ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ

କୋରାପୁଟ,୧୫।୧୦(ସ୍ବ.ପ୍ର): କୋରାପୁଟ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ା କିନ୍ତୁ ଏପରି ଘୋଷଣା କେବଳ ଲୋକଙ୍କୁ ଭୁଅଁା ବୁଲାଇବା ପାଇଁ କରାଯାଇଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛିା କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ଏବଂ ସଦର ମହକୁମା ଡାକ୍ତରଖାନାରେ ରୋଗୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନସ ମାଧ୍ୟମରେ ପ୍ୟାକେଜ ଘୋଷଣା କରିଥିବା ଜିଲାପାଳ ମଧୁସୂଦନ ମିଶ୍ର ସ୍ଥାନୀୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ସୂଚନା ଦେଇଛନ୍ତିା ଗତ ୯ ତାରିଖରେ ରାଜ୍ୟର ୫ଟି’ ସଚିବ ଭି.କେ. ପାଣ୍ଡିଆନ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲ ଏବଂ ଜୟପୁରସ୍ଥିତ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିବା ପରେ ସ୍ଥାନୀୟ ମେଡିକାଲ କଲେଜଠାରେ ଆୟୋଜିତ ଏକ ବୈଠକରେ ସ୍ବାସ୍ଥ୍ୟ ସେବା ଉପରେ ସମୀକ୍ଷା କରିଫେରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରିଥିବା ଜିଲାପାଳ ସୂଚନା ଦେଇଛନ୍ତି ା ରୋଗୀମାନଙ୍କୁ ଗୋଟିଏ ଛାତ ତଳେ ସ୍ବାସ୍ଥ୍ୟସେବା ଦେବା ନିମନ୍ତେ କୋରାପୁଟ ମେଡିକାଲ କଲେଜ ହସ୍‌ପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ ଓ୍ବାର୍ଡ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ା ଅସ୍ଥିଶଲ୍ୟ ବିଭାଗରେ ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ରୋଗୀ କଲ୍ୟାଣ ସମିତିକୁ ଅନୁମୋଦନ କରିଥିବା ପ୍ରକାଶ କରିଥିଲେ ା କୋରାପୁଟ ହସ୍‌ପିଟାଲ ନିମନ୍ତେ ୫ଟି ନୂତନ ଆମ୍ବୁଲାନସ ଓ ୩ଟି ମହାପ୍ରୟାଣ ଗାଡି ମଞ୍ଜୁର କରିଥିବା ସେ ସୂଚନା ଦେଇଥିଲେ ା ଜୟପୁର ସଦର ମହକୁମା ଡାକ୍ତରଖାନା ନିମନ୍ତେ ନୂତନ ୨୫୦ ୱାର୍ଡ ନିର୍ମାଣ, ଲାପ୍ରୋସ୍କୋପିକ ମେଶିନ କ୍ରୟ, ଷ୍ଟାଫ ଗୃହ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରାଯାଇଥିବା ସେ ସୂଚନା ଦେଇଛନ୍ତିା ସେହିପରି ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଯୁବପିଢିକୁ ରକ୍ତଦାନ ନିମନ୍ତେ ପ୍ରୋସତ୍ାହନ କରିବାକୁ ୧୦ ଲକ୍ଷ ଟଙ୍କା କୋରାପୁଟ ଏସପିଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିା ସେହିପରି କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲ ଓ ଜୟପୁର ସଦର ଡାକ୍ତରଖାନା ତଦାରଖ ନିମନ୍ତେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତିା ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କମିଟିରେ ଏସପି, ସିଡିଏମଓ, ବିଡିଓ, ତହସିଲଦାର, ଆଇଆଇସି ଓ ମେଡିକାଲ ଅଧିକାରୀମାନେ ରହିଥିବା ଜିଲାପାଳ ଏହି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତିା ଏହି କମିଟି ପକ୍ଷରୁ ଅନ୍ତତଃ ପ୍ରତି ସପ୍ତାହରେ ଏକ ବୈଠକ କରାଯାଇ ସଭ୍ୟମାନେ ଆଣିଥିବା ସମସ୍ତ ରିପୋର୍ଟ ତଥା ଅଭିଯୋଗ ଉପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସ୍ବାସ୍ଥ୍ୟ ସେବା ନେଇ ଦଲାଲ କାର୍ଯ୍ୟ ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜିଲାପାଳ ପ୍ରକାଶ କରିଥିଲୋ ଏହି ଅବସରରେ ସିଡିଏମଓ ଦଧିବାମନ ତ୍ରିପାଠୀ, ମେଡିକାଲ କଲେଜର ଅଧୀକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ, ପ୍ରଶାସିକା ମଧୁମିତା ନାୟକ, ମ୍ୟାନେଜର ଶୁଭେନ୍ଦୁ ପଣ୍ଡା, ଜୟପୁର ସଦର ମହକୁମା ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପ୍ରମୋଦ ସାମନ୍ତରାୟ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପି. ଟୁଲିଆମ୍ମା ପ୍ରମୁଖ ଉପସ୍ଥିତ ଥିଲେ ା ଅପରପକ୍ଷେ ରାଜ୍ୟର ତିନି ପଛୁଆ ଜିଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମାଧାନରେ ସହାୟକ ହେବ ନାହଁି ବରଂ କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ଭାଜପାର ବରିଷ୍ଠ ନେତା ତଥା କୋରାପୁଟର ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ପୂର୍ବତନ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝି ଓ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଏକ ମିଳିତ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri