ମୁସଲମାନ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା : ହାଇକୋର୍ଟରେ ରାଜ୍ୟ ସରକାର ରଖିଲେ ଜବାବ

କଟକ ଅଫିସ୍‌,୧।୫: ଜଣେ ମୁସଲମାନ୍‌ ବ୍ୟକ୍ତିଙ୍କର ଏକ ଘରୋଇ ନର୍ସିଂହୋମ୍‌ରେ ଡାଏଲିସିସ୍‌ ନ ହୋଇ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାରେ ରାଜ୍ୟ ସରକାର ଗୁରୁବାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ସରକାରୀ କିମ୍ବା ଘରୋଇ ହସ୍ପିଟାଲ ହେଉ ଚିକିତ୍ସାରେ ଜାତି, ଧର୍ମର ଯେପରି କୌଣସି ପାତରଅନ୍ତର ନ ହୁଏ, ରାଜ୍ୟ ସରକାର ତାହାକୁ ସୁନିଶ୍ଚିତ କରୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ହାଇକୋର୍ଟରେ ଉପରୋକ୍ତ ଜବାବ ଦାଖଲ କରିଛନ୍ତି। ଏହାପରେ ବିଚାରପତି ଶତ୍ରୁଘନ ପୂଜାହାରୀ ଏବଂ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଘଟଣାର ତଦନ୍ତ ପାଇଁ କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତପରେ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।
ଏଥିସହ କୌଣସି ରୋଗୀଙ୍କୁ ସରକାରୀ କିମ୍ବା ଘରୋଇ ହସ୍ପିିଟାଲ୍‌ରେ ଯେମିତି ଚିକିତ୍ସା ପାଇଁ ମନା ନ କରାଯାଏ, ତାହା ରାଜ୍ୟ ସରକାର ନିଶ୍ଚିତ କରନ୍ତୁ । ଯଦି ଉକ୍ତ ହସ୍ପିିଟାଲ୍‌ରେ ଚିକିତ୍ସା ସୁବିଧା ନ ଥିବ, ତେବେ ଯେଉଁଠାରେ ସୁବିଧା ଥିବ, ସେଠାକୁ ସ୍ଥାନାନ୍ତର କରାଯାଉ ବୋଲି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାମଲାର ଅନ୍ତ ଘଟିଛି। କଟକ ଅଜରା ଜମାଲ୍‌ ଏହି ଜନସ୍ବାର୍ଥ ମାମଲାର ଆବେଦନ କରିଥିବା ବେଳେ ଆଇନଜୀବୀ କିଶୋର କୁମାର ରାଉତ ଏହାକୁ ପରିଚାଳନା କରିଥିଲେ ।
ପ୍ରକାଶଯେ, ସାଲେପୁରର ସୟଦ୍‌ ଅବଦୁଲ୍‌ ହସନ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। କଟକ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ନିୟମିତ ଡାଏଲିସିସ୍‌ ହେଉଥିଲା। ଗତ ୧୦ ତାରିଖରେ ସେ ଡାଏଲିସିସ୍‌ ପାଇଁ ଯାଇଥିବା ବେଳେ ହସ୍ପିଟାଲ୍‌ ଟେକ୍ନିସିଆନ୍‌ ତାଙ୍କୁ ମନାକରି ଦେଇଥିଲେ। ତବଲିଘି ଜମାତ୍‌ ଯୋଗୁ ବହୁ ସଂଖ୍ୟାରେ ମୁସଲମାନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଣୁ ଅବଦୁଲ୍‌ ଜଣେ ମୁସଲମାନ୍‌ ହୋଇଥିବାରୁ ସେ ପ୍ରଥମେ କରୋନା ପରୀକ୍ଷା କରିବାକୁ ଟେକ୍ନିସିଆନ୍‌ କହିଥିଲେ। ସେଠାରୁ ଅବଦୁଲ୍‌ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଘଟଣାର ଉପଯୁକ୍ତ ତଦନ୍ତ ସହ ଘରୋଇ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା କାଉନ୍‌ସିଲ୍‌ ଅଫ୍‌ ମେଡ଼ିକାଲ୍‌ ରେଜିଷ୍ଟ୍ରେଶନ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri