ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଆରମ୍ଭ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଭୁବନେଶ୍ୱରରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ି ଚାଲିଛି। ଏଥିଯୋଗୁ ଦୁର୍ଘଟଣା ଘଟୁଥିବାବେଳେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ସେମାନଙ୍କ ବଂଶବୃଦ୍ଧି ଉପରେ ରୋକ୍‌ ଲଗାଇବା ସହ ସହରବାସୀଙ୍କୁ ଏଭଳି ବିପଦରୁ ରକ୍ଷାକରିବା ପାଇଁ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ କରାଯାଉଛି। ଏଥିପାଇଁ ଗତ ସୋମବାରଠାରୁ କୁକୁର ଧରା କାର୍ଯ୍ୟ ଆରମ୍ଭ ହୋଇଛି। ୩ଦିନରେ ୪୫ ବୁଲା କୁକୁରଙ୍କୁ ଧରାଯାଇଥିବାବେଳେ ୧୪ଟିର ବନ୍ଧ୍ୟାକରଣ ସରିଛି। ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି, ପ୍ରାଣୀ ଜନ୍ମ ନିୟନ୍ତ୍ରଣ (ଏବିସି) ଯୋଜନାରେ ପ୍ରାୟ ୨୫ ହଜାର କୁକୁରଙ୍କ ବନ୍ଧ୍ୟାକରଣ କରାଯିବ। ସେଢେ ୩ବର୍ଷ ତଥା ୪୪ ମାସ ମଧ୍ୟରେ ଏହି ବନ୍ଧ୍ୟାକରଣ ସରିବ। ଅପରେଶନ ସହ ଖାଦ୍ୟପେୟ, ଗାଡ଼ି ଖର୍ଚ୍ଚ ଆଦି ବାବଦକୁ ପ୍ରତି କୁକୁର ପାଇଁ ପାଖାପାଖି ୫ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏଥିପାଇଁ ବାର୍ଷିକ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ୨୦୧୫ର ଗଣନାନୁଯାୟୀ ଭୁବନେଶ୍ୱରରେ ୪୬ ହଜାର ବୁଲା କୁକୁର ଥିଲେ। ୨୦୦୮ରୁ ହୋଇଥିବା ଏବିସି କାର୍ଯ୍ୟକ୍ରମରେ ୨୧ ହଜାର ୬ ଶହ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା। ପୂର୍ବରୁ ବନ୍ଧ୍ୟାକରଣ ହୋଇ ନ ଥିବା ୨୪ହଜାର ୪ଶହ କୁକୁର ଓ ଗତ ୪ବର୍ଷ ମଧ୍ୟରେ ସହରରେ ଏହି ସଂଖ୍ୟା ଆଉ ୬ଶହ ବଢ଼ିଥିବା ଜଣାପଡିଛି। ଏ ସମସ୍ତ ବୁଲା କୁକୁରଙ୍କ ବାକରଣ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।
ଦୁଇଟି ଟିମ୍‌ ପକ୍ଷରୁ ପ୍ରତି କାର୍ଯ୍ୟଦିବସର ଭୋର୍‌ ୫ଟାରୁ ବୁଲା କୁକୁର ଧରା ଅଭିଯାନ ଚାଲୁଛି। ପ୍ରତି ଟିମ୍‌ରେ ଜଣେ ଡାକ୍ତର, ଦୁଇଜଣ ଧରାଳି, ଜଣେ ସହାୟକ ଓ ଜଣେ ଡ୍ରାଇଭର୍‌ ରହିଛନ୍ତି। ଦିନକୁ ୩୦, ମାସକୁ ୬୦୦ ଓ ବର୍ଷକୁ ୭ହଜାର ୨ଶହ କୁକୁରଙ୍କୁ ଧରିିବାକୁ ଯୋଜନା ରହିଛି। ପରେ ଶହୀଦନଗରସ୍ଥିତ ଶ୍ବାନଗୃହରେ ରଖି ପର୍ଯ୍ୟାୟକ୍ରମେ ଅସ୍ତ୍ରୋପଚାର କରାଯିବ। ଅସ୍ତ୍ରୋପଚାର ପରେ ଆଉ ୫ଦିନ ଚିକିତ୍ସା ପରେ ଛାଡ଼ି ଦିଆଯିବ। ଶ୍ବାନଗୃହରେ କୁକୁରଙ୍କୁ ଖେଚୁଡି ଓ ଡାଲି ଖାଇବାକୁ ଦିଆଯିବ। ଜଳାନ୍ତକ ରୋଗ ନ ହେବା ପାଇଁ ଛାଡ଼ିବା ପୂର୍ବରୁ କୁକୁରଙ୍କୁ ଆଣ୍ଟି ରାବିସ୍‌ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri