ଯୁବକଙ୍କ ସହ ବଟି ମୂଲଚାଲର ଭିଡିଓ ଭାଇରାଲ: ରାତାରାତି ବଦଳିଲେ ବଡ଼ସାହି ଥାନା ଅଧିକାରୀ

ବାରିପଦା ଅଫିସ/ବଡ଼ସାହି,୧୨ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ବଦଳି କରାଯାଇଛି। ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ସବ-ଇନ୍ସପେକ୍ଟର ମଞ୍ଜୁଲତା ଧଡ଼ାଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ସୂଚନା ଦେଇଛନ୍ତି। ଆଡମିନ୍‌ଷ୍ଟ୍ରେଟିଭ ଗ୍ରାଉଣ୍ଡରେ ତାଙ୍କ ବଦଳି କରାଯାଇଥିବା ଦର୍ଶାଯାଇଛି। ତେବେ ବିଭାଗୀୟ ଚିଠି ବଦଳରେ ଡିଆଇବିର ଭିଏଚଏଫରେ ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ଗତ ଅଗଷ୍ଟ ପହିଲାରେ ରାଉତରାୟଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ବଡ଼ସାହି ଥାନା ଅଧିକାରୀ ଭାବେ ବଦଳି କରାଯାଇଥିଲା। ୩ ମାସ ମଧ୍ୟରେ ଜଣେ ଥାନା ଅଧିକାରୀଙ୍କ ହଠାତ୍‌ ବଦଳି କରାଯିବା ନେଇ ସ୍ଥାନୀୟ ଅଞ୍ଚଳ ସମେତ ଜିଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଥାନା ଅଧିକାରୀ ରାଉତରାୟ ଓ ବୈଶିଙ୍ଗା ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ହେଉଥିବା ମୂଲଚାଲର ଏକ ୧୪ ମିନିଟ ୧୪ ସେକେଣ୍ଡର ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଏସ୍‌ପିଙ୍କ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆଲୋଚନା ହେଉଛି। ଭିଡିଓରେ ଯୁବକ ଜଣକ ଇନ୍ସପେକ୍ଟର ରାଉତରାୟଙ୍କ ସହିତ ଟଙ୍କା ମୂଲଚାଲ କରୁଛନ୍ତି। ଦଶହରାରେ ଥାନାର ପୂଜା ସହିତ ସମସ୍ତ ଷ୍ଟାଫଙ୍କ ପାଇଁ ନୂଆ ଡ୍ରେସ ଅଣାଯିବ। ଏଥିପାଇଁ ବହୁତ ଖର୍ଚ୍ଚ ହେବ। ଏଣୁ ଅଧିକା ଟଙ୍କା ଦେବାକୁ ଇନ୍ସପେକ୍ଟର ଦାବି କରୁଛନ୍ତି। ସେହିପରି ରାଜସ୍ବ ବିଭାଗର ଅଧିକାରୀଙ୍କ ସହିତ ମଧ୍ୟ ସଲାସୁତୁରା କରିବା ପାଇଁ ସଂପୃକ୍ତ ଯୁବକ ଇନ୍ସପେକ୍ଟର ରାଉତରାୟଙ୍କୁ କହୁଛନ୍ତି। ଘଟଣା ସମ୍ପର୍କରେ ଇନ୍ସପେକ୍ଟର ରାଉତରାୟଙ୍କୁ ପଚାରିବାରୁ କିଛିଦିନ ତଳେ ଏହି ଯୁବକ ବେଆଇନ ଭାବେ ମୋରମ ଚାଲାଣ କରୁଥିବାବେଳେ ତାଙ୍କର ୫ଟି ଗାଡ଼ିକୁ ପୋଲିସ ଅଟକ ରଖିଥିଲା। ସେ ଜାଣିଶୁଣି ଥାନାକୁ ଆସି ସମ୍ପର୍କ ସୃଷ୍ଟିକରିବା ସହ ଭିଡିଓ କରି ତାଙ୍କୁ ଫସାଇବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri