‘ରାଇଜିଂ ଷ୍ଟାର’ ଟପ୍‌ ୬ରେ ଅନନ୍ୟା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୁଣି ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ। ୨୦୧୫ରେ ଇଣ୍ଡିଆନ ଆଇଡଲ ଜୁନିୟର ଟାଇଟଲ ଜିତିବା ପରେ ସେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ପ୍ରତିଷ୍ଠିତ ହୋଇପାରିଥିଲେ। ଏହାପରେ ସେ ଅନେକ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ବର୍ତ୍ତମାନ ସେ ଆଉ ଏକ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛନ୍ତି। ଜାତୀୟ ଚ୍ୟାନେଲ କଲର୍ସରେ ପ୍ରସାରିତ ରିଏଲିଟି ଶୋ’ ‘ରାଇଜିଂ ଷ୍ଟାର’ ସିଜନ୍‌-୩ରେ ଅଂଶଗ୍ରହଣ କରିଛନ୍ତି। ନିଜର ସୁମଧୁର କଣ୍ଠ ସଙ୍ଗୀତ ଦ୍ୱାରା ବିଚାରକଙ୍କ ମନ ଜିଣିବା ସହ ଦର୍ଶକଙ୍କ ଭୋଟ୍‌ ମଧ୍ୟ ହାସଲ କରୁଛନ୍ତି। ଏବେ ଅନନ୍ୟା ଟପ୍‌ ୬ରେ ପହଞ୍ଚତ୍ଛନ୍ତି। ତେଣୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ତାଙ୍କୁ ଟାଇଟଲ ଜିତାଇବାକୁ ଓଡ଼ିଶାବାସୀଙ୍କୁ ଅନନ୍ୟା ନିବେଦନ କରିଛନ୍ତି। ଆସନ୍ତା ଶନିବାର ଟପ୍‌-୫, ରବିବାର ଟପ୍‌-୪ ଏବଂ ୮ତାରିଖରେ ଫାଇନାଲ ଏପିସୋଡ୍‌ ପ୍ରସାରଣ ହେବାକୁ ଯାଉଛି। ଏହି ଶୋ’ରେ ଲାଇଭ୍‌ ଭୋଟ୍‌ ଦେବାକୁ ପଡ଼ିଥାଏ। ତେଣୁ ଅନନ୍ୟାଙ୍କୁ ଲାଇଭ୍‌ ଭୋଟ୍‌ ଦେବା ପାଇଁ ସ୍ବରାଭିଷେକ ପକ୍ଷରୁ ଅନୁରୋଧ କରାଯାଇଛି। ଶୁକ୍ରବାର ଅନୁଷ୍ଠାନ ପକ୍ଷରୁ ଗୋଦାବରୀଶ ସାହିତ୍ୟ ସଂସଦରେ ଏ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ଅନନ୍ୟା ଭୋଟ୍‌ ଦ୍ୱାରା ହିଁ ଆଗକୁ ଯାଇପାରିବେ ତେଣୁ ପ୍ରତିଟି ମୋବାଇଲ ଫୋନ୍‌ରୁ ଗୋଟିଏ ଭୋଟ୍‌ ଦେଇ ବିପୁଳ ସଂଖ୍ୟାରେ ଭୋଟିଂ କରି ତାଙ୍କୁ ବିଜୟୀ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ସମ୍ପାଦିକା ହରପ୍ରିୟା ପତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri