ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶ୍ୱଶୁର ଗିରଫ, ସ୍ବାମୀ ଫେରାର; ଶେରଗଡ଼ ପୋଲିସର ତଦନ୍ତ ଆରମ୍ଭ

ଶେରଗଡ଼, ୮।୬(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ଗୋବିନ୍ଦପୁର ନୂଆସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଟଙ୍କା ଲାଗି ଜଣେ ବୋହୁଙ୍କୁ ଶ୍ୱଶୁର ଓ ସ୍ବାମୀ ମିଶି ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପିଙ୍କି ସ୍ବାଇଁ। ତେବେ ଅଭିଯୁକ୍ତ ଶ୍ୱଶୁର ଗୌଡ଼ ସ୍ବାଇଁଙ୍କୁ ଗିରଫ କରାଯାଇଥିବା ବେଳେ ସ୍ବାମୀ ଫିରୋଜ ସ୍ବାଇଁ ଫେରାର ଅଛନ୍ତି।

ସୂଚନାନୁଯାୟୀ, ପିଙ୍କିଙ୍କୁ ଘରେ କେହି ହତ୍ୟା କରିଥିବା ଖବର ପ୍ରଚାରିତ ହୋଇଥିଲା। ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ସେହିଭଳି ଖବର ପାଇ ପିଙ୍କିଙ୍କ ବାପା ନରସିଂହ ସ୍ବାଇଁ ଓ ମା’ କୁନୁ ସ୍ବାଇଁ ପହଞ୍ଚିଥିଲେ। ଝିଅଙ୍କ ମୃତଦେହ ଦେଖି ଭାବବିହ୍ବଳ ହେବା ସହ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ନିକଟରେ ମା’ କୁନୁ ଅଭିଯୋଗ କରିଥିଲେ। ଫିରୋଜ ଓ ଗୌଡ଼ ମିଶି ତାଙ୍କୁ ଏକ ଓଜନିଆ ବସ୍ତୁରେ ଛେଚି ହତ୍ୟା କରିଥିବା ସେ ଦର୍ଶାଇଥିଲେ। ଏହାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଉ ବୋଲି ପୋଲିସ ନିକଟରେ ଏକ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ବଧୁହତ୍ୟା ମାମଲା(ନଂ-୪୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଇବା ସହ ଗୌଡ଼ଙ୍କୁ ଗିରଫ କରିଛି।

ଶେରଗଡ଼ ଥାନା ଏସ୍‌ଆଇ ରଘୁନାଥ ମାଝୀ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିପରି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ତାହା ସ୍ପଷ୍ଟ ହେବ। ଏଥିସହ ଫିରୋଜଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଆଇ କହିଛନ୍ତି।

ପ୍ରକାଶଯୋଗ୍ୟ, ନରସିଂହଙ୍କ ଝିଅ ପିଙ୍କି ଫିରୋଜଙ୍କୁ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହକୁ ଦୁଇ ବର୍ଷ ବିତିଥିଲେ ସୁଦ୍ଧା ଉଭୟଙ୍କ ସନ୍ତାନ ହୋଇ ନ ଥିଲା। ଏପରିକି ବିବାହ ପରଠାରୁ ଯୌତୁକରେ ଅଧିକ ଟଙ୍କା ଆଣିବାକୁ ଫିରୋଜ ଓ ନରସିଂହ ପିଙ୍କିଙ୍କ ଉପରେ ଚାପ ପକାଉଥିଲେ। ପୁନର୍ବାର ଉକ୍ତ କଥାକୁ ନେଇ ପିଙ୍କିଙ୍କୁ କହିବା ଓ ସେ ଏପରି କରିବାକୁ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri