ଶିଳ୍ପ ବିଭାଗ ଶାସନ ସଚିବଙ୍କ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଅ

ଜଗତ୍‌ସିଂହପୁର ଅଫିସ,୧୯ା୫: କରୋନା ଭୂତାଣୁ ସଂକ୍ରମଣ ସାଙ୍ଗକୁ ବାତ୍ୟା ଅମ୍ଫନ୍‌ର ଭୟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ଏବେ ଏହାର ମୁକାବିଲା ପାଇଁ କାର୍ଯ୍ୟ ଶୈଳୀର ଗତିକୁ ଦ୍ୱିଗୁଣିତ କରିବାକୁ ପଡ଼ିବ। ବିଶେଷକରି ତଳିଆ ଅଞ୍ଚଳରୁ ଲୋକଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା, ସେଠାରେ ଯେପରି ସାମାଜିକ ଦୂରତା ରହିବ ଓ ଲୋକେ ମାସ୍କ, ସାନିଟାଇଜର୍‌ ଆଦି ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ସଂକ୍ରାନ୍ତୀୟ ସମୀକ୍ଷା ବୈଠକରେ ଯୋଗଦେଇ ଶିଳ୍ପ ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ଜଗତ୍‌ସିଂହପୁର ଜିଲାର ଏରସମା, ବାଲିକୁଦା, କୁଜଙ୍ଗ ଓ ପାରାଦୀପ ପୌରାଞ୍ଚଳ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ସେସବୁ ଅଞ୍ଚଳକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବାତ୍ୟା ପରେ ଲୋକଙ୍କୁ ରିଲିଫ ଦେବା ସହ ଚିକିତ୍ସା, ପାନୀୟଜଳ, ଗୋଖାଦ୍ୟ ଯୋଗାଇବାକୁ ହେବ। ରାସ୍ତା ସଫା କରିବା ସାଙ୍ଗକୁ ପୁନରୁଦ୍ଧାର ଓ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବା ଉପରେ ଶାସନ ସଚିବ ପ୍ରାଥମିକତା ଦେଇଥିଲେ। ଅନ୍ୟପଟେ ବାତ୍ୟା ପରେ ଯୋଗାଯୋଗରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ତୁରନ୍ତ ପାରାଦୀପ, ଏରସମା ଓ କୁଜଙ୍ଗଠାରେ ୩ଟି ଅସ୍ଥାୟୀ ସେଲୱାନ୍‌ ହୁଇଲ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶାସନ ସଚିବ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲା ପ୍ରଶାସନ ତରଫରୁ କୁହାଯାଇଥିଲା ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲାରେ ୪୨ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୫୪୨ଟି ବିଦ୍ୟାଳୟ ଗୃହ ଚିହ୍ନଟ ହୋଇଛି। କିନ୍ତୁ ଏରସମା, ବାଲିକୁଦା ଓ କୁଜଙ୍ଗ ବ୍ଲକର ୫୨ଟି ଗ୍ରାମ ପଞ୍ଚାୟତ ସହିତ ପାରାଦୀପ ପୌରାଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ପରିସ୍ଥିତି ନେଇ ୬,୨୬୪ ପଲିଥିନ୍‌ ସିଟ୍‌, ବିଭିନ୍ନ ବ୍ଲକରେ ୧୬ ହଜାର ଲିଟର କିରୋସିନ, ୩ଟି ଗୋଦାମରେ ୧୪୦୦୩.୨୯ କୁଇଣ୍ଟାଲ ଚାଉଳ ଓ ପାରାଦୀପରେ ୫୦ ହଜାର ପ୍ୟାକେଟ୍‌ ଶୁଖିଲା ଖାଦ୍ୟ ମହଜୁତ କରି ରଖାଯାଇଛି। ବାତ୍ୟା ପରେ ବିଦ୍ୟୁତ୍‌ ସରବରାହକୁ ସ୍ବାଭାବିକ ପାଇଁ ୮୫୦ଟି ବିଦ୍ୟୁତ ଖୁଣ୍ଟ, ୨୦୦ ଗ୍ୟାଙ୍ଗମ୍ୟାନଙ୍କୁ ସଜାଗ ରଖାଯାଇଛି। ୬,୯୮,୦୪୦ ଓଆର୍‌ଏସ୍‌ ପ୍ୟାକେଟ୍‌, ୪୫ ହଜାର ହାଲୋଜିନ ଟାବ୍‌ଲେଟ୍‌, ୭,୫୦୫ଟି ସାପକାମୁଡ଼ା ଇଞ୍ଜେକ୍ସନ୍‌ ମହଜୁତ ଅଛି। ୨୬ଟି ଯନ୍ତ୍ରଚାଳିତ ଡଙ୍ଗା, ୪୦ଟି ଦେଶୀ ଡଙ୍ଗା, ୫୦ କୁଇଣ୍ଟାଲ ଗୋଖାଦ୍ୟ, ୮ଟି ଭ୍ରାମ୍ୟମାଣ ପ୍ରାଣୀସମ୍ପଦ ଦଳ ସଜାଗ ଅଛନ୍ତି। ତୁରନ୍ତ ରାସ୍ତା ସଫା ନିମନ୍ତେ ୨୩ଟି ଜେସିବି ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ଗଛକଟା ଯନ୍ତ୍ର ପ୍ରସ୍ତୁତ ଅଛି। ମୋଟ ୩ଟି ଓଡ୍ରାଫ ଦଳ ମଧ୍ୟରୁ ପାରାଦୀପ ୨ ଓ ଜଗତ୍‌ସିଂହପୁରରେ ୧ଟି ରହିଛି। ସେମାନଙ୍କ ପାଖରେ ୨୨ଟି ଗଛକଟା ଯନ୍ତ୍ର ରହିଛି। ଏକାଧିକ ଅଗ୍ନିଶମ ଟିମକୁ ପାରାଦୀପ ଓ ଏରସମା ପଠାଯାଇଛି। ଏହାବାଦ୍‌ ୨୦୦ ଆପାଦ ମିତ୍ର, ୧୫୫ ସିଭିଲ ଡିଫେନ୍ସ, ୧୮ଟି ସ୍ବେଚ୍ଛାସେବୀ ସଙ୍ଗଠନକୁ ବାତ୍ୟା ମୁକାବିଲା ନିମନ୍ତେ କାମ କରିବାକୁ ପ୍ରସ୍ତୁତ ରଖାଯାଇଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌, ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ନିବେଦିତା ମିଶ୍ର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଜରୁରୀ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ...

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri