Posted inଜାତୀୟ

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ କେତେକ ପଦକ୍ଷେପ ନେବା ସକାଶେ ନିର୍ବାଚନ କମିଶନ (ଇସି)ଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜନୈତିକ ଦଳଗୁଡ଼ିକ ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଇସି।
୨୦୧୮ ଅକ୍ଟୋବର ୧୦ରେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ନିର୍ବାଚନୀ ସଂସ୍କାର ସକାଶେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ସେପ୍ଟେମ୍ବରରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିଜ ନିଜ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରାର୍ଥୀମାନଙ୍କ ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ନିଜ ଓ୍ବେବ୍‌ସାଇଟ୍‌ରେ ସୂଚନା ଦେବେ। ପ୍ରାର୍ଥୀ ଓ ଦଳ ଏକ ଘୋଷଣାନାମା ଜାରି କରିବା ସହ ସେ ସମ୍ପର୍କିତ ତଥ୍ୟଗୁଡ଼ିକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବହୁଳ ପ୍ରକାଶନ-ପ୍ରସାରଣ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି। ଶୀର୍ଷ ଅଦାଲତଙ୍କ ଏହି ତାଗିଦ ସତ୍ତ୍ୱେ ରାଜନୀତିର ଅପରାଧୀକରଣ ଚାଲିଛି। ଏଥିପାଇଁ ଏକ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ପଡ଼ିବ ବୋଲି ଇସି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଇସି ଆହୁରି କହିଛନ୍ତି ଯେ, ଯେଉଁ ପ୍ରାର୍ଥୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେମାନେ ନିଜ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ସତ୍ୟପାଠରେ ଘୋଷଣା କରିବା ବିଶେଷ ସହାୟକ ହୋଇନାହିଁ। ତେଣୁ ରାଜନୈତିକ ଦଳଗୁଡ଼ିକୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନ ସପ୍ତାହେ ମଧ୍ୟରେ ଏକ ନୂଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରନ୍ତୁ, ଯାହାକି ଜାତୀୟ ସ୍ବାର୍ଥ ପାଇଁ ରାଜନୀତିକୁ ଅପରାଧରୁ ମୁକୁଳାଇ ହେବ। ଏଥିସହ ଖଣ୍ଡପୀଠ ଭାଜପା ନେତା ତଥା ଆଇନଜୀବୀ-ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଏବଂ ଇସିଙ୍କୁ ଏକାଠି ବସି ଏହାର ମୁକାବିଲା ପାଇଁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ ଇସିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଥିଲେ, ନିର୍ବାଚନ କମିଶନ ଅପରାଧରୁ ରାଜନୀତିକୁ ଦୂରେଇ ରଖିବା ସକାଶେ ଅନେକ ପଦକ୍ଷେପ ନେଇଛନ୍ତି। ଅଦାଲତଙ୍କ ୨୦୧୮ର ନିର୍ଦ୍ଦେଶ ସଫଳ ହୋଇନାହିଁ। ତେଣୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ରାଜନୈତିକ ଦଳଗୁଡ଼ିକୁ ଉତ୍ତରଦାୟୀ କରାଯାଉ। ଉପାଧ୍ୟାୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଅଦାଲତଙ୍କୁ କହିଲେ, ବର୍ତ୍ତମାନ ପାର୍ଲାମେଣ୍ଟରେ ଏଭଳି ୪୬% ସଦସ୍ୟ ଅଛନ୍ତି, ଯାହାଙ୍କ ନାମରେ ଆପରାଧିକ ମାମଲା ଗଡ଼ୁଛି। ଏଭଳି ସ୍ଥିତିରେ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଗୃହୀତ ହେବା ସମ୍ଭବପର ଭଳି ମନେହେଉନାହିଁ। ତେଣୁ ସୁପ୍ରିମକୋର୍ଟ ନିଜେ ଏହା ଉପରେ ନିର୍ଦ୍ଦେଶନାମା ଜାରି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?