ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ ଜଗତ ଓ ପ୍ରଶଂସକଙ୍କର ଶୁଭେଚ୍ଛାର ସୂଅ ଛୁଟିଛି। ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ। ନିଜର ଅଭିଭାଷଣ, କଡ଼ା ନିଷ୍ପତ୍ତି ଓ ସଫଳ ଯୋଜନା ପାଇଁ ଦେଶ ବିଦେଶରେ ପରିଚିତ ପ୍ରଧାନମନ୍ତ୍ରୀ ମୋଦି ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ଅଭିଭାଷଣ ଶୁଣିବା ପାଇଁ କାହିଁ କେତେ ଦୂରରୁ ଲୋକମାନଙ୍କ ସୂଅ ଛୁଟିଥାଏ। କେବଳ ସେତିକି ନୁହେଁ ତାଙ୍କର ଡ୍ରେସିଂ ଷ୍ଟାଇଲ୍‌, ବେଶଭୂଷାକୁ ନେଇ ସୋସିଆଲ ମିଡିଆରେ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ମୋଦିଙ୍କ କୁର୍ତ୍ତାରୁ ଆରମ୍ଭ କରି ସୁଟ ପ୍ୟାଣ୍ଟ ପର୍ଯ୍ୟନ୍ତ ଯୁବବର୍ଗ ତାଙ୍କୁ ଫଲୋ କରୁଛନ୍ତି। ନିକଟରେ ମୋଦିଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଆସନ୍ତୁ ଜାଣିବା ସେ ବିଷୟରେ…


*ଛୋଟ ହାତ ଥିବା କୁର୍ତ୍ତା: ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମୋଦି କୁର୍ତ୍ତା ବେଶ୍‌ ଲୋକପ୍ରିୟ ହୋଇଥିଲା। କିନ୍ତୁ ମୋଦି ମଧ୍ୟ ଭିନ୍ନ ଭିନ୍ନ କୁର୍ତ୍ତାର ବ୍ୟବହାର କରିଥାନ୍ତି। ନିକଟରେ ତାଙ୍କର ଛୋଟ ହାତ ଥିବା କୁର୍ତ୍ତାକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଇଥିଲା।


* ନେହେରୁ ଜ୍ୟାକେଟ: ନେହେରୁ ଜ୍ୟାକେଟ ବହୁ ପୂର୍ବରୁ ମାର୍କେଟରେ ଉପଲବ୍ଧ ହେଉଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନୂଆ ଲୁକ୍‌ ଦେବା ସହ ଟ୍ରେଣ୍ଡ କରିଦେଇଛନ୍ତି। ମୋଦି କୁର୍ତ୍ତା ପାଇଜାମା ସହ ନେହେରୁ ଜ୍ୟାକେଟକୁ ଭଲଭାବେ ବହନ କରିଥାନ୍ତି।


* ରଙ୍ଗ ବେରଙ୍ଗ ପଗଡ଼ି: ମୋଦିଙ୍କର ପଗଡି ପ୍ରତି ରହିଛି ଦୁର୍ବଳତା। ସ୍ବାଧୀନତା ଦିବସ ଅବସରରେ ମୋଦିଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ମୋଦିଙ୍କର କୁର୍ତ୍ତା ପାଇଜାମା ଓ ରଙ୍ଗବେରଙ୍ଗର ପଗଡି ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।


* ହାଇ ନେକ୍‌ ସୁଟ: ବିଦେଶ ଗସ୍ତ ଅବସରରେ ଭିନ୍ନ ଭିନ୍ନ ସୁଟରେ ମୋଦି ନଜର ଆସନ୍ତି। ଡ୍ରେସିଂ ମାମଲାରେ ମୋଦିଙ୍କ ଏହି ଲୁକ୍‌ ବିଦେଶୀ ନେତାଙ୍କୁ ଟକ୍କର ଦେଇଥାଏ।


* କୁର୍ତ୍ତା, ପାଇଜାମା ସହ ଷ୍ଟୋଲ: ନିକଟରେ ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ତାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଧଳା କୁର୍ତ୍ତାରେ ପାଇଜାମା, ରେଡ ଓ କ୍ରୀମ କଲରର ପାରମ୍ପରିକ ଷ୍ଟୋଲରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।


* ସୁଟ ଉପରେ ନେକ୍‌ ସ୍କାର୍ଫ: ସ୍ବିଡେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେକ ଶାର୍ଟ ସହ ଗ୍ରେ ସୁଟ ପିନ୍ଧିଥିଲେ। ଏହାସହ ଲାଲ ରଙ୍ଗର ସ୍କାର୍ଫ ତାଙ୍କୁ ହ୍ୟାଣ୍ଡସମ ଲୁକ୍‌ ଦେଇଥିଲା।


*ନେହେରୁ କଲର ସୁଟ: ପ୍ରିନ୍ସ ଚାଲର୍‌ସଙ୍କ ସହ ସାକ୍ଷାତ୍‌କାରରେ ମୋଦି କଳା ରଙ୍ଗର ନେହେରୁ କଲର ସୁଟ ପିନ୍ଧିଥିଲେ। ସୁଟରେ ସେ ପକେଟ ସ୍କ୍ବାୟର ଲଗାଇଥିଲେ। ମୋଦିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri