Posted inଖେଳ

ରଣ୍‌ଜୀରେ ଫିଟ୍‌ନେସ ପ୍ରମାଣ କରିବେ ବୁମ୍‌ରା

ସୁରଟ, ୨୪।୧୨ (ପି.ଟି.)- ରଣ୍‌ଜୀ ଟ୍ରଫି ୩ୟ ପର୍ଯ୍ୟାୟର ଏକ ମୁକାବିଲାରେ ବୁଧବାର କେରଳକୁ ଭେଟିବ ଘରୋଇ ଗୁଜରାଟ। ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍‌ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଜରିଆରେ ନିଜ ଫିଟ୍‌ନେସର ପ୍ରମାଣ ଦେବାକୁ ସୁଯୋଗ ପାଇଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ବୁମ୍‌ରା ଗତ ସେପ୍ଟେମ୍ବରରୁ ଆକ୍ସନରୁ ଦୂରେଇ ରହିଛନ୍ତି। ଏବେ ସୁସ୍ଥ ହୋଇଥିବା ଏହି ଡାହାଣହାତୀ ୟର୍କର ସ୍ପେଶାଲିଷ୍ଟ ବୋଲର ଶ୍ରୀଲଙ୍କା (ଟି୨୦) ଓ ଅଷ୍ଟ୍ରେଲିଆ (ଦିନିକିଆ) ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ଗୁଜରାଟ ଓ କେରଳ ମଧ୍ୟରେ ଖେଳାଯିବାକୁ ଥିବା ରଣ୍‌ଜୀ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ରଣ୍‌ଜୀ ଟ୍ରଫି ମୁକାବିଲାରେ ବିସିସିଆଇ ଚୟନ କମିଟିର ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ଉପସ୍ଥିତ ରହି ବୁମ୍‌ରାଙ୍କ ଫିଟ୍‌ନେସ ଉପରେ ନଜର ରଖିବେ। ତିନୋଟିଯାକ ଫର୍ମାଟ୍‌ରେ ଭାରତର ପ୍ରମୁଖ ବୋଲର ରହିଥିବା ବୁମ୍‌ରା ଶେଷଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚ୍‌ରେ ସେ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ପାଇଥିଲେ। ଜାନୁୟାରୀ ପ୍ରଥମ ସପ୍ତାହରୁ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏହାପରେ ବିରାଟ କୋହଲିଙ୍କ ଦଳ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏହି ଦୁଇ ସିରିଜ ଲାଗି ସୋମବାର ଘୋଷିତ ଭାରତୀୟ ଦଳରେ ବୁମ୍‌ରା ସ୍ଥାନ ପାଇବା ସହ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri