ମୟୂରଭଞ୍ଜର ସବୁ ପ୍ରବେଶ ପଥ ସିଲ୍‌

ବାରିପଦା ଅଫିସ, ୩୧ା୩- କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ଜିଲାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଛଡ଼ାଯିବ ନାହିଁ। ସମସ୍ତଙ୍କୁ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ରଖାଯାଇ ଖାଦ୍ୟ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏହି ପରିପ୍ରେକ୍ଷୀରେ ସୋମବାର ୫୬ ଜଣ ଶ୍ରମିକଙ୍କୁ ସାରସକଣା ବ୍ଲକ ଭୁରୁଆଷୁଣି ପଞ୍ଚାୟତର ଏକ ବିଦ୍ୟାଳୟରେ ରଖାଯାଇଛି। ସେଠାରେ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଲକଡାଉନ ହୋଇଥିବାରୁ ଉକ୍ତ ଶ୍ରମିକମାନେ ମୟୂରଭଞ୍ଜରେ ରହିବେ ଓ ସେମାନେ ସେମାନଙ୍କ ଜିଲା କିମ୍ବା ରାଜ୍ୟକୁ ବର୍ତ୍ତମାନ ଯାଇପାରିବେ ନାହିଁ। ପୂର୍ବରୁ ବାହାରେ ରହିଥିବାର ଯେଉଁ ଶ୍ରମିମାନେ ଜିଲାକୁ ଆସିଛନ୍ତି ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ ୩୦୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ବର୍ତ୍ତମାନ କ୍ୱାରାଣ୍ଟାଇନରେ ରହିଥିବା ଜଣାପଡ଼ିଛି। ସେହଭିଳି ଜିଲାରେ ଥିବା ସମସ୍ତ ସଂସ୍ଥା ଓ ଦୋକାନ ସେମାନଙ୍କ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସଂସ୍ଥା କର୍ମାରୀମାନଙ୍କ ଦରମା ନ କାଟିବା ପାଇଁ କୁହାଯାଇଛି। ଯଦି କୌଣସି ଶ୍ରମିକ ଏହାକୁ ଅମାନ୍ୟ କରି ବାହାରକୁ ଯାଆନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ଶ୍ରମିକମାନେ ଭଡ଼ା ଘରେ ରହୁଛନ୍ତି ସେମାନଙ୍କୁ ଘର ମାଲିକ ଏକ ମାସର ଭଡ଼ା ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?