ଯାତ୍ରା ଏବେ ନିଜ କାର୍‌ରେ…

ବେଶ୍‌ ଉଚ୍ଚ ଆଶାୟୀ ଆଜିର ଯୁବପିଢ଼ି। ଅଧିକ ରୋଜଗାର କରିବା ସହ ସର୍ବଦା ବିଳାସପୂର୍ଣ୍ଣ ଜୀବନଯାପନ ସେମାନଙ୍କ ଅଭିଳାଷ। ଉଚ୍ଚାକାଂକ୍ଷା ଲିଷ୍ଟରୁ ବାଦ୍‌ପଡିନି କାର୍‌। ତେବେ ସମୟ ଥିଲା, କାର୍‌ କିଣିବା ଲାଗି କେବେକେବେ ଆବଶ୍ୟକ ଅର୍ଥ ଯୋଗାଡ଼ କରୁକରୁ ବୟସ ଅତିକ୍ରାନ୍ତ କରିଯାଉଥିଲା ତ ଆଉ କେବେ ଏତେ ଟଙ୍କା ଯୋଗାଡ ନ ହୋଇ ପାରିବାରୁ କାର୍‌ କିଣିବା ଆଶା ମଉଳି ଯାଉଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କ୍‌ ଏବଂ ଫାଇନାନ୍ସିଆଲ୍‌ କମ୍ପାନୀ ପକ୍ଷରୁ ଖୁବ୍‌ ସହଜରେ ମିଳିପାରୁଛି କାର୍‌ ଲୋନ୍‌। ଏଥିଯୋଗୁ ପୂରଣ ହୋଇପାରୁଛି ଅନେକଙ୍କର ଯୁବ ବୟସରୁ ନିଜେ କାର୍‌ କିଣି ଚଲାଇବାର ସ୍ବପ୍ନ…

ବେଶ୍‌ ଉଚ୍ଚ ଆଶାୟୀ ଆଜିର ଯୁବପିଢ଼ି। ଅଧିକ ରୋଜଗାର କରିବା ସହ ସର୍ବଦା ବିଳାସପୂର୍ଣ୍ଣ ଜୀବନଯାପନ ସେମାନଙ୍କ ଅଭିଳାଷ। ଉଚ୍ଚାକାଂକ୍ଷା ଲିଷ୍ଟରୁ ବାଦ୍‌ପଡିନି କାର୍‌। ତେବେ ସମୟ ଥିଲା, କାର୍‌ କିଣିବା ଲାଗି କେବେକେବେ ଆବଶ୍ୟକ ଅର୍ଥ ଯୋଗାଡ଼ କରୁକରୁ ବୟସ ଅତିକ୍ରାନ୍ତ କରିଯାଉଥିଲା ତ ଆଉ କେବେ ଏତେ ଟଙ୍କା ଯୋଗାଡ ନ ହୋଇ ପାରିବାରୁ କାର୍‌ କିଣିବା ଆଶା ମଉଳି ଯାଉଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କ୍‌ ଏବଂ ଫାଇନାନ୍ସିଆଲ୍‌ କମ୍ପାନୀ ପକ୍ଷରୁ ଖୁବ୍‌ ସହଜରେ ମିଳିପାରୁଛି କାର୍‌ ଲୋନ୍‌। ଏଥିଯୋଗୁ ପୂରଣ ହୋଇପାରୁଛି ଅନେକଙ୍କର ଯୁବ ବୟସରୁ ନିଜେ କାର୍‌ କିଣି ଚଲାଇବାର ସ୍ବପ୍ନ…

ଦିନ ଥିଲା, ଇଚ୍ଛା ଥିଲେ ସୁଦ୍ଧା କାର୍‌ ଭଳି ଦାମୀ ଗାଡି ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ପାରୁ ନ ଥିଲା। କେବେକେବେ ଟଙ୍କା ଯୋଗାଡ଼ କରିବା ଭିତରେ ବର୍ଷବର୍ଷ ବିତିଯାଉଥିଲା ତ ଆଉ କେବେ ଏକା ସାଙ୍ଗରେ ଏତେ ଟଙ୍କା ଯୋଗାଡ଼ ନ ହୋଇପାରିବା କାରଣରୁ ଅନେକଙ୍କର ନିଜ କାର୍‌ ଚଲାଇବା ଆଶା ଆଶାରେ ରହି ଯାଉଥିଲା । ହେଲେ ସେ ସମୟ ଆଉ ନାହିଁ। ବର୍ତ୍ତମାନ ବ୍ୟାଙ୍କ୍‌ଗୁଡିକ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଲୋନ୍‌ ଯୋଗାଇ ଦେଉଛନ୍ତି, ଯାହାକି ଅନେକଙ୍କର ନିଜସ୍ବ କାର୍‌ କିଣିବାର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛି। ତେବେ କାର୍‌ ପାଇଁ ଲୋନ୍‌ ନେଉଥିଲେ କେତୋଟି କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଜରୁରୀ କାଗଜପତ୍ର: ବ୍ୟାଙ୍କ ହେଉ ବା କୌଣସି ଫାଇନାନ୍ସ କମ୍ପାନୀରୁ ଲୋନ୍‌ ନେବାକୁ ଥିଲେ ପ୍ରଥମେ ନିଜର ସମସ୍ତ ଜରୁରୀ କାଗଜପତ୍ର ଯଥା- ଆଧାର କାର୍ଡ, ପାନ୍‌ କାର୍ଡ, ୨-୩ଟି ପାସ୍‌ପୋର୍ଟ ସାଇଜ୍‌ ଫଟୋ, ଶେଷ ୬ ମାସର ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ, ଜବ୍‌ କରୁଥିଲେ ୩ ମାସର ସାଲାରି ସ୍ଲିପ୍‌, ରେସିଡେନ୍ସିଆଲ୍‌ ପ୍ରୁଫ୍‌ ଲାଗି ଭୋଟ ପରିଚୟପତ୍ର, ପାସ୍‌ପୋର୍ଟ (ଯାହାର ଅଛି), ଇଲେକ୍‌ଟ୍ରି କିମ୍ବା ପାଣି ବିଲ୍‌ (ଯଦି ଏହା ଅଭିଭାବକଙ୍କ ନାମରେ ଥାଏ ତେବେ ତାଙ୍କର ଫଟୋ, ଆଧାର ଏବଂ ପାନ୍‌ କାର୍ଡ) ଏକାଠି କରିବାକୁ ହୋଇଥାଏ। ଯଦି ନିଜ ଘର ନ ହୋଇ ଭଡା ଘରେ ରହୁଥାନ୍ତି, ତେବେ ରେଣ୍ଟ ଏଗ୍ରିମେଣ୍ଟ କପି ସହିତ ଇଲେକ୍‌ଟ୍ରି ବିଲ୍‌ ଆବଶ୍ୟକ ହୋଇଥାଏ। କର୍ମଜୀବୀ ନ ହୋଇ ବ୍ୟବସାୟୀ ହୋଇଥିଲେ କାର୍‌ ଲୋନ୍‌ ଲାଗି ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ ସହିତ ୨ ବର୍ଷର ଇନ୍‌କମ୍‌ ଟାକ୍ସ ରିଟର୍ନ (ଆଇଟିଆର୍‌) ଦେବାକୁ ପଡିଥାଏ।
ଋଣ ପରିମାଣ: ଋଣର ପରିମାଣ ଆପଣଙ୍କ ବୟସ ଏବଂ ରୋଜଗାର ଉପରେ ନିର୍ଭର କରିଥାଏ। ମାସିକ ରୋଜଗାର ୨୦-୩୦ ହଜାର ହେଲେ ଅଟୋଲୋନ୍‌ ମିଳିବା ସହଜ ହୋଇଥାଏ। ତେବେ ବର୍ତ୍ତମାନ ବ୍ୟାଙ୍କ୍‌ ଏବଂ ଫାଇନାନ୍ସ କମ୍ପାନୀ ପକ୍ଷରୁ ଜଣଙ୍କ ବାର୍ଷିକ ରୋଜଗାରର ପ୍ରାୟ ୪ରୁ ୬ ଗୁଣ ପର୍ଯ୍ୟନ୍ତ ଅର୍ଥ କାର୍‌ ଲୋନ୍‌ ମିଳିପାରୁଛି। ଏହା ବ୍ୟତୀତ କାର୍‌ ମୂଲ୍ୟର ୮୦-୯୦% ପର୍ଯ୍ୟନ୍ତ ଅର୍ଥ ଫାଇନାନ୍ସ ହୋଇଯାଉଛି ଏବଂ ବଳକା ଡାଉନ୍‌ ପେମେଣ୍ଟରେ ଦେବାକୁ ହେଉଛି। ବର୍ତ୍ତମାନ କିଛି କମ୍ପାନୀ ଏକ୍ସ ଶୋ’ ରୁମ୍‌ ପ୍ରାଇସ୍‌ କିମ୍ବା ଅନ୍‌ ରୋଡ୍‌ ପ୍ରାଇସ୍‌ ହିସାବରେ ୧୦୦% ଫାଇନାନ୍ସ ବି କରୁଛନ୍ତି।
ସୁଧ: ଯଦିଓ ପ୍ରତିଟି ବ୍ୟାଙ୍କ୍‌ ଏବଂ ଫାଇନାନ୍ସ କମ୍ପାନୀର ଋଣର ସୁଧ ହାର ଅଲଗା, ତଥାପି ହାରାହାରି ନୂଆ କାର୍‌ ଲାଗି ୯.୨୫ରୁ ୧୩.୭୫% ପର୍ଯ୍ୟନ୍ତ ସୁଧ ଏବଂ ପୁରୁଣା କାର୍‌ ଲାଗି ୧୨.୫ ରୁ ୧୭.୫% ପର୍ଯ୍ୟନ୍ତ ସୁଧ ହାରରେ ଲୋନ୍‌ ଶୁଝିବାକୁ ହୋଇଥାଏ।
ଋଣର ଅବଧି: ପ୍ରତିଟି ବ୍ୟାଙ୍କ୍‌ ଏବଂ ଫାଇନାନ୍ସ କମ୍ପାନୀର ଲୋନ୍‌ ନେଉଥିବା ବ୍ୟକ୍ତିଙ୍କ ବୟସ ଅନୁସାରେ ଲୋନ୍‌ ଅବଧି ଭିନ୍ନ ଭିନ୍ନ। ଅର୍ଥାତ୍‌ ବୟସ ଅଧିକ ହୋଇଥିଲେ ଅବଧି କମ୍‌ ଏବଂ ବୟସ କମ୍‌ ହୋଇଥିଲେ ଅଧିକ ଅବଧି ରହିଥାଏ। ତେବେ ମୋଟ୍‌ରେ ୧ରୁ ୮ ବର୍ଷ ପର୍ଯ୍ୟନ୍ତ ଲୋନ୍‌ ଅବଧି ରହୁଛି।
ଜାଣିରଖନ୍ତୁ: ବ୍ୟାଙ୍କ୍‌ରୁ ଲୋନ୍‌ ମିଳୁଛି ବୋଲି ଅଧିକ ଟଙ୍କାର ଲୋନ୍‌ କରିଦିଅନ୍ତୁ ନାହିଁ। କାରଣ ଏହାଦ୍ୱାରା ଆପଣଙ୍କୁ କିସ୍ତି ବାବଦକୁ ପ୍ରତିମାସରେ ବହୁତ ଟଙ୍କା ଦେବାକୁ ହେବ। କେଉଁ ମାସରେ ଅନ୍ୟାନ୍ୟ କୌଣସି ଖର୍ଚ୍ଚ ଯୋଗୁ ସମ୍ପୂର୍ଣ୍ଣ କିସ୍ତି ଦେବା ସମ୍ଭବ ନ ହେଲେ ଫାଇନ୍‌ରେ ଅଧିକ ଟଙ୍କା ଦେବାକୁ ହେବ। ସେହିପରି କିସ୍ତିର ସମୟସୀମା ମଧ୍ୟ ଅଧିକ ବର୍ଷ ପର୍ଯ୍ୟନ୍ତ ନ ରଖିବାକୁ ଚେଷ୍ଟା କରନ୍ତୁ। କାରଣ କେବେ କେବେ କିସ୍ତି ଟଙ୍କା ଶୁଝି ନ ପାରିବା କାରଣରୁ ବ୍ୟାଙ୍କ୍‌ ଦ୍ୱାରା ଗାଡି ଫେରାଇନେବାର ବି ନଜିର ରହିଛି। ତେଣୁ ସବୁବେଳେ ନିଜ ଆୟ ଦେଖି ବ୍ୟୟ କରିବା ବୁଦ୍ଧିମତ୍ତାର କାମ।

କ’ଣ କରନ୍ତି ଏମାନେ..

ଆଶିଷ କୁମାର ରଥ(କର୍ମଜୀବୀ, ଗୁଡିଆପୋଖରୀ, ପିପିଲି, ପୁରୀ) -ବଡ ହେଲେ ଚାକିରି କରିବି ଆଉ ନିଜେ କାର୍‌ କିଣି ଚଲେଇବ,ି ଏହି ଆଶା ପିଲା ଦିନରୁ ଥିଲା । ଆଉ ବର୍ତ୍ତମାନ ମୁଁ ଏହି ଲକ୍ଷ୍ୟରେ ସଫଳ ବି ହୋଇଛି। ତେବେ ଏଥିପାଇଁ ମୋତେ ବେଶ୍‌ ସାହାଯ୍ୟ କଲା କାର୍‌ଲୋନ୍‌। ଡାଉନ୍‌ପେମେଣ୍ଟ ଦେବା ପରେ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଅବଶିଷ୍ଟ ଅର୍ଥ ଲୋନ୍‌ ଆଣିଲି। ସତ କହିବାକୁ ଗଲେ, ନିଜ ଗାଡି ଚଲେଇବାର ଖୁସି ଆଗରେ ପ୍ରତିମାସରେ ଇନ୍‌ଷ୍ଟଲମେଣ୍ଟରେ ଏତେ ଟଙ୍କା ଶୁଝୁଥିଲେ ବି ବିଶେଷ ବାଧୁନି।
ଦିଲୀପ କୁମାର ଖଟୋଇ(କର୍ମଜୀବୀ, ଶେଉଳକୁଣ୍ଡ, ବାଲିପାଟଣା)- ଯେବେ କାର୍‌ ଭଡା କରି କେଉଁଆଡେ ଯାଏ, ଡ୍ରାଇଭର ପାଖରେ ହେଉ ବା ପଛ ସିଟ୍‌ରେ ବସିବା ବେଳେ ଭାବେ ଏ ଯାତ୍ରାରେ ମଜା ନାହିଁ। ଯେବେ ଗାଡି କିଣି ନିଜେ ଚଲାଇବି ସେବେ ଯାଇ ଯାତ୍ରାର ଅସଲ ମଜା ଆସିବ। ସତକୁ ସତ ବ୍ୟାଙ୍କ୍‌ ଅଫ୍‌ ବରୋଦାରୁ ଲୋନ୍‌ ଆଣି କାର୍‌ଟିଏ କିଣିବା ପରେ ଏବେ ନିଜ କାର୍‌ରେ ଯାତ୍ରା କରିବାରେ ଯେଉଁ ଖୁସି ମିଳୁଛି ତାହା ଅବର୍ଣ୍ଣନୀୟ। ମୋ ମତରେ ଆମ ଭଳି ଯୁବପିଢିଙ୍କ ସ୍ବପ୍ନ ସାକାର କରିବାରେ ବ୍ୟାଙ୍କ ହେଉ ବା ଫାଇନାନ୍ସ କମ୍ପାନୀଗୁଡିକର ଏଭଳି ପଦକ୍ଷେପ ବେଶ୍‌ ସ୍ବାଗତଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri