ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡ଼ିଶାର ଅବଦାନ ବଢୁଛି

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଓଡିଶାର ଅବଦାନ ଦ୍ରୁତ ଗତିରେ ବଢୁଛି। ଗୋଟିଏ ବର୍ଷରେ ଏହା ୦.୫୭%ରୁ ବୃଦ୍ଧି ଘଟି ଚଳିତ ବର୍ଷ ଜୁଲାଇ ସୁଦ୍ଧା ଏହା ୦.୮୫%ରେ ପହଞ୍ଚିଛି। ଏହି ସ୍ଥିତି କେବଳ ଓଡ଼ିଶାରେ ସୀମିତ ନ ରହି ସମଗ୍ର ପୂର୍ବାଞ୍ଚଳରେ ଉନ୍ନତ ରହିଛି। ଲୋକମାନେ ମ୍ୟୁଚୁଆଲ ଫଣ୍ଡରେ ସେମାନଙ୍କ ନିବେଶ ରାଶି ବଢାଉଥିବା ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ମୁଖ୍ୟ ମହାପ୍ରବନ୍ଧକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି।
ଶିଳ୍ପସଂଘ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିିସି) ପକ୍ଷରୁ ଚତୁର୍ଥ ରିଟେଲ ସେଭିଂ ଅପରଚୁନିଟି କନକ୍ଲେଭରେ ଅବସରରେ ସେ କହିଛନ୍ତି, ଲୋକମାନେ ନିଜ ସଞ୍ଚୟ ରାଶିକୁ ବିଭିନ୍ନ ସ୍ଥାନରେ ଜମା ରଖିଥିବା ବେଳେ ତାର ମାତ୍ର ୬% ମ୍ୟୁଚୁଆଲ୍‌ ଫଣ୍ଡରେ ରହିଛି। ଆମେରିକା ଭଳି ଦେଶରେ ପ୍ରାୟ ଶତ ପ୍ରତିଶତ ରାଶି ମ୍ୟୁଚୁଆଲ ଫଣ୍ଡରେ ଜମା ହେଉଥିବା ବେଳେ ଭାରତ ଏ କ୍ଷେତ୍ରରେ ବହୁ ପଛରେ ରହିଛି। ମ୍ୟୁଚୁଆଲ ଫଣ୍ଡରେ ଘରୋଇ ସଞ୍ଚୟ ରାଶି ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ସେ ଗୁରୁତ୍ୱାରୋପ କରିଛନ୍ତି।
ସେ କହିଛନ୍ତି ଯେ, ଲୋକମାନଙ୍କ ଘରେପଡି ରହିଥିବା ସଞ୍ଚୟ ରାଶିକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ବିପୁଳ ସୁଯୋଗ ରହିଛି। ଦେଶ ମଧ୍ୟରେ ମୋଟ ଫାଇନାନ୍ସ ଉଦ୍ଦେଶ୍ୟରେ ଘରେ ରଖାଯାଇଥିବା ସଞ୍ଚୟ ରାଶିର ୧୬% ବୀମାରେ, ବ୍ୟାଙ୍କରେ ୩୯%, ଇକ୍ୱିଟି ବଜାରରେ ୨୪%, ଭବିଷ୍ୟନିଧିରେ ୭% ଜମା ହୋଇଛି। ବଳକା ଟଙ୍କାକୁ ଲୋକମାନେ ନଗଦ ଭାବେ ପାଖରେ ରଖୁଛନ୍ତି। ଦେଶର ମୋଟ ଜିଡିପିକୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପର ଅବଦାନ ୧୧% ରହିଛି।
ଦେଶର ମ୍ୟୁଚୁଆଲ ଫଣ୍ଡସଂସ୍ଥାଗୁଡିକର ସେବା ଯୋଗାଣ ଉପରେ ସୂଚନା ଦେଇ ସାହୁ କହିଛନ୍ତି, ବର୍ତ୍ତମାନ ମୋଟ ୪୩ ସଂସ୍ଥା ୯୦୦ରୁ ଅଧିକ ପ୍ରକାରର ସ୍କିମ୍‌ରେ ସେବା ଯୋଗାଉଛନ୍ତି। ଇକ୍ୱିଟି, ଡେଟ୍‌, ବଣ୍ଡ, ଏବଂ ଇଟିଏଫ୍‌ ବର୍ଗରେ ଏହି ସ୍କିମ୍‌ ସବୁ ରହିଛି। ଗତ ୩ ବର୍ଷରେ ଏହି ଶିଳ୍ପର ପରିଚାଳନା ସମ୍ପତ୍ତି ଦୁଇ ଗୁଣ ବଢି ୨୫ ଲକ୍ଷ କୋଟି ଟଙ୍କା ଛୁଇଁଛି। ଦେଶରେ ୨ କୋଟିରୁ ଅଧିକ ନିବେଶକ ୮ କୋଟିରୁ ଅଧିକ ଫୋଲିଓରେ ନିବେଶ କରିଥିବା ସେ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ଶକ୍ତିଧର ସିଂହ, ଆଇସିସି ଜାତୀୟ କମିଟି ସଦସ୍ୟ ସୁଧୀନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?