ମୁସଲମାନ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା : ହାଇକୋର୍ଟରେ ରାଜ୍ୟ ସରକାର ରଖିଲେ ଜବାବ

କଟକ ଅଫିସ୍‌,୧।୫: ଜଣେ ମୁସଲମାନ୍‌ ବ୍ୟକ୍ତିଙ୍କର ଏକ ଘରୋଇ ନର୍ସିଂହୋମ୍‌ରେ ଡାଏଲିସିସ୍‌ ନ ହୋଇ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର ଗୁରୁବାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ସରକାରୀ କିମ୍ବା ଘରୋଇ ହସ୍ପିଟାଲ ହେଉ ଚିକିତ୍ସାରେ ଜାତି, ଧର୍ମର ଯେପରି କୌଣସି ପାତରଅନ୍ତର ନ ହୁଏ, ରାଜ୍ୟ ସରକାର ତାହାକୁ ସୁନିଶ୍ଚିତ କରୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ହାଇକୋର୍ଟରେ ଉପରୋକ୍ତ ଜବାବ ଦାଖଲ କରିଛନ୍ତି। ଏହାପରେ ବିଚାରପତି ଶତ୍ରୁଘନ ପୂଜାହାରୀ ଏବଂ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଘଟଣାର ତଦନ୍ତ ପାଇଁ କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତପରେ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।
ଏଥିସହ କୌଣସି ରୋଗୀଙ୍କୁ ସରକାରୀ କିମ୍ବା ଘରୋଇ ହସ୍ପିିଟାଲ୍‌ରେ ଯେମିତି ଚିକିତ୍ସା ପାଇଁ ମନା ନ କରାଯାଏ, ତାହା ରାଜ୍ୟ ସରକାର ନିଶ୍ଚିତ କରନ୍ତୁ । ଯଦି ଉକ୍ତ ହସ୍ପିିଟାଲ୍‌ରେ ଚିକିତ୍ସା ସୁବିଧା ନ ଥିବ, ତେବେ ଯେଉଁଠାରେ ସୁବିଧା ଥିବ, ସେଠାକୁ ସ୍ଥାନାନ୍ତର କରାଯାଉ ବୋଲି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାମଲାର ଅନ୍ତ ଘଟିଛି। କଟକ ଅଜରା ଜମାଲ୍‌ ଏହି ଜନସ୍ବାର୍ଥ ମାମଲାର ଆବେଦନ କରିଥିବା ବେଳେ ଆଇନଜୀବୀ କିଶୋର କୁମାର ରାଉତ ଏହାକୁ ପରିଚାଳନା କରିଥିଲେ ।
ପ୍ରକାଶଯେ, ସାଲେପୁରର ସୟଦ୍‌ ଅବଦୁଲ୍‌ ହସନ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। କଟକ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ନିୟମିତ ଡାଏଲିସିସ୍‌ ହେଉଥିଲା। ଗତ ୧୦ ତାରିଖରେ ସେ ଡାଏଲିସିସ୍‌ ପାଇଁ ଯାଇଥିବା ବେଳେ ହସ୍ପିଟାଲ୍‌ ଟେକ୍ନିସିଆନ୍‌ ତାଙ୍କୁ ମନାକରି ଦେଇଥିଲେ। ତବଲିଘି ଜମାତ୍‌ ଯୋଗୁ ବହୁ ସଂଖ୍ୟାରେ ମୁସଲମାନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଣୁ ଅବଦୁଲ୍‌ ଜଣେ ମୁସଲମାନ୍‌ ହୋଇଥିବାରୁ ସେ ପ୍ରଥମେ କରୋନା ପରୀକ୍ଷା କରିବାକୁ ଟେକ୍ନିସିଆନ୍‌ କହିଥିଲେ। ସେଠାରୁ ଅବଦୁଲ୍‌ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଘଟଣାର ଉପଯୁକ୍ତ ତଦନ୍ତ ସହ ଘରୋଇ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା କାଉନ୍‌ସିଲ୍‌ ଅଫ୍‌ ମେଡ଼ିକାଲ୍‌ ରେଜିଷ୍ଟ୍ରେଶନ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri