ଯୁବଶକ୍ତି ରାଷ୍ଟ୍ରଶକ୍ତି

ଡ. ମନୋରଞ୍ଜନ ପ୍ରଧାନ

୧୮୯୩ ସେପ୍ଟେମ୍ବର ୧୧ରେ ଚିକାଗୋ ବିଶ୍ୱଧର୍ମ-ମହାସମ୍ମେଳନୀରୁ ଫେରି ସାରା ଭାରତ ଭ୍ରମଣ କରି ସ୍ବାମୀ ବିବେକାନନ୍ଦ ଭାରତବର୍ଷର ମହାନତା, ସନାତନ ଧର୍ମ ଓ ସଂସ୍କୃତିର ପବିତ୍ରତା ସମ୍ପର୍କରେ ଦେଶବାସୀଙ୍କୁ କହୁଥାନ୍ତି- ପାଶ୍ଚାତ୍ୟ ଦେଶକୁ ଯିବା ପୂର୍ବରୁ ମୁଁ ଭାରତକୁ ଭଲ ପାଉଥିଲି; କିନ୍ତୁ ବର୍ତ୍ତମାନ ଭାରତର ଧୂଳିକଣାଟି ପର୍ଯ୍ୟନ୍ତ ମୋ ପାଖରେ ପବିତ୍ର; ଭାରତର ବାୟୁ ମୋ ନିକଟରେ ପବିତ୍ର। ଭାରତ ପୁଣ୍ୟଭୂମି,ମହାତୀର୍ଥ। ସ୍ବାମିଜୀଙ୍କ ପ୍ରେରଣାଦାୟୀ ତଥା ଓଜସ୍ବୀ ଅଭିଭାଷଣରେ ସମବେତ ଜନତା ନିଜକୁ ଏକ ପବିତ୍ର ଦେଶର ସନ୍ତାନ ଭାବେ ଗର୍ବ କରୁଥିତ୍ବାବେଳେ ଜଣେ ଯୁବକ ପ୍ରଶ୍ନ କଲେ-ହେ ସ୍ବାମିଜୀ, ନିଜର ଜ୍ଞାନଗରିମା ଓ ଓଜସ୍ବୀ ଭାଷଣ ବଳରେ ନିଜକୁ ବିଶ୍ୱବିଜୟୀ ପ୍ରମାଣିତ କରିବା ସହ ଭାରତର ବିଜୟବୈଜନ୍ତି ତ ସାରା ବିଶ୍ୱରେ ଉଡେଇଦେଲେ, ହେଲେ ଦେଇପାରିବେ ଭାରତର ସ୍ବାଧୀନତା? ଯୁବକର ନିର୍ଭୀକ ପ୍ରଶ୍ନ ଶୁଣି ଯୁବସମାଜର ଆଦର୍ଶ ତଥା ବିପ୍ଳବୀ ଯୁବ ସନ୍ନ୍ୟାସୀ ବିବେକାନନ୍ଦ ନିମିଷକ ପାଇଁ ନୀରବ ରହି ଉତ୍ତର ଦେଲେ- ହେ ଯୁବକ ଆସନ୍ତା ସୂର୍ୟୋଦୟ ପୂର୍ବରୁ ମୁଁ ତୁମ ହାତରେ ଭାରତର ସ୍ବାଧୀନତା ଅର୍ପଣ କରିବି କିନ୍ତୁ ଗୋଟିଏ ସର୍ତ୍ତରେ। ସର୍ତ୍ତ ହେଉଛି ମୋତେ ଦରକାର ଶହେ ଜଣ ଯୁବକ, ଯେଉଁମାନଙ୍କ ପ୍ରାଣ କାନ୍ଦୁଥିବ ଏ ଦେଶପାଇଁ ଆଉ ପ୍ରତିକ୍ଷଣ ସଜାଗ ରହିଥିବେ ଏ ଦେଶବାସୀଙ୍କ ନିମନ୍ତେ ପ୍ରାଣବଳୀ ଦେବାଲାଗି। ଦେଇପାରିବ ଏଭଳି ଶହେ ଜଣ ଯୁବକ! ନୀରବ ନିରୁତ୍ତର ରହିଲେ ଯୁବକ ଜଣକ । ଅତ୍ୟନ୍ତ ଭାବପ୍ରବଣ ହୋଇ ସ୍ବାମିଜୀ ଚିତ୍କାର କରି କହିଲେ- ମନୁଷ୍ୟ ଦରକାର। ମନୁଷ୍ୟ ଦରକାର; ଆଉ ସବୁ ହୋଇଯିବ। ବୀର୍ଯ୍ୟବାନ, ସମ୍ପୂର୍ଣ୍ଣ ଅକପଟ, ତେଜସ୍ବୀ, ବିଶ୍ୱାସୀ ଯୁବଗଣ ଆବଶ୍ୟକ। ଏହିପରି ଶହେ ଯୁବକ ହେଲେ ସମଗ୍ର ଜଗତକୁ ପରିବର୍ତ୍ତନ କରାଯାଇପାରେ। ସ୍ବାମିଜୀଙ୍କ ଏହି ଉଦ୍‌ବୋଧନ ସ୍ପଷ୍ଟ ଦର୍ଶାଉଛି ଯୁବସମାଜ ଉପରେ ଥିବା ତାଙ୍କ ଆସ୍ଥା, ବିଶ୍ୱାସ ଓ ପ୍ରତିବଦ୍ଧତାକୁ।
ଏକଥା ଅକାଟ୍ୟ ସତ୍ୟ ଯେ ଗୋଟିଏ ରାଷ୍ଟ୍ରର ଭାଗ୍ୟ ଓ ଭବିଷ୍ୟତ, ପ୍ରଗତି ଅଥବା ଦୁର୍ଗତି, ବିକାଶ ବା ବିନାଶ, ସୌଭାଗ୍ୟ ଅଥବା ଦୁର୍ଭାଗ୍ୟ ତା’ର ଯୁବ ସମାଜ ଉପରେ ନିର୍ଭରଶୀଳ। ଯୁବଗୋଷ୍ଠୀ ଯଦି ବିବେକୀ, ଗୁଣଗ୍ରାହୀ, କର୍ତ୍ତବ୍ୟନିଷ୍ଠ, ଶୃଙ୍ଖଳିତ, ସଂଯମୀ, ସଂସ୍କାରୀ, ସଂସ୍କୃତିସମ୍ପନ୍ନ, ରାଷ୍ଟ୍ରପ୍ରେମୀ ତଥା ସମର୍ପିତ ହେବେ, ତେବେ ସେ ଦେଶ ସବୁ କ୍ଷେତ୍ରରେ ସଫଳତା ପାଇପାରିବ। ଅପରପକ୍ଷେ, ଯୁବସମାଜ ଯଦି ଅପାଠୁଆ, ଅଶିକ୍ଷିତ, ସ୍ବାର୍ଥପର, ସଂସ୍କାରହୀନ, ନିଶାସକ୍ତ ତଥା ବିବେକରହିତ ହୋଇ ନିଜ ଲାଭ ଓ ଲୋଭ କଥା ଚିନ୍ତା କରନ୍ତି, ତେବେ ସେ ଦେଶକୁ ଧ୍ୱଂସ ମୁଖରୁ କେହି ରକ୍ଷାକରିପାରିବେ ନାହିଁ। ସେଥିପାଇଁ ଯୁବଶକ୍ତିକୁ ରାଷ୍ଟ୍ରଶକ୍ତି ବୋଲି କୁହାଯାଏ। ସ୍ବାମୀ ବିବେକାନନ୍ଦ କହନ୍ତି- ସ୍ବାଭିମାନୀ ଓ ଚରିତ୍ରବାନ ଯୁବକ କେବଳ ରାଷ୍ଟ୍ରନିର୍ମାଣ କାହିଁକି ସାରା ବିଶ୍ୱନିର୍ମାଣର ବିଶ୍ୱକର୍ମା ହୋଇ ଶାନ୍ତି, ମୈତ୍ରୀ,ସଂହତି ଓ ସମୃଦ୍ଧି ସ୍ଥାପନ କରିପାରିବ। ତେଣୁ ସେ ଦେଶର ଯୁବଶକ୍ତିକୁ ଲୌହର ମାଂସପେଶୀ, ଇସ୍ପାତର ଉପାଦାନରେ ଗଠିତ ସ୍ନାୟୁମଣ୍ଡଳୀ ଓ ଉନ୍ନତ ମସ୍ତିଷ୍କ ହେବା ପାଇଁ ଆହ୍ବାନ ଦେଇ କହନ୍ତି- ଆମର ଯୁବକମାନଙ୍କୁ ବଳିଷ୍ଠ ହେବାକୁ ପଡିବ, ଧର୍ମ ପରେ ଆସିବ। ହେ ମୋର ଯୁବ ବନ୍ଧୁଗଣ, ତୁମ୍ଭେମାନେ ବଳବାନ ହୁଅ- ଏହା ହିଁ ତୁମମାନଙ୍କ ପ୍ରତି ମୋର ଉପଦେଶ। ଗୀତାପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ବର୍ଗର ଅଧିକତର ସମୀପବର୍ତ୍ତୀ ହେବ। ମୋତେ ସାହାସପୂର୍ବକ କଥାଗୁଡିକ କହିବାକୁ ପଡୁଛି; କିନ୍ତୁ ନ କହି ରହିପାରୁନି। ମୁଁ ତୁମକୁ ଭଲପାଏ। ମୁଁ ଜାଣେ ଜୋତାର କେଉଁ ଜାଗା ପାଦକୁ ପୀଡ଼ା ଦେଉଛି। ମୋର କିଛି ଅଭିଜ୍ଞତା ଅଛି। ତୁମ ଶରୀର ଟିକେ ଶକ୍ତ ହୋଇଗଲେ ତୁମେ ଗୀତା ଭଲରୂପେ ବୁଝିପାରିବ। ଯେତେବେଳେ ତୁମମାନଙ୍କ ରକ୍ତ ଟିକେ ତାଜା ହୋଇଯିବ, ଶ୍ରୀକୃଷ୍ଣଙ୍କ ମହତୀ ପ୍ରତିଭା ଓ ମହାନ୍‌ ବୀଯର୍‌ୟ ଭଲ କରି ବୁଝିପାରିବ। ଯେତେବେଳେ ତୁମ ଶରୀର ପାଦ ଉପରେ ଦୃଢଭାବରେ ଅବସ୍ଥିତ ହେବ, ସେତେବେଳେ ତୁମେ ନିଜକୁ ମଣିଷ ବୋଲି ଜାଣିପାରିବ ଏବଂ ଉପନିଷଦ ଓ ଆତ୍ମାର ମହିମା ଭଲଭାବରେ ବୁଝିପାରିବ।
ଯୁବଗୋଷ୍ଠୀ ପାଇଁ ସ୍ବାମିଜୀଙ୍କ ସ୍ପଷ୍ଟ ବାର୍ତ୍ତା ପ୍ରେରଣାଦାୟୀ ନିଶ୍ଚୟ। ହେଲେ ଏହି ତେଜସ୍ବୀ ପରାମର୍ଶର ମହତ୍ତ୍ୱ ଉଭୟ ଯୁବସମାଜ ଓ ସେମାନଙ୍କ ମାତାପିତା, ଅଭିଭାବକ ଓ ଶିକ୍ଷକ ସମାଜ ଉପଲବ୍ଧି କରିବା ଉଚିତ। ଶାରୀରିକ ଶିକ୍ଷାକୁ ଅଦରକାରୀ ଓ ଅଲୋଡା ଭାବି ଶିଶୁ ଅବସ୍ଥାରୁ ପିଲାମାନଙ୍କୁ ତଥ୍ୟ ଘୋଷାଇ ପରୀକ୍ଷା ଓ ମାର୍କସର୍ବସ୍ବ ପ୍ରତିଯୋଗିତାରେ ଜଣେ ଜଣେ ପ୍ରତିଭାଗୀ କରାଇ ଦେଶର ଭାଗ୍ୟ ଏବଂ ଭବିଷ୍ୟତମାନଙ୍କୁ ଶାରୀରିକ ଭାବେ ଏକପ୍ରକାର ଦୁର୍ବଳ ଓ ନିସ୍ତେଜ କରିଦେଉଥିବା ଅଭିଭାକମାନେ ଏହା ଅନୁଭବ କରିବା ଉଚିତ। କାରଣ ଶିକ୍ଷାର ଅର୍ଥ ତଥ୍ୟ ଆତ୍ମସାତ ନୁହେଁ। ଅଭିଭାବକମାନଙ୍କ ବ୍ୟାକୁଳ ମାନସିକତା ଓ ଶିକ୍ଷାଦାନର ସ୍ବରୂପକୁ ଲକ୍ଷ୍ୟ କରି ସ୍ବାମିଜୀ କହନ୍ତି- କଠୋର ପ୍ରହାର ଦ୍ୱାରା ଗଧକୁ ଘୋଡ଼ାରେ ପରିଣତ କରିବାର ଅପଚେଷ୍ଟା କଲାଭଳି ଶିଶୁକୁ ଶିକ୍ଷାଦେବା ପାଇଁ ଯେଉଁ ପଦ୍ଧତିର ଲକ୍ଷ୍ୟ, ସେପରି ଶିକ୍ଷା ପଦ୍ଧତି ଅନାବଶ୍ୟକ। ମାତାପିତାଙ୍କ ଅତ୍ୟଧିକ ଅମନଯୋଗିତା ହେତୁ ଆମ ଶିଶୁମାନେ ସେମାନଙ୍କ ଅଭିବୃଦ୍ଧି ନିମନ୍ତେ ମୁକ୍ତ ଅବକାଶ ପାଆନ୍ତି ନାହିଁ। ତେଣୁ ମାତାପିତାମାନେ ବୁଝିବା ଦରକାର କି ସେମାନଙ୍କ ପିଲାମାନେ ଭଲ ମାର୍କ ରଖି ଅଧିକ ଟଙ୍କା ଉପାର୍ଜନକାରୀ ବଡ ଚାକିରିଆ ହେବା ପରିବର୍ତ୍ତେ ଭଲ ମଣିଷ ହୁଅନ୍ତୁ। ସେଥିପାଇଁ ସେମାନେ ପିଲାମାନଙ୍କର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ମାର୍ଗଦର୍ଶନ କରନ୍ତୁ। ସ୍ବାମିଜୀଙ୍କ ଭାଷାରେ- ଇଚ୍ଛା ସବୁଠାରୁ ଅଧିକ ବଳବାନ୍‌। ଇଚ୍ଛାଶକ୍ତି ସପକ୍ଷରେ ଅନ୍ୟ କିଛି ତିଷ୍ଠିପାରେ ନାହିଁ; କାରଣ ଏହା ଈଶ୍ବରଙ୍କ ନିକଟରୁ ଆସିଅଛି। ଅପରପକ୍ଷେ, ପୃଥିବୀ ଇତିହାସ ହେଉଛି ଅଳ୍ପ କେତେଜଣ ଆତ୍ମବିଶ୍ୱାସୀ ମଣିଷଙ୍କ ଇତିହାସ। ସେହି ବିଶ୍ୱାସ ଭିତରେ ଦେବତ୍ୱ ଜାଗ୍ରତ କରେ। ତେଣୁ ଆତ୍ମବିଶ୍ୱାସୀ ହୁଅ।
ଆନନ୍ଦର ବିଷୟ ଆଜି ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ତିଥି। ଭାରତର ମୋଟ ଜନସଂଖ୍ୟାର ପ୍ରାୟ ପଞ୍ଚଷଠ ପ୍ରତିଶତ ଯୁବଶକ୍ତି। ସେମାନଙ୍କ ହାତରେ ଏକ ଶ୍ରେଷ୍ଠ ଭାରତର ଚାବିକାଠି। ସେମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ହିଁ ଏ ଦେଶକୁ ପୁନଃ ବିଶ୍ୱଗୁରୁର ଆସନରେ ବସେଇପାରିବ। ସ୍ବାମିଜୀଙ୍କ କହିବା ଅନୁସାରେ ଯୁବ ସମାଜ ବିଜ୍ଞାନ ସହ ବୈଦିକ ଜ୍ଞାନ, ଆଧୁନିକତା ସହ ଆଧ୍ୟାତ୍ମିକତା ତଥା ପ୍ରାଚ୍ୟ ଦର୍ଶନ ସହ ପାଶ୍ଚାତ୍ୟର ଆଧୁନିକ ବିଜ୍ଞାନ ସମ୍ବନ୍ଧରେ ଗଭୀର ଅନୁଶୀଳନ ପୂର୍ବକ ଦେଶର ପ୍ରତ୍ୟେକ ନାଗରିକଙ୍କ ସେବାରେ ନିଜକୁ ସମର୍ପିତ ହେବାକୁ ପଡିବ। ସ୍ବାମିଜୀଙ୍କ ଚିନ୍ତାଧାରା ଓ ଦର୍ଶନ ଯୁବପିଢ଼ିର ଜୀବନାଦର୍ଶ ହେବା ଉଚିତ। ଜଡ଼ବାଦୀ ଭୌତିକ ସୁଖରେ ଅନ୍ଧ ନ ହୋଇ ଯୁବଗଣ ସମାଜ ତଥା ବିଶ୍ୱକଲ୍ୟାଣର ଜଣେ ଜଣେ ମହାରଥୀ ହେବା ପାଇଁ ପ୍ରସ୍ତୁତ ହେବା ଉଚିତ। ଯୁବଗୋଷ୍ଠୀ ଯଦି ନିଜ ପ୍ରାରବ୍ଧ, ପୁରୁଷାର୍ଥ ଓ ପ୍ରବଳ ପ୍ରଚେଷ୍ଟା ବଳରେ ଦେଶ ଓ ଦେଶବାସୀଙ୍କ ପାଇଁ କିଛି କରିବାର ମାନସିକତା ରଖିବେ, ତେବେ ଆମ ଦେଶ ଆତ୍ମନିର୍ଭର ଭାରତରେ ପରିଣତ ହେବା ସହ ସମ୍ପୂର୍ଣ୍ଣ ମାନବଜାତିର ମଙ୍ଗଳ କରିପାରିବ। କାରଣ ବିଶ୍ୱ କଲ୍ୟାଣ ଆମ ଭାରତୀୟମାନଙ୍କର ଜନ୍ମଗତ ସଂସ୍କାର। କୋଟିକୋଟି ଯୁବତୀଯୁବକ ନିଜକୁ ଆତ୍ମବିଶ୍ୱାସୀ,ଦୃଢ ମନୋବଳ ବିଶିଷ୍ଟ କର୍ମବୀର ଓ ତ୍ୟାଗୀ ତଥା ପରୋପକାରୀ ଭାରତପ୍ରେମୀ ଭାବେ ପ୍ରସ୍ତୁତ କରିପାରିଲେ ରାଷ୍ଟ୍ରଋଷି ସ୍ବାମୀ ବିବେକାନନ୍ଦଙ୍କ ସ୍ବପ୍ନ ଓ ସଂକଳ୍ପ ପୂର୍ଣ୍ଣ ହୋଇପାରିବ। ବିଶେଷକରି, ଯୁବଗୋଷ୍ଠୀ ସ୍ବାମିଜୀଙ୍କୁ ଯେତେ ଅଧିକ ବୁଝିବେ, ଜାଣିବେ, ଆବିଷ୍କାର କରିବେ, ନିଜ ଭିତରେ ସ୍ବାମିଜୀଙ୍କୁ ଖୋଜିବେ, ଦେଖିବେ, ନିଜକୁ ଗଢିବେ, ବଞ୍ଚିବାର ଯୋଜନା ପ୍ରସ୍ତୁତି କରିବା ଆରମ୍ଭ କରିବେ, ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଟ ସମର୍ପଣ ଓ ଶ୍ରଦ୍ଧା ସୁମନ। ସେଥିଲାଗି କବିଗୁରୁ ରବୀନ୍ଦ୍ର ନାଥ କହନ୍ତି- ଯଦି ତୁମେ ଭାରତକୁ ଜାଣିବାକୁ ଚାହୁଁଛ, ବିବେକାନନ୍ଦଙ୍କୁ ଅଧ୍ୟୟନ କର। ଏପରି କି ଥରେ ଜାମସେଦଜୀ ଟାଟା କହିଥିଲେ, ଭାରତରେ ପ୍ରଯୁକ୍ତି ବିଦ୍ୟା ଏବଂ ବିଜ୍ଞାନ ଉନ୍ନତି ପାଇଁ ଟାଟା ଯାହା କରିଛି, ଏହା ପଛରେ ସ୍ବାମିଜୀଙ୍କ ପ୍ରେରଣା ଓ ନିଷ୍ପତ୍ତି ଥିଲା।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri