ରଥଖଳାରେ କୁନି କାରିଗର

ପୁରୀ ଅଫିସ,୩୦ା୫ – ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଅକ୍ଷୟ ତୃତୀୟା ଦିନ ରଥ କାମ ଅନୁକୂଳ ହୋଇଥିଲା। ତୁମ୍ବ କାମ ସରିବା ପରେ ଏବେ ଚକା ନିର୍ମାଣ ଚାଲିଛି। ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକ ରଥଖଳାରେ ଯୋଗଦାନ କରିଛନ୍ତି। ବୁଧବାରଠାରୁ ରୂପକାର ସେବକଙ୍କ ପିଲାମାନେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ରଥଖଳା ଏବେ ରୂପକାର ସେବକ ପିଲାଙ୍କ ପ୍ରଶିକ୍ଷଣ କେନ୍ଦ୍ର ପାଲଟିଛି। ବାତ୍ୟା ଓ ଖରାଛୁଟି ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ତେଣୁ କୁନି କାରିଗରମାନେ ଏହି ପାରମ୍ପରିକ ସେବାକୁ ଆଦରି ଜେଜେ, ବାପା, ଦାଦାଙ୍କ ଠାରୁ କାମ ଶିଖିବାରେ ମନ ଦେଇଛନ୍ତି।
ନନ୍ଦିଘୋଷ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ରଙ୍କ ପୁଅ ଜଗନ୍ନାଥ ଓରଫ ଜଗା ୫ବର୍ଷ ବୟସରେ ରଥଖଳାରେ ପାଦ ଥାପିଥିଲେ। ଏବେ ତାଙ୍କ ବୟସ ୧୭। ବର୍ତ୍ତମାନ ସେ ବିଶ୍ୱମ୍ବର ବିଦ୍ୟାପୀଠରେ ୯ମ ଶ୍ରେଣୀର ଛାତ୍ର। କଣଗୁଜ, ପଟାଗୁଜ ଏବଂ ନାଟଗୁଜ କାମରେ ପାରଙ୍ଗମ ହୋଇଗଲେଣି। ଜଗନ୍ନାଥ କହିଛନ୍ତି, ଏହି ସେବାରେ ଆନନ୍ଦ ରହିଛି। ବାପାଙ୍କ ଭଳି ଜଣେ ରୂପକାର ସେବକ ହେବାକୁ ସେ ଆଶା ରଖିଛନ୍ତି।
ସ୍ବର୍ଗତ ଦେବରାଜ ମହାପାତ୍ରଙ୍କ ପୁଅ ଶୁଭମ(୧୫) ଏବଂ ଲିଙ୍ଗରାଜଙ୍କ ପୁଅ ପ୍ରକାଶ (୧୫) ଉଭୟ ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର। ଏକାସାଙ୍ଗରେ କାମ ଶିଖିବା ଆରମ୍ଭ କରିଥିଲେ। ଉଭୟ ବର୍ତ୍ତମାନ ସିଂହବରାଳ କାମ କରୁଛନ୍ତି। ଗତବର୍ଷଠାରୁ କାହ୍ନୁ ମହାପାତ୍ରଙ୍କ ପୁଅ ସୂର୍ଯ୍ୟପ୍ରକାଶ(୬) ରଥଖଳାରେ ଯୋଗଦେଇଛନ୍ତି।
ବାପା, ଜେଜେଙ୍କଠାରୁ କାମ ଶିଖୁଛନ୍ତି ଓମ୍‌ ପ୍ରକାଶ। କାଠରେ ଅଙ୍କା ହୋଇଥିବା ଚିତ୍ରରେ ଖୋଦେଇ କରିବା ଶିକ୍ଷା ନେଉଛନ୍ତି। ବାପା ପଞ୍ଚାନନ କୁହନ୍ତି, ୩ବର୍ଷ ବୟସରେ ସେ ଆପେ ରଥଖଳାକୁ ଆସିବାକୁ ମନ ବଳାଇଥିଲା। ତାହାର ଆଗ୍ରହକୁ ଦେଖି ଏଠାକୁ ଆଣିଥିଲି।
ଏମାନଙ୍କ ମଧ୍ୟରେ ସବୁଠାରୁ ଛୋଟ କୁନି କାରିଗର ହେଉଛନ୍ତି ସୂର୍ଯ୍ୟପ୍ରକାଶ। ତପୋବନ ଆଦର୍ଶ ବିଦ୍ୟାଳୟରେ ପଢୁୁଛନ୍ତି। ଗତବର୍ଷଠାରୁ ରଥଖଳାରେ କାମ କରୁଛନ୍ତି। କୁନି ହାତରେ ନିହଣ ଓ ମୁଗୁର ଧରି ଚିତ୍ରିତ ସିଂହବିରାଳରେ ଖୋଦେଇ କରୁଛନ୍ତି। ତାଙ୍କ ଦୁଇଭାଇ ଶୁଭମ ଓ ପ୍ରକାଶ କୁହନ୍ତି, ରଥଖଳାରେ କାମ କରିବା ଭାଗ୍ୟରେ ଥିଲେ ମିଳେ। ଆମେ କାମ କରିବାବେଳେ ବହୁ ଭକ୍ତ, ପର୍ଯ୍ୟଟକ ଠିଆ ହୋଇ ଦେଖନ୍ତି। ଆମ ସହିତ ଫଟୋ ଉଠାନ୍ତି। ବହୁତ ଖୁସି ଲାଗେ। ଏଥିରେ ଯେଉଁ ଆନନ୍ଦ ରହିଛି, ତାହା ଖେଳକୁଦରେ ନାହିଁ। ଏ ସମ୍ପର୍କରେ ବରିଷ୍ଠ ରୂପକାର ଗଣେଶ ମହାପାତ୍ର କହିଛନ୍ତି, ଏହା ହେଉଛି ଆମର ପାରମ୍ପରିକ ସେବା। ମୁଁ ମଧ୍ୟ ପିଲାବସ୍ଥାରୁ କାମ ଶିଖିଥିଲି। ଏହା ବର୍ତ୍ତମାନ ସେମାନଙ୍କ ତାଲିମ ନେବା ସମୟ। ଏହି ସମୟରେ ଆମେ ତାଙ୍କୁ ହାତ ଧରି କାମ ଶିଖାଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri