Posted inଖେଳ

ଯୁବଦର୍ଶକଙ୍କ ଲାଗି ନୂଆ ଟେନିସ ଟୁର୍ନାମେଣ୍ଟ

ପ୍ୟାରିସ, ୯ା୬ (ଏପି)-ଚଳିତବର୍ଷ ପରବର୍ତ୍ତୀ ଭାଗରେ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ଆୟୋଜନ ହୋଇପାରିବ କି ନା ସେ ନେଇ ଆଲୋଚନା ଚାଲିଥିବା ବେଳେ ଶନିବାରଠାରୁ ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଏକ ନୂଆ ଡିଜିଟାଲି ଫ୍ରେଣ୍ଡଲି ଟେନିସ୍‌ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ୪ଜଣ ଟପ୍‌ ର଼୍ୟାଙ୍କିଙ୍ଗ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ନା ଅଲ୍‌ଟିମେଟ୍‌ ଟେନିସ୍‌ ଶୋ ଡାଉନ୍‌ (ୟୁଟିଏସ୍‌) ରଖାଯାଇଛି। ଏହାର ପ୍ରଥମ ସଂସ୍କରଣରେ ଏଟିପି ଫାଇନାଲ୍ସ ବିଜେତା ଷ୍ଟିଫାନସ ତିସିତ୍‌ସିପାସ୍‌ ଓ ୟୁଏସ୍‌ ଓପନ ସେମିଫାଇନାଲିଷ୍ଟ ମାଟେଓ ବରେଟିନି ଭାଗ ନେଇଛନ୍ତି। ବିଶେଷ କରି ଯୁବ ଟେନିସ୍‌ପ୍ରେମୀମାନେ ଏହି ଇଭେଣ୍ଟ ପ୍ରତି ଆକର୍ର୍ଷିତ ହେବେ ବୋଲି ୟୁଟିଏସ୍‌ର ସହ ପ୍ରତିଷ୍ଠାତା ପ୍ୟାଟ୍ରିକ୍‌ ମୋରାଟୋଗ୍ଲୋ ପ୍ରକାଶ କରିଛନ୍ତି। ୫ ସପ୍ତାହ ଧରି ପ୍ରତି ସପ୍ତାହର ଶେଷରେ ମ୍ୟାଚ୍‌ ଖେଳାଯିବ। ଟୁର୍ନାମେଣ୍ଟ ରାଉଣ୍ଡ ରବିନ୍‌ ଭିତ୍ତିରେ ଖେଳାଯାଉଛି। ମ୍ୟାଚଗୁଡ଼ିକର ପ୍ରସାରଣର ବ୍ୟବସ୍ଥା କରାଯାଇଛି। ଏହାର ଟିକିନିଖି ଘଟଣା ଦର୍ଶକମାନେ ଜାଣିପାରିବେ। ୨୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ଓ୍ବିଲିୟମ୍ସଙ୍କ କୋଚ୍‌ ମୋରାଟୋଗ୍ଲୋ ଏବଂ ଅଷ୍ଟ୍ରେଲୀୟ ଖେଳାଳି ଆଲେକ୍ସି ପପିରିନ୍‌ ମିଳିତ ଭାବେ ଏହି ଟୁର୍ନାମେଣ୍ଟର ଆୟୋଜନ କରିଛନ୍ତି। ପପିରିନ୍‌ ନିଜେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଟେନିସପ୍ରେମୀମାନେ ସେମାନଙ୍କ ପ୍ରିୟ ଖେଳାଳି ଓ କୋଚ୍‌ଙ୍କ ସହିତ ଆଲୋଚନାର ସୁବିଧା କରାଯାଇଛି। ଚେଞ୍ଜ୍‌ଓଭର ଉପରେ ସେମାନେ ପ୍ରଶ୍ନ ମଧ୍ୟ କରିପାରିବେ। ବଦ୍‌ରାଗି ପ୍ରକୃତିର ହୋଇଥିବାରୁ ୨୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଫ୍ରେଞ୍ଚ୍‌ ଖେଳାଳି ବେନଏଟ ପାଇରେ ଏହି ଟୁର୍ନାମେଣ୍ଟରେ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେବେ ବୋଲି ଆଶା କରାଯାଉଛି। ଇଭେଣ୍ଟଟି ଆଣ୍ଟିବିଜ୍‌ ନିକଟବର୍ତ୍ତୀ ମୋରାଟୋଗୋଲୋଙ୍କ ଏକାଡେମୀରେ ଅନୁଷ୍ଠିତ ହେଉଛି। କରୋନାଭାଇରସ୍‌ ଜନିତ କଟକଣା ଯୋଗୁ ଦର୍ଶକମାନଙ୍କୁ ଇଭେଣ୍ଟ ସ୍ଥଳକୁ ଅନୁମତି ନାହିଁ। ସୀମିତ ସଂଖ୍ୟକ ଷ୍ଟାଫ୍‌ ବ୍ୟତୀତ ସାମାଜିକ ଦୂରତ୍ୱ ରକ୍ଷା ଦିଗରେ ଧ୍ୟାନ ଦିଆଯାଉଛି। ୧୦ମ ର୍ୟଙ୍କିଙ୍ଗପ୍ରାପ୍ତ ଡେଭିଡ୍‌ ଗଫିନ ମଧ୍ୟ ଖେଳୁଛନ୍ତି। ଫାଇନାଲ ଟପ୍‌ ଟେନ୍‌ ମେମ୍ବର ଚଳିତ ସପ୍ତାହରେ ଘୋଷଣା କରାଯିବ। ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ୧୦ମ ର଼୍ୟାଙ୍କିଙ୍ଗପ୍ରାପ୍ତ ଡେଭିଡ୍‌ ଗଫିନ୍‌ ଫେଲିକ୍ସ ଅଗର ଆଲିଆସ୍‌ମି, ରିଚାର୍ଡ ଗାସ୍କ୍ବେଟ, ଲୁକାସ ପୋଲି ଏବଂ ଡଷ୍ଟିନ୍‌ ବ୍ରାଉନ୍‌। ୧୯ବର୍ଷୀୟ ଅଗର ଅଲିଆସ୍‌ମି ହେଉଛନ୍ତି ଟୁର୍ନାମେଣ୍ଟର ସର୍ବକନିଷ୍ଠ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?