ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ କମିଶନର

ଭୁବନେଶ୍ୱର,୨୪।୧୨: ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭରତ ସାହୁ ଓରଫ ବାପି ଓ ଦୁର୍ଗା ପ୍ରସାଦ ସାହୁ ଓରଫ ହାପିଙ୍କୁ ପୋଲିସ ଗିରଫ କରିଛି। ଉଭୟଙ୍କ ନିକଟରୁ ପୋଲିସ ଏକ ମାଉଜର ଏବଂ ବାଇକ୍‌କୁ ଜବତ କରିଛି। ସେମାନଙ୍କ ବିରୋଧରେ ଖଣ୍ଡଗିରି ପୋଲିସ କେସ୍‌ (ନଂ.୬୩୫/୧୯) ରୁଜୁ କରିଥିବା ବେଳେ ହତ୍ୟା ମାମଲାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି। ଏ ସମ୍ପର୍କରେ ମଙ୍ଗଳବାର କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଜମିଦାରି ଘଟଣାକୁ ନେଇ ଅନିଲଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି।

କମିଶନରଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ବାପିଙ୍କ ମା’ଙ୍କ ନାମରେ ଥିବା ସମ୍ପତ୍ତିକୁ ତାଙ୍କ ବାପା ଶସ୍ତାରେ ଗ୍ରାମର କିଛି ଲୋକଙ୍କୁ ବିକ୍ରି କରିଦେଇଥିଲେ। ପରେ ବାପି ପୁଣି ଉକ୍ତ ଜମିକୁ ଫେରି ପାଇବାକୁ ଚାହିଁଥିଲେ। ହେଲେ ଗ୍ରାମର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ। ଏଥିରେ ଅନିଲ ଗ୍ରାମବାସୀଙ୍କୁ ସମର୍ଥନ କରୁଥିଲେ। ସେହିପରି ବାପିଙ୍କ ସହଯୋଗୀ ଆଲୋକ ଡ୍ରଗ୍ସ ବେପାର କରୁଥିବା ବେଳେ ତାଙ୍କୁ ମୃତ ଅନିଲ ବିରୋଧ କରୁଥିଲେ। ଏଣୁ ଅନିଲଙ୍କ ଉପରେ ବାପିଙ୍କ ରାଗ ବଢ଼ିବାରେ ଲାଗିଥିଲା। ତେବେ ହତ୍ୟାର ପୂର୍ବଦିନ ବାପି ଜନ୍ମଦିନ ପାଳିବାକୁ ପୁରୀ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅନିଲ ଗାଁ ଲୋକଙ୍କ ସହ ମିଶି ତାଙ୍କ ନାମରେ ପୋଲିସରେ ଅଭିଯୋଗ କରିବାକୁ ଷଡ଼ଯନ୍ତ୍ର କରୁଥିବା ବାପିଙ୍କୁ ତାଙ୍କ ସହଯୋଗୀ କହିଥିଲେ। ଶେଷରେ ଅନିଲଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ବାପି ଗତ ସେପ୍ଟେମ୍ବର ୭ ତାରିଖରେ ଗୁଳିମାଡ଼ କରିଥିଲେ। ବାହାଦଲପୁର ହନୁମାନ ମନ୍ଦିର ସମ୍ମୁଖରେ ଅନିଲ ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କୁ ବାପି, ଆଲୋକ ଓ ହାପି ମୁହଁରେ କପଡ଼ା ବାନ୍ଧି ଅଟକାଇଥିଲେ। ପରେ ସେମାନେ ଅନିଲଙ୍କ ଛାତିକୁ ଗୁଳି କରିଥିଲେ। ଏହାକୁ ତାଙ୍କ ବାପା ବିରୋଧ କରିବାରୁ ଅଭିମନ୍ୟୁଙ୍କ ଗୋଡ଼କୁ ଗୁଳି କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ଅଭିଯୁକ୍ତମାନେ ପ୍ରଥମେ ଖୋର୍ଦ୍ଧା ଓ ପରେ ରାୟଗଡ଼ାରେ ଲୁଚିଥିଲେ। ସେଠାରୁ ପୋଲିସ ଉଭୟଙ୍କୁ ଗିରଫ କରିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଜା ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ଲାଗି ପୋଲିସ ଚଢ଼ାଉ ଜାରି ରଖିଥିବା ଷଡ଼ଙ୍ଗୀ କହିଛନ୍ତି।

ପ୍ରକାଶଯୋଗ୍ୟ, ଅନିଲଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବାହାଦଲପୁର ଅଞ୍ଚଳର ଶତାଧିକ ଲୋକେ ରାସ୍ତାରୋକୋ କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେମାନେ ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?