ମୁନାଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ

ପୁଚୁକି ଗାଲି ଗୀତରେ ପିଲା ବେଳେ ମୁଁ ଅନେକ ଡ୍ୟାନ୍ସ କରିଛି। ଛୋଟ ବେଳୁ ଏମିତି କିଛି ଗୀତ ଦେଖିଦେଖି ହିରୋ ହେବାର ନିଶା ମୋ ମୁଣ୍ଡକୁ ଢ଼ୁକିିଥିଲା। ସିଧାସଳଖ କହିବାକୁ ଗଲେ ଓଲିଉଡ଼ର ସୁପର୍‌ଷ୍ଟାର ସିଦ୍ଧାନ୍ତ ମହାପାତ୍ର ତଥା ମୁନା ଭାଇଙ୍କ ଯୋଗୁଁ ମୋର ଅଭିନେତା ହେବାର ଆଶା ସୃଷ୍ଟି ହୋଇଛି। ଥିଏଟରରେ କାମ କରୁ କରୁ ଓଲିଉଡ଼ ଜଗତରେ ପ୍ରବେଶ କରିଗଲି। ହେଲେ ମୁନା ଭାଇଙ୍କ ସହ ଦିନେ କାମ କରିବାର ସୁଯୋଗ ପାଇବି ବୋଲି ସ୍ବପ୍ନରେ ବି ଭାବି ନଥିଲି। ପ୍ରଥମ ଚଳଚ୍ଚିତ୍ର ‘କଥା ଦେଲି ମଥା ଛୁଇଁ ’ପରେ କିଛି ଭଲ ପ୍ରୋଜେକ୍ଟ ମିଳି ନ ଥିଲା। ଦିନେ ହଠାତ୍‌ ଫୋନ ଆସିଲା ନିର୍ଦ୍ଦେଶକ ବବି ଇସ୍‌ଲାମଙ୍କର। ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ସିନେମାର କାହାଣୀ ପର୍ଯ୍ୟବସିିତ ବୋଲି କହି ମୋତେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପଡ଼ିବ ବୋଲି ଜଣାଇଥିଲେ। ଏହା ପରେ କହିଥିଲେ, ଫିଲ୍ମରେ ଅନ୍ୟ ଏକ ଭୂମିକା ବି ରହିଛି। ଏହି ଭୂମିକାକୁ ହିରୋ କୁହା ନ ଗଲେ ସୁଦ୍ଧା ଏହା ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଏଥିରେ ଜଣେ ଭଲ କଳାକାର ଅଭିନୟ କରିବେ। ତାଙ୍କଠାରୁ ଏହା ଜାଣିବା ପରେ ମୁଁ ସ୍ଥିର କରିଥିଲି ଯେ, ଗୋଟିଏ ଫିଲ୍ମରେ ଦୁଇଟି ମୁଖ୍ୟ ଭୂମିକାକୁ ସ୍ଥାନ ଦିଆଯାଉଛି ଅର୍ଥ ମୋ ହିରୋ ଭୂମିକାର ଗୁରୁତ୍ୱ ସେତେ ନ ଥିବ। ଏଣୁ ମନା କରିଦେବା ଭଲ। ହେଲେ ଖବର ପାଇଲି ସେହି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ ଓଲିଉଡ଼ ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର। ବହୁତ ଖୁସି ହୋଇଯାଇଥିଲି। ଆଉ ମନା କରିବାର କୌଣସି ଉପାୟ ମୋ ପାଖରେ ନ ଥିଲା। ଶୁଟିଂ ଆରମ୍ଭ ହେଲା। କିଶନନଗରରେ ଗୋଟିଏ ସିନ୍‌ର ଶୁଟିଂ ଚାଲିଥାଏ ଯେଉଁଥିରେ ମୁନା ଭାଇଙ୍କର ସିନ୍‌ ମୋ ସହ ଥିଲା। ଏତିକି ଜାଣିଛ,ି ଜଣେ କଳାକାର ସବୁବେଳେ ଶିଖିଥାଏ। ଶିଖିବାର ସମୟ କି ବୟସ କିଛି ନଥାଏ। ସେ ଦିନ ବି ସେମିତି କିଛି ଘଟିଥିଲା। ଶୁଟିଂ ସେଟ୍‌ରେ ମୁଁ ମୁନା ଭାଇଙ୍କୁ ଭେଟିଲି ଓ ତାଙ୍କ ବ୍ୟବହାର ମୋତେ ବହୁତ ଭଲ ଲାଗିଥିଲା। ମୁଁ ତାଙ୍କଠାରୁ ବୟସରେ ସାନ କିମ୍ବା ଅଭିଜ୍ଞତାରେ କମ୍‌ ବୋଲି କେବେ ବି ଅନୁଭବ କରିନଥିଲି॥ ସେ ସୁପରଷ୍ଟାର୍‌ କେମିତି ହୋଇଛନ୍ତି ତାହା ସୁଟିଂର କିଛି ଘଣ୍ଟା ଭିତରେ ଜାଣି ଯାଇଥିଲି। ଜଣେ ଭଲ ମଣିଷ, ଭଲ କଳାକାର, ଅଭିନୟର ଯାଦୁକରି ତାଙ୍କ ପାଖରେ ଅଛି। କ୍ୟାମେରା ସମ୍ମୁଖରେ କ’ଣ କଲେ ତାହା ଗ୍ରହଣୀୟ ହୋଇପାରିବ ତାହା ସେ ବହୁତ ଭଲ ଭାବେ ଜାଣନ୍ତି। ଏତିକି କହିବି, ସିଦ୍ଧାନ୍ତ ମହାପାତ୍ର ହେଲେ ଜଣେ ଫୁଲ୍‌ ପ୍ୟାକେଜ୍‌ କଳାକାର। ମୁନା ଭାଇଙ୍କ ସହ କାମ କରି ଅନେକ କିଛି ଶିଖିଛି। ମୁନା ଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ, ଯାହା ମୋ କ୍ୟାରିୟରକୁ ଆଗକୁ ନେବାରେ ଅନେକ ସାହାଯ୍ୟ କରିବ।
-କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri