ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ କମିଶନର

ଭୁବନେଶ୍ୱର,୨୪।୧୨: ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭରତ ସାହୁ ଓରଫ ବାପି ଓ ଦୁର୍ଗା ପ୍ରସାଦ ସାହୁ ଓରଫ ହାପିଙ୍କୁ ପୋଲିସ ଗିରଫ କରିଛି। ଉଭୟଙ୍କ ନିକଟରୁ ପୋଲିସ ଏକ ମାଉଜର ଏବଂ ବାଇକ୍‌କୁ ଜବତ କରିଛି। ସେମାନଙ୍କ ବିରୋଧରେ ଖଣ୍ଡଗିରି ପୋଲିସ କେସ୍‌ (ନଂ.୬୩୫/୧୯) ରୁଜୁ କରିଥିବା ବେଳେ ହତ୍ୟା ମାମଲାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି। ଏ ସମ୍ପର୍କରେ ମଙ୍ଗଳବାର କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଜମିଦାରି ଘଟଣାକୁ ନେଇ ଅନିଲଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି।

କମିଶନରଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ବାପିଙ୍କ ମା’ଙ୍କ ନାମରେ ଥିବା ସମ୍ପତ୍ତିକୁ ତାଙ୍କ ବାପା ଶସ୍ତାରେ ଗ୍ରାମର କିଛି ଲୋକଙ୍କୁ ବିକ୍ରି କରିଦେଇଥିଲେ। ପରେ ବାପି ପୁଣି ଉକ୍ତ ଜମିକୁ ଫେରି ପାଇବାକୁ ଚାହିଁଥିଲେ। ହେଲେ ଗ୍ରାମର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ଏଥିରେ ଅନିଲ ଗ୍ରାମବାସୀଙ୍କୁ ସମର୍ଥନ କରୁଥିଲେ। ସେହିପରି ବାପିଙ୍କ ସହଯୋଗୀ ଆଲୋକ ଡ୍ରଗ୍ସ ବେପାର କରୁଥିବା ବେଳେ ତାଙ୍କୁ ମୃତ ଅନିଲ ବିରୋଧ କରୁଥିଲେ। ଏଣୁ ଅନିଲଙ୍କ ଉପରେ ବାପିଙ୍କ ରାଗ ବଢ଼ିବାରେ ଲାଗିଥିଲା। ତେବେ ହତ୍ୟାର ପୂର୍ବଦିନ ବାପି ଜନ୍ମଦିନ ପାଳିବାକୁ ପୁରୀ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅନିଲ ଗାଁ ଲୋକଙ୍କ ସହ ମିଶି ତାଙ୍କ ନାମରେ ପୋଲିସରେ ଅଭିଯୋଗ କରିବାକୁ ଷଡ଼ଯନ୍ତ୍ର କରୁଥିବା ବାପିଙ୍କୁ ତାଙ୍କ ସହଯୋଗୀ କହିଥିଲେ। ଶେଷରେ ଅନିଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ବାପି ଗତ ସେପ୍ଟେମ୍ବର ୭ ତାରିଖରେ ଗୁଳିମାଡ଼ କରିଥିଲେ। ବାହାଦଲପୁର ହନୁମାନ ମନ୍ଦିର ସମ୍ମୁଖରେ ଅନିଲ ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କୁ ବାପି, ଆଲୋକ ଓ ହାପି ମୁହଁରେ କପଡ଼ା ବାନ୍ଧି ଅଟକାଇଥିଲେ। ପରେ ସେମାନେ ଅନିଲଙ୍କ ଛାତିକୁ ଗୁଳି କରିଥିଲେ। ଏହାକୁ ତାଙ୍କ ବାପା ବିରୋଧ କରିବାରୁ ଅଭିମନ୍ୟୁଙ୍କ ଗୋଡ଼କୁ ଗୁଳି କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ଅଭିଯୁକ୍ତମାନେ ପ୍ରଥମେ ଖୋର୍ଦ୍ଧା ଓ ପରେ ରାୟଗଡ଼ାରେ ଲୁଚିଥିଲେ। ସେଠାରୁ ପୋଲିସ ଉଭୟଙ୍କୁ ଗିରଫ କରିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଜା ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ଲାଗି ପୋଲିସ ଚଢ଼ାଉ ଜାରି ରଖିଥିବା ଷଡ଼ଙ୍ଗୀ କହିଛନ୍ତି।

ପ୍ରକାଶଯୋଗ୍ୟ, ଅନିଲଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବାହାଦଲପୁର ଅଞ୍ଚଳର ଶତାଧିକ ଲୋକେ ରାସ୍ତାରୋକୋ କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେମାନେ ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri