ୍‌ କରିବାକୁ ଯୋଜନା କରୁଥିବା ପୋଲିସକୁ କହିଥିଲେ। ସେମାନେ ଏ ନେଇ ସମସ୍ତ ପ୍ରସ୍ତୁତି କରିଥିଲେ ହେଁ ବର୍ଷା କାରଣରୁ ବିଳମ୍ବ ହୋଇଥିବା ସ୍ବୀକାର କରିଥିଲେ। ଗିରଫ ହୋଇଥିବା ଗ୍ୟାଙ୍ଗର ସର୍ଦ୍ଦାର ସୁନୀଲ ନାମରେ ନାଲ୍‌କୋ ଥାନା ସହ ଅନ୍ୟ ଥାନା ଗୁଡ଼ିକରେ ବହୁ ମାମଲା ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ନାମରେ ମଧ୍ୟ ପୂର୍ବରୁ ଡକାୟତି ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri