Posted inଖେଳ

ଯୁବଦର୍ଶକଙ୍କ ଲାଗି ନୂଆ ଟେନିସ ଟୁର୍ନାମେଣ୍ଟ

ପ୍ୟାରିସ, ୯ା୬ (ଏପି)-ଚଳିତବର୍ଷ ପରବର୍ତ୍ତୀ ଭାଗରେ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ଆୟୋଜନ ହୋଇପାରିବ କି ନା ସେ ନେଇ ଆଲୋଚନା ଚାଲିଥିବା ବେଳେ ଶନିବାରଠାରୁ ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଏକ ନୂଆ ଡିଜିଟାଲି ଫ୍ରେଣ୍ଡଲି ଟେନିସ୍‌ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ୪ଜଣ ଟପ୍‌ ର଼୍ୟାଙ୍କିଙ୍ଗ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ନା ଅଲ୍‌ଟିମେଟ୍‌ ଟେନିସ୍‌ ଶୋ ଡାଉନ୍‌ (ୟୁଟିଏସ୍‌) ରଖାଯାଇଛି। ଏହାର ପ୍ରଥମ ସଂସ୍କରଣରେ ଏଟିପି ଫାଇନାଲ୍ସ ବିଜେତା ଷ୍ଟିଫାନସ ତିସିତ୍‌ସିପାସ୍‌ ଓ ୟୁଏସ୍‌ ଓପନ ସେମିଫାଇନାଲିଷ୍ଟ ମାଟେଓ ବରେଟିନି ଭାଗ ନେଇଛନ୍ତି। ବିଶେଷ କରି ଯୁବ ଟେନିସ୍‌ପ୍ରେମୀମାନେ ଏହି ଇଭେଣ୍ଟ ପ୍ରତି ଆକର୍ର୍ଷିତ ହେବେ ବୋଲି ୟୁଟିଏସ୍‌ର ସହ ପ୍ରତିଷ୍ଠାତା ପ୍ୟାଟ୍ରିକ୍‌ ମୋରାଟୋଗ୍ଲୋ ପ୍ରକାଶ କରିଛନ୍ତି। ୫ ସପ୍ତାହ ଧରି ପ୍ରତି ସପ୍ତାହର ଶେଷରେ ମ୍ୟାଚ୍‌ ଖେଳାଯିବ। ଟୁର୍ନାମେଣ୍ଟ ରାଉଣ୍ଡ ରବିନ୍‌ ଭିତ୍ତିରେ ଖେଳାଯାଉଛି। ମ୍ୟାଚଗୁଡ଼ିକର ପ୍ରସାରଣର ବ୍ୟବସ୍ଥା କରାଯାଇଛି। ଏହାର ଟିକିନିଖି ଘଟଣା ଦର୍ଶକମାନେ ଜାଣିପାରିବେ। ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ଓ୍ବିଲିୟମ୍ସଙ୍କ କୋଚ୍‌ ମୋରାଟୋଗ୍ଲୋ ଏବଂ ଅଷ୍ଟ୍ରେଲୀୟ ଖେଳାଳି ଆଲେକ୍ସି ପପିରିନ୍‌ ମିଳିତ ଭାବେ ଏହି ଟୁର୍ନାମେଣ୍ଟର ଆୟୋଜନ କରିଛନ୍ତି। ପପିରିନ୍‌ ନିଜେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଟେନିସପ୍ରେମୀମାନେ ସେମାନଙ୍କ ପ୍ରିୟ ଖେଳାଳି ଓ କୋଚ୍‌ଙ୍କ ସହିତ ଆଲୋଚନାର ସୁବିଧା କରାଯାଇଛି। ଚେଞ୍ଜ୍‌ଓଭର ଉପରେ ସେମାନେ ପ୍ରଶ୍ନ ମଧ୍ୟ କରିପାରିବେ। ବଦ୍‌ରାଗି ପ୍ରକୃତିର ହୋଇଥିବାରୁ ୨୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଫ୍ରେଞ୍ଚ୍‌ ଖେଳାଳି ବେନଏଟ ପାଇରେ ଏହି ଟୁର୍ନାମେଣ୍ଟରେ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେବେ ବୋଲି ଆଶା କରାଯାଉଛି। ଇଭେଣ୍ଟଟି ଆଣ୍ଟିବିଜ୍‌ ନିକଟବର୍ତ୍ତୀ ମୋରାଟୋଗୋଲୋଙ୍କ ଏକାଡେମୀରେ ଅନୁଷ୍ଠିତ ହେଉଛି। କରୋନାଭାଇରସ୍‌ ଜନିତ କଟକଣା ଯୋଗୁ ଦର୍ଶକମାନଙ୍କୁ ଇଭେଣ୍ଟ ସ୍ଥଳକୁ ଅନୁମତି ନାହିଁ। ସୀମିତ ସଂଖ୍ୟକ ଷ୍ଟାଫ୍‌ ବ୍ୟତୀତ ସାମାଜିକ ଦୂରତ୍ୱ ରକ୍ଷା ଦିଗରେ ଧ୍ୟାନ ଦିଆଯାଉଛି। ୧୦ମ ର୍ୟଙ୍କିଙ୍ଗପ୍ରାପ୍ତ ଡେଭିଡ୍‌ ଗଫିନ ମଧ୍ୟ ଖେଳୁଛନ୍ତି। ଫାଇନାଲ ଟପ୍‌ ଟେନ୍‌ ମେମ୍ବର ଚଳିତ ସପ୍ତାହରେ ଘୋଷଣା କରାଯିବ। ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ୧୦ମ ର଼୍ୟାଙ୍କିଙ୍ଗପ୍ରାପ୍ତ ଡେଭିଡ୍‌ ଗଫିନ୍‌ ଫେଲିକ୍ସ ଅଗର ଆଲିଆସ୍‌ମି, ରିଚାର୍ଡ ଗାସ୍କ୍ବେଟ, ଲୁକାସ ପୋଲି ଏବଂ ଡଷ୍ଟିନ୍‌ ବ୍ରାଉନ୍‌। ୧୯ବର୍ଷୀୟ ଅଗର ଅଲିଆସ୍‌ମି ହେଉଛନ୍ତି ଟୁର୍ନାମେଣ୍ଟର ସର୍ବକନିଷ୍ଠ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri