ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହର ଯୋରରେ। ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀଛାତ୍ର ପ୍ରତ୍ୟହ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି। ଉକ୍ତ ଯୋର ଉପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସରିନାହିଁ ା ଫଳରେ ଦୁର୍ଜନତୈଲା ପଞ୍ଚାୟତର ମସିଣାପାଲି, ମାଖନଖାଇ, ସୁରଧାପାଲି, ଦୁର୍ଜନତୈଲା, ବ୍ରାହ୍ମଣୀପାଲି, ଗୋଘାଟ, ବରଘାଟ ଦାଦର ଆଦି ଗ୍ରାମର ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ପ୍ରତ୍ୟହ ଉକ୍ତ ବାଟଦେଇ ସାଗଯୋରୀ ସ୍କୁଲକୁ ଯାଇଥାନ୍ତି । ପୂର୍ବରୁ ହରିହରଯୋର ପ୍ରକଳ୍ପ ଉପର ରାସ୍ତା ଦେଇ ଛାତ୍ରୀଛାତ୍ର ଯିବା ଆସିବା କରୁଥିଲେ। ମାତ୍ର ଉକ୍ତ ରାସ୍ତା ଏବେ ଖାଲଖମା ପୂର୍ଣ୍ଣ ହେବା ସହିତ ଶୋଚନୀୟ ହୋଇପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ସେହି ବାଟରେ ଏବେ ଯିବା ଆସିବା ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି। ତେଣୁ ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି । ଟିକିଏ ବର୍ଷା ହେଲେ ଯୋରରେ ପାଣି ଆସୁଛି । ପିଲାଏ ବହିପତ୍ର ଓ ସାଇକେଲ ଧରି ୩ରୁ ୪ ଫୁଟ ପାଣି ପାର ହେଉଥିବା ଦେଖିବାକୁ ମିଳୁଛି । ଟିକିଏ ଅସାବଧାନତା ହେଲେ ପାଣିରେ ଭାସିଯିବାର ସମ୍ଭାବନା ରହିଛି । ଉକ୍ତ ଯୋର ଉପରେ ଏବେ ଏକ ପୋଲ ନିର୍ମାଣ ହେଉଥିଲେ ମଧ୍ୟ ଏହାର କାମ ମନ୍ଥର ଗତିରେ ଚାଲିଥିବାରୁ ପିଲାଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରୀଛାତ୍ର ଆଦିବାସୀ ଶ୍ରେଣୀର। ଏଣୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?