Posted inଜାତୀୟ

ମୋଦିଙ୍କ ପାଇଁ ପୁଣି ଥରେ ଶୁଭ ସାବ୍ୟସ୍ତ ହେଲା ୮ ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଏବେ ଜ୍ୟୋତିଷ ଅଙ୍କଙ୍କ ଗଣନା ପୁଣି ଥରେ ସତ ସାବ୍ୟସ୍ତ ହୋଇଥିବା କୁହାଯାଉଛି। କାରଣ ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୮ ଅଙ୍କ ଶୁଭ ସାବ୍ୟସ୍ତ ହୋଇଛି। କାରଣ ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ଏଥର ବି ମୋଦି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ। ଏଥିଲାଗି ଦଳ ୨୬ରେ ରାଷ୍ଟ୍ରପତିଙ୍କ ନିକଟରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବ। ଏଥର ମଧ୍ୟ ମୋଦିଙ୍କ ପାଇଁ ୮ ଶୁଭ ସାବ୍ୟସ୍ତ ହୋଇଛି। କାରଣ ପୂର୍ବରୁ ମୋଦି ଯେତେସବୁ ମହତ୍ୱପୁର୍ଣ୍ଣ ଯୋଜନା କରିଛନ୍ତି ସବୁ ପଛରେ ୮ ଅଙ୍କର ମହତ୍ୱ ରହିଛି। ୨୬ ଅର୍ଥାତ୍‌ ୨+୬=୮ ତେଣୁ ୨୬ର ମିଶ୍ରଶ ୮ ହୋଇଥିବାରୁ ଏହା ତାଙ୍କ ପାଇଁ ଶୁଭ। ଅତିତକୁ ନଜର ପକାଇଲେ ଦେଖାଯାଏ ଯେ ୨୬ ଏପ୍ରିଲରେ ମୋଦି ନାମାଙ୍କନ ଦାଖଲ କରିଥିଲେ। ଯାହାକୁ ଯୁକ୍ତ କଲେ ୮ ହେଉଥିଲା। ସେହିପରି ୧୭ ତମ ଲୋକ ସଭା ପାଇଁ ମୋଦି ପ୍ରାର୍ଥିପତ୍ର ଦାଖଲ କରିଥିଲେ ଓ ବିଜୟୀ ହୋଇଥିଲେ। ସେହିପରି ୨୬ ଫେବୃୟାରୀରେ ବାଲାକୋଟ୍‌ ଆକ୍ରମଣ ଯୋଜନା କରିଥିଲେ। ମୁଦ୍ରା ଯୋଜନାର ଆରମ୍ଭ ୮ ଏପ୍ରିଲରେ ହୋଇଥିଲା। ୮ ନଭେମ୍ବରରେ ବିମୁଦ୍ରିକରଣ ଯୋଜନା ମଧ୍ୟ ସଫଳ ହୋଇଥିଲା ମୋଦିଙ୍କ ପାଇଁ। ତେଣୁ ଅଙ୍କ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ମୋଦିଙ୍କ ପାଇଁ ୮ ଅଙ୍କ ହେଉଛି ଶୁଭ।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ; ଦେବେନ୍ଦ୍ର ଫଡନଭିସଙ୍କୁ କେନ୍ଦ୍ରରେ ମିଳିବ ବଡ଼ ଭୂମିକା’

ମୁମ୍ବାଇ,୧୭।୭: ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର (୧୭ ଜୁଲାଇ) ସେ କହିଛନ୍ତି ଯେ…

ଏତିକି କିମି ବେଗରେ ପବନ ସହ ଝଡ଼ତୋଫାନ! ଚେତାବନୀ ଦେଲା IMD; ୧୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୧୭।୭: ଦେଶରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ପାଣିପାଗ ବିଭାଗ ଏବେ ଆଶ୍ୱାସନା ଦେଲା ଭଳି ଏକ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଆସନ୍ତାକାଲି…

ବଦଳିଗଲା NDA ସଂସଦୀୟ ଦଳର ନାମ: ଏବେ ‘ମଙ୍ଗଳ ମିଳନ’ ନାମରେ ହେବ ବୈଠକ

ନୂଆଦିଲ୍ଲୀ,୧୭।୭: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ…

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri