ରହିବନି ‘କଲେକ୍ଟର’ ପଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଇତିହାସରୁ ଜଣାପଡ଼େ, ଅଷ୍ଟାଦଶ ଶତାବ୍ଦୀରେ ଓ୍ବାରେନ୍‌ ହେଷ୍ଟିଙ୍ଗ୍ସ ରାଜସ୍ବ ଆଦାୟ କରିବା ପାଇଁ କଲେକ୍ଟରମାନଙ୍କୁ ନିଯୁକ୍ତ କରିବା ପରଠାରୁ ‘କଲେକ୍ଟର’ ପଦ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରାଜ୍ୟର କ୍ଷମତାକୁ ସୂଚିତ କରିଆସୁଥିଲା। ସ୍ବାଧୀନତା ପରେ ଜିଲା କଲେକ୍ଟର ବା ଜିଲାପାଳମାନଙ୍କ ଭୂମିକାର ଗୁରୁତ୍ୱ ବୃଦ୍ଧିପାଇଛି। ଏପରିକି କେନ୍ଦ୍ର ଓ ରାଜ୍ୟର ଅନେକ ଆଇନ ଅଧୀନରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରାଯାଇଛି। କିନ୍ତୁ ମଧ୍ୟପ୍ରଦେଶରେ କଲେକ୍ଟର ପଦ ଉଠିଯିବାର ସମ୍ଭାବନା ଦେଖାଦେଇଛି। କମଳନାଥ ସରକାର କଲେକ୍ଟର ଶବ୍ଦ ବଦଳରେ ଏକ ବିକଳ୍ପ ଶବ୍ଦ ପ୍ରବର୍ତ୍ତନ କରିବା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି। ଜିଲାର ପ୍ରଶାସନିକ ଓ କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବେ ବହୁ ପ୍ରକାର ନିୟାମକ ଓ ବିକାଶମୂଳକ କାର୍ଯ୍ୟରେ କଲେକ୍ଟରଙ୍କ ଭୂମିକା ରହିଥିବାରୁ କଲେକ୍ଟର ବଦଳରେ ଏକ ନୂଆ ନାମର ଆବଶ୍ୟକତା ରହିଥିବା ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି। ପ୍ରାପ୍ତ ସୂତ୍ରରୁ ଜଣାପଡ଼େ, ମଳୟ କୁମାର ଶ୍ରୀବାସ୍ତବ, ମନୀଷ ରସ୍ତୋଗୀ ଏବଂ ବିଶେଷ ଗଡ଼ପାଳେଙ୍କୁ ନେଇ ଗଠିତ କମିଟିର ମୁଖ୍ୟ ରହିଛନ୍ତି ବାଣିଜ୍ୟ କର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଇ.ସି.ପି. କେଶରୀ। ସଗରର କଲେକ୍ଟର ପ୍ରୀତି ମୈଥିଲ କମିଟିର ସଦସ୍ୟ ସଚିବ ରହିଛନ୍ତି। କମିଟିର ସଦସ୍ୟମାନେ ପରସ୍ପର ସହ ତଥା ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ପରାମର୍ଶ କରିବା ପରେ ପ୍ରସ୍ତାବ ଦେବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ମଧ୍ୟ ଜିଲାର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ଅଧିକାର କ୍ଷେତ୍ରର ରୂପରେଖ ନିର୍ଦ୍ଧାରଣ କରିବ। ଭୂ-ରାଜସ୍ବ ସଂହିତା ଏବଂ ବିକାଶ ଯୋଜନାରେ ଏହି ପଦ ବ୍ୟବହାର କରାଯିବ ଯାହା କଲେକ୍ଟେରଙ୍କୁ ଜିଲାର ମୁଖ୍ୟ ଭାବେ ପ୍ରତିପାଦିତ କରିବ। ତେବେ ପୋଲିସ ମାନୁଆଲ, କ୍ରିମିନାଲ ପ୍ରୋସିଡିୟୋର କୋଡ୍‌ (ସିଆର୍‌ପିସି) ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅପରିବର୍ତ୍ତିତ ରହିବ ଯେଉଁଠି କଲେକ୍ଟର ନୁହନ୍ତି ବରଂ ଜିଲା ମାଜିଷ୍ଟ୍ରେଟ ହେଉଛନ୍ତି ଜିଲାର ମୁଖ୍ୟ।
ମୁଖ୍ୟ ସଚିବଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ
କେରଳର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ମୁଖ୍ୟ ଶାସନ ସଚିବ ଟମ୍‌ ଜୋସ୍‌ଙ୍କ ସୁପାରିସକୁ ଅଗ୍ରାହ୍ୟ କରି ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କିଟାରାମନ୍‌ଙ୍କ ନିଲମ୍ବନକୁ ଆଉ ତିନିମାସ ବଢାଇଦେଇଛନ୍ତି। ଗତବର୍ଷ ଅଗଷ୍ଟରେ ଏହି ଆଇଏଏସ୍‌ ଅଧିକାରୀ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତାରେ ତାଙ୍କ କାର୍‌ ଚଳାଉଥିବାବେଳେ କେରଳର ସାମ୍ବାଦିକ କେ.ଏମ୍‌. ବଶୀରଙ୍କୁ ଧକ୍କାଦେଇ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ଜୋସ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦୁର୍ଘଟଣାର ୬ ମାସ ପରେ ମଧ୍ୟ ପୋଲିସ ଚାର୍ଜଶିଟ ଦାଖଲ କରି ନ ଥିବା ଦର୍ଶାଇ ଆଉ ନିଲମ୍ବନ ଅବଧି ନ ବଢାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିଥିଲା। କେବଳ ଏତଲାକୁ ଆଧାର କରି ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ୬ ମାସ ପରେ ନିଲମ୍ବିତ ରଖାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କମିଟି ଜଣାଇଥିଲା। କିନ୍ତୁ ଉକ୍ତ ପଥଭ୍ରଷ୍ଟ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ଉଦ୍ୟମ କରିଥିବା ନେଇ ଜନସାଧାରଣରେ ପ୍ରବଳ ଭାବେ ଯେଉଁ ମତ ପ୍ରକାଶ ପାଇଥିଲା ତାହାକୁ ଦୃଷ୍ଟିରେ ରଖିତ୍ ମୁଖ୍ୟମନ୍ତ୍ରୀ କିମିଟିର ସୁପାରିସକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଏୟାର ଇଣ୍ଡିଆର ନୂଆ ମୁଖ୍ୟ
ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଅଶ୍ୱିନୀ ଲୋହାନୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ଉତ୍ତରାଧିକାରୀ ଭାବେ ରାଜୀବ ବନ୍‌ସଲଙ୍କ ନିଯୁକ୍ତି ଦ୍ୱାରା ଏୟାର୍‌ଲାଇନ୍‌ର ବିନିବେଶ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ ବୋଲି ଆଶା କରାଯାଉଛି। ଏୟାର ଇଣ୍ଡିଆରେ ଏହା ବନ୍‌ସଲଙ୍କ ଦ୍ୱିତୀୟ ପାଳି କାରଣ ଏହା ପୂର୍ବରୁ ସେ ୨୦୧୭ରେ ଏହାର କାମଚଳା ସିଏମ୍‌ଡି ଭାବେ ତିନିମାସ ରହିଥିଲେ। ସେତେବେଳେ ମଧ୍ୟ ସେ ଅଶ୍ୱିନୀ ଲୋହାନୀଙ୍କ ସ୍ଥାନରେ ନିଯୁକ୍ତି ପାଇଥିଲେ କାରଣ ଲୋହାନୀଙ୍କୁ ରେଲ୍‌ଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ବଦଳି କରାଯାଇଥିଲା। ନାଗାଲାଣ୍ଡ କ୍ୟାଡରର ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବନ୍‌ସଲ ଏବେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଛନ୍ତି। ଆର୍ଥିକ ଦୁଃସ୍ଥିତି ମଧ୍ୟଦେଇ ଗତି କରୁଥିବା ଏହି ଜାତୀୟ କ୍ୟାରିୟର ଏଥିରୁ ଉଦ୍ଧାରର ବାଟ ଖୋଜୁଥିତ୍ବାବେଳେ ଏହି ସମୟରେ ବନ୍‌ସଲ ଦାୟିତ୍ୱ ନେଇଛନ୍ତି। ସଂକଟ ସମୟରେ ଯଥାର୍ଥ ନିଷ୍ପତ୍ତି ନେଇ କାର୍ଯ୍ୟ କରିବାରେ ତାଙ୍କର ଖ୍ୟାତି ରହିଛି। ଏୟାର ଇଣ୍ଡିଆରେ ପ୍ରଥମ କାର୍ଯ୍ୟକାଳରେ ତାଙ୍କର ସମୟଭିତ୍ତିକ ପ୍ରଦର୍ଶନ ୯୫ ପ୍ରତିଶତ ରହିଥିଲା। ସେ ଏହି ସମୟରେ ଯନ୍ତ୍ରାଂଶ ଅଭାବରୁ ପଡିରହିଥିବା ବିମାନଗୁଡ଼ିକୁ ପୁଣି ଉଡାଇବା ଲାଗି ଏକ ଯୋଜନା ପ୍ରସ୍ତୁତ କରିଥିଲେ। ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ବିନିବେଶ ସମୟରେ ଏୟାର୍‌ଲାଇନ୍‌ ନୂଆ ମାଲିକ ଖୋଜୁଥିବା ବେଳେ ବନ୍‌ସଲଙ୍କ ଜ୍ଞାନ ଓ ଦକ୍ଷତା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ପୂର୍ବରୁ ବନ୍‌ସଲ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି। ସେଠାରେ ସେ ଡିଜିଟାଲ ପେମେଣ୍ଟ, ଆଧାର ଓ ଇ-ଗଭର୍ନାନ୍ସ ପ୍ରଭୃତି ବିଷୟ ବୁଝୁଥିଲେ। ଏଥିସହ ବନ୍‌ସଲ କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗ (ସିଇଆର୍‌ସି)ର ସଚିବ, ଭାରି ଶିଳ୍ପ ବିଭାଗର ଯୁଗ୍ମ ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଆଦି ସହିତ ତାଙ୍କ କ୍ୟାଡର ରାଜ୍ୟ ନାଗାଲାଣ୍ଡର ବହୁ ଗୁରୁତ୍ୱପୂର୍ଣ୍ଣ ଦୟିତ୍ୱରେ ରହିଆସିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri