ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ବିଜେଡିର ଜିଲା ସମ୍ପାଦକ ସୁଜିତ କୁମାର ମହାନ୍ତିଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସଭାପତିଙ୍କ ନିକଟକୁ ମଙ୍ଗଳବାର ସୁପାରିଶ କରାଯାଇଛି। ଜିଲା ସଭାପତି ଦେବାଶିଷ ମହାନ୍ତି ଜିଲା ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହି ସୁପାରିଶ ହୋଇଛି। ବାରିପଦାଠାରେ ସୋମବାର ଅନୁଷ୍ଠିତ ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳାରେ ସୁଜିତ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏଥିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ସମସ୍ତ ନେତାଙ୍କୁ ସାମିଲ କରାଯାଉ ନାହିଁ ଏବଂ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଥିବା ସୁଜିତ ବାରିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତଙ୍କୁ ସଭାସ୍ଥଳରେ ପଚାରିଥିଲେ। ପରେ ଅନ୍ୟ କର୍ମୀମାନେ ମଧ୍ୟ ଅନୁରୂପ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏଥିନେଇ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା। ଏହି ଘଟଣାରେ ମତ ରଖି ସୁଜିତ କହିଛନ୍ତି ଯେ, ଦଳ ଆରମ୍ଭ ବେଳୁ ସେ ଦଳରେ ଅଛନ୍ତି। ଜିଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟ କରିଛନ୍ତି। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବରଂ ଦଳ ପାଇଁ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ମୌକା ଦିଆଯାଉ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍ଡିଏମ୍ଓ ଆସି କହିଲେ…
ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…
ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍ ଓ ୫ ଏକରର ଫାର୍ମ ହାଉସ୍ ଠାବ
ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…
ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍
ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…
କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”
ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…
ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..
ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ
ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍ଏଚ୍-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…
ଦଶହରା ପୂର୍ବରୁ କଫ ସିରପ୍ କାରବାର ଠାବ: ୩୧୫୬ ବୋତଲ କଫ୍ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। କଫ୍ ସିରପ୍ ବୋଝେଇ ଏକ…
ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…
ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

