ରକ୍ତଦାନ ନିଶାରେ ବାପି: କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା

କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍। ଡାକ୍ତରଙ୍କ ସମସ୍ତ ଉଦ୍ୟମ ବୃଥା ଗଲା। ବାପା ଚାଲିଗଲେ ଆରପାରିକୁ। ହେଲେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ବଦଳିଗଲା ତାଙ୍କ ଚିନ୍ତାଧାରା। ସେ ହୃଦୟଙ୍ଗମ କରିପାରିଥିଲେ ରୋଗୀ ପାଇଁ ରକ୍ତର ଆବଶ୍ୟକତାକୁ। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ରକ୍ତଦାନ ନିଶାରେ ପଡ଼ିଥିବା ଏହି ଯୁବକ ହେଲେ ସୁମନ୍ତ କୁମାର ବେହେରା ଓରଫ୍‌ ବାପି। ରକ୍ତସଙ୍କଟ ସମୟରେ ସେ ପାଲଟିଯାଆନ୍ତି ରୋଗୀଙ୍କ ତ୍ରାଣକର୍ତ୍ତା। ପେସାରେ ଜଣେ ସେଲ୍ସମ୍ୟାନ୍‌ ହୋଇଥିଲେ ମଧ୍ୟ ଏପରି ମହତ୍‌ କାର୍ଯ୍ୟ ତାଙ୍କୁ ଜନମାନସରେ ପରିଚିତ କରାଇଛି।
ଢେଙ୍କାନାଳ ଜିଲା କାନପୁରା ପଞ୍ଚାୟତ ଜିରିଡ଼ାମାଳିରେ ରୁହନ୍ତି ବାପି। ୨ଭାଇ, ଜଣେ ଭଉଣୀ, ବୃଦ୍ଧା ମା’ଙ୍କୁ ନେଇ ତାଙ୍କ ପରିବାର। ୧୦ ବର୍ଷ ହେଲା ବାପା ଆରପାରିରେ। ମଝିଆ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ବଡ଼ ଭାଇ ନିଜ ପରିବାର ସହ ସରାଙ୍ଗରେ ରହୁଛନ୍ତି। ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନୁହେଁ। ଭଙ୍ଗା ନୂଆଣିଆ ଦୁଇ ବଖରା ଚାଳଘରେ ବୃଦ୍ଧା ମା’ ଏବଂ ବାପି ରହୁଛନ୍ତି।
ନିଜର ଅଙ୍ଗେନିଭା ଅନୁଭୂତି ବଖାଣି ବାପି କୁହନ୍ତି, ୨୦୧୦ରେ ହଠାତ୍‌ ବାପାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଗଲା। ଜ୍ୱର ଛାଡ଼ିଲାନି। ହିମଗ୍ଲୋବିନ୍‌ କମିଗଲା। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ସତ୍ତ୍ୱେ ସୁଫଳ ମିଳିଲାନି। ଡାକ୍ତର କଟକ ନେଇଯିବାକୁ ପରାମର୍ଶ ଦେଲେ। ସେଠାରେ ପରୀକ୍ଷା ପରେ ବାପା କ୍ୟାନ୍‌ସର ଆକ୍ରାନ୍ତ ବୋଲି ଜଣାପଡ଼ିଲା। ଚିକିତ୍ସା ସମୟରେ ରକ୍ତର ଆବଶ୍ୟକତା ଦେଖାଦେଲା। ସେତେବେଳକୁ ଜମାରୁ ୨୩ବର୍ଷ। ରକ୍ତଦାନ ବିଷୟରେ ସେତେଟା ଜ୍ଞାନ ନ ଥାଏ। ଭୟ ଲାଗୁଥାଏ। ଇଚ୍ଛା ନ ଥିଲେ ମଧ୍ୟ କଟକ ରକ୍ତଭଣ୍ଡାରରେ ପ୍ରଥମ ଥର ରକ୍ତ ଦେବାକୁ ପଡ଼ିଲା। କିଛିଦିନର ଚିକିତ୍ସା ପରେ ସମସ୍ତଙ୍କୁ ପରକରି ବାପା ଆରପାରିକୁ ଚାଲିଗଲେ। ଏହି ଘଟଣା ମନରେ ଗଭୀର ରେଖାପାତ କଲା। ସେହିଦିନ ହିଁ ବୁଝାପଡ଼ିଲା ରୋଗୀ ପାଇଁ ରକ୍ତର ମହତ୍ତ୍ୱ କେତେ। ୩୨ବର୍ଷ ବୟସରେ ଅଦ୍ୟାବଧି ସେ ୩୫ ଥର ରକ୍ତଦାନ କରିସାରିଲେଣି। ତାଙ୍କଠାରୁ ପ୍ରେରଣା ପାଇ ଅନେକ ଯୁବକ ମଧ୍ୟ ଏଥିପ୍ରତି ଆଗ୍ରହୀ ହେଉଥିବା ସେ କହିଛନ୍ତି।
ନିଜର ବୃତ୍ତିଗତ ଜୀବନ ବିଷୟରେ ବାପି କୁହନ୍ତି, ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯୁକ୍ତ ୨ପରେ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଲା। ଏବେ ସେ ଏକ ଶପିଂ ମଲ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଛନ୍ତି। ରକ୍ତ ଆବଶ୍ୟକ ପଡ଼ିଲେ ତାଙ୍କୁ ଖୋଜାପଡ଼େ। କୌଣସି କାରଣରୁ ଯଦି ସେ ରକ୍ତଦାନ କରିବାକୁ ଅସମର୍ଥ ହୁଅନ୍ତି, ତେବେ ରକ୍ତ ଯୋଗାଡ଼ କରିଦେଇଥାନ୍ତି। ଏଥିପାଇଁ ମଲ୍‌ ମାଲିକ ମଧ୍ୟ ସହଯୋଗ କରିଥାନ୍ତି। ନିକଟ ଅତୀତରେ ତାଳଚେର ଅଞ୍ଚଳର ଜଣେ ୧୨ ବର୍ଷର ଶିଶୁଙ୍କ ଘରୋଇ ହସ୍ପିଟାଲରେ ହାର୍ଟ ଅପରେଶନ ହୋଇଥିଲା। ଏହି ସମୟରେ ବାପି ରକ୍ତଦାନ କରିଥିଲେ, ଯାହା ତାଙ୍କୁ ଗଭୀର ଆତ୍ମସନ୍ତୁଷ୍ଟି ଦେଇଥିଲା। ଜୀବନ ଥିବା ଯାଏ ଏପରି ମହତ୍‌ କାର୍ଯ୍ୟ ଜାରି ରଖିବେ ବୋଲି ବାପି ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri