ଯାତ୍ରା କଳାକାରଙ୍କୁ ହତ୍ୟା

ଭୋଗରାଇ, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଶୁକ୍ରବାର ମଧ୍ୟରାତ୍ରିରେ ଜଣେ ନିଶାଗ୍ରସ୍ତ ଯୁବକ ଯାତ୍ରା ପାର୍ଟିର ହାସ୍ୟ କଳାକାରଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଭୋଗରାଇ ଥାନାରେ ଅଭିଯୋଗ ହୋଇଛି ା ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା (ନଂ.୧୫୦/୧୯) ରୁଜୁ କରି ସୁନାଧରବସାଣ ଗ୍ରାମର ରାଜେନ୍ଦ୍ର ଦଳାଇ(୩୦)ଙ୍କୁ ତାଙ୍କ ଶ୍ୱଶୁର ଘର ବିଚିତ୍ରପୁରରୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା ହତ୍ୟା ଘଟଣାରେ ଭୋଗରାଇ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ା
ଭୋଗରାଇହାଟସ୍ଥିତ ଶ୍ୟାମସୁନ୍ଦର ରିକ୍ରେସନ ସେଣ୍ଟର ପଡିଆରେ ସ୍ଥାନୀୟ ଶୁଭଲକ୍ଷ୍ମୀ ଅପେରାର ରିହରସାଲ ହେଉଥିଲା। ରିହରସାଲ ସରିବା ପରେ ଏହି ପାର୍ଟିର ହାସ୍ୟ କଳାକାର ବାଲିଆପାଳ ବ୍ଲକ କଟିସାହି ଗ୍ରାମର ତ୍ରିଲୋଚନ ରଣଜିତ(୫୦)ବଜାରକୁ ଯାଇଥିଲେ ା ସେଠାରେ ସୁନାଧରବସାଣ ଗ୍ରାମର ରାଜେନ୍ଦ୍ର ଦଳାଇଙ୍କ ସହିତ ଉକ୍ତ ଯାତ୍ରା ପାର୍ଟିର ଖଳନାୟକଙ୍କୁ ନେଇ ବଚସା ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ଠେଲାପେଲା ହେବା ସହିତ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ରାଜେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ହାସ୍ୟ ଅଭିନେତା ରଣଜିତଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଭୋଗରାଇ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri