ମିଆଦୋତ୍ତୀର୍ଣ୍ଣ ଇଲେକ୍ଟୋରାଲ ବଣ୍ଡ୍‌କୁ ଅନୁମତି

ନୀତୀନ ସେଠୀ
କର୍ନାଟକ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଆଣ୍ଟି-ମନିଲଣ୍ଡରିଂ ନିୟମକୁ ଉଲ୍ଲଂଘନ କରି ୧୦ କୋଟି ଟଙ୍କାର ମିଆଦ ପୂରିଥିବା ଇଲେକ୍ଟୋରାଲ ବଣ୍ଡ୍‌କୁ ନାମ ଜଣା ନ ଥିବା ରାଜନୈତିକ ଦଳକୁ ଦାନ କରିବାକୁ ବେନାମୀ ଦାତାଙ୍କୁ ଅନୁମତି ଦେଇଥିବା ହଫ୍‌ପୋଷ୍ଟ ଇଣ୍ଡିଆ ହାତରେ ପଡ଼ିଥିବା ଦଲିଲରୁ ଜଣାପଡ଼ିଛି। କର୍ନାଟକ ନିର୍ବାଚନ ପୂର୍ବରୁ ଅସମୟରେ ଏକ ସ୍ବତନ୍ତ୍ର ୧୦ ଦିନିଆ ଓ୍ବିଣ୍ଡୋ ଖୋଲି ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି କରିବା ଲାଗି ପିଏମ୍‌ଓ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ କୁହାଯିବା ପରେ ମନ୍ତ୍ରଣାଳୟ ନିଜେ ତିଆରି କରିଥିବା ନିୟମକୁ ଭାଙ୍ଗି ଏସ୍‌ବିଆଇକୁ ଏଥିପାଇଁ ଅନୁମତି ଦେଇଥିଲା। ସ୍ବଚ୍ଛତା କର୍ମୀ କମୋଡୋର ଲୋକେଶ ବାତ୍ରାଙ୍କ ଦ୍ୱାରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପ୍ରାପ୍ତ ତଥା ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ସମୀକ୍ଷିତ ଦଲିଲରେ ଦାତା କିମ୍ବା ଗ୍ରହୀତା ରାଜନୈତିକ ଦଳ ମଧ୍ୟରୁ କିଏ ଅବଧି ପୂରିଥିବା ବଣ୍ଡ୍‌କୁ ଗ୍ରହଣ କରିବା ପାଇଁ ଏସ୍‌ବିଆଇକୁ ଅନୁମତି ଦେବାକୁ ଅର୍ଥ ମନ୍ତ୍ରଣାଳୟରେ ଲବି କରିଥିଲେ ତାଙ୍କ ନାମ ଉଲ୍ଲେଖ ନାହିଁ। କିନ୍ତୁ ଏଭଳି ବେଆଇନ ଉପରେ ବେଆଇନ କାର୍ଯ୍ୟ ଚାଲିଥିବା ଦେଖି ବୁଝି ହେଉଛି କାହିଁକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନିର୍ବାଚନ କମିଶନ (ଇସି), କେତେକ ବିରୋଧୀ ଦଳ, ସ୍ବଚ୍ଛତା କର୍ମୀ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ ପରି ଇଲେକ୍ସନ ଓ୍ବାଚ୍‌ଡଗ୍‌ମାନେ ଏହି ବଣ୍ଡ୍‌କୁ ବିରୋଧ କରୁଥିଲେ।
ବେଆଇନ ଭାବେ ଖୋଲାଯାଇଥିବା ଓ୍ବିଣ୍ଡୋ ମାଧ୍ୟମରେ କିଣାଯାଇଥିବା ଏକ ମିଆଦୋତ୍ତୀର୍ଣ୍ଣ ଇଲେକ୍ଟୋରାଲ ବଣ୍ଡ୍‌କୁ ଗ୍ରହଣ କରିବା ପାଇଁ ଏସ୍‌ବିଆଇକୁ ଅନୁମତି ଦେଇ ମୋଦି ସରକାର ଦେଖାଇ ଦେଇଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକୁ ବେନାମୀ ପାଣ୍ଠି ଯୋଗାଣ ପାଇଁ ଏହି ସରକାର ନିଜେ ତିଆରି କରିଥିବା ଆଇନକୁ ବି ଖାତିର କରନ୍ତି ନାହିଁ। ଇଲେକ୍ଟୋରାଲ ବଣ୍ଡ୍‌ର ଆଇନଗତ ବୈଧତା ଉପରେ ବର୍ତ୍ତମାନ ସୁପ୍ରିମ୍‌କୋର୍ଟ ଶୁଣାଣି କରୁଛନ୍ତି। ଗୁରୁବାର ବିରୋଧୀ ଦଳ ନେତାମାନେ ପାର୍ଲାମେଣ୍ଟରେ ଏହା ଉପରେ ଏକ ବିତର୍କ ପାଇଁ ଦାବି କରିଥିଲେ।
୨୦୧୭ ଫେବୃୟାରୀରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଯେତେବେଳେ ଇଲେକ୍ଟୋରାଲ ବଣ୍ଡ୍‌ର ପ୍ରସ୍ତାବନା ଦେଲେ ସେତେବେଳେ ଆର୍‌ବିଆଇ ଚେତାଇ ଦେଇଥିଲା ଯେ କଳାଟଙ୍କାକୁ ଧଳା କରିବା ପାଇଁ ଏହି ବଣ୍ଡ୍‌କୁ ବ୍ୟବହାର କରାଯାଇପାରେ। ହଫ୍‌ପୋଷ୍ଟ ଇଣ୍ଡିଆର ପୂର୍ବ ରିପୋର୍ଟ ଅନୁସାରେ, ଆର୍‌ବିଆଇ ଶେଷ ପର୍ଯ୍ୟନ୍ତ ଏହି ବଣ୍ଡ୍‌କୁ ବିରୋଧ କରିଥିଲା। ଶେଷକୁ ସମ୍ଭାବ୍ୟ ମନି ଲଣ୍ଡରିଂକୁ ରୋକିବା ପାଇଁ ବ୍ୟାଙ୍କ ବର୍ଷରେ ମାତ୍ର ଦୁଇଥର ନିର୍ଦ୍ଦିଷ୍ଟ ଅବଧି ଭିତରେ ଏହି ବଣ୍ଡ୍‌ ବିକ୍ରି କରିବା ସହ ବଣ୍ଡ୍‌ କିଣା ହେବାର ୧୫ ଦିନ ଭିତରେ ତାହା ପାଇଥିବା ରାଜନୈତିକ ଦଳ ତାକୁ ନିଜ ଆକାଉଣ୍ଟରେ ଜମା କରିବା ପାଇଁ କହିଥିଲା। ଜାନୁୟାରୀ ୨୦୧୮ରେ ଅର୍ଥ ମନ୍ତ୍ରଣାଳୟ ବଣ୍ଡ୍‌ର କିଣା ବିକା ସମ୍ବନ୍ଧରେ ନିୟମାବଳୀ ପ୍ରକାଶ କରିଥିଲା। ସେହି ନିୟମ ଅନୁସାରେ ଏସ୍‌ବିଆଇ ବର୍ଷରେ ୪ ଥର ବଣ୍ଡ୍‌ ବିକ୍ରି କରିପାରିବ, ତାହାକୁ କିଣା ହେବାର ୧୫ ଦିନ ଭିତରେ ପାଇଥିବା ରାଜନୈତିକ ଦଳ ନିଜ ଆକାଉଣ୍ଟରେ ଜମା କରିବ ଏବଂ ସେହି ଟଙ୍କା ଲୋକ ସଭା ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିବ। କିନ୍ତୁ ମେ ୨୦୧୮ରେ କର୍ନାଟକ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମେ ୧ରୁ ୧୦ ପର୍ଯ୍ୟନ୍ତ ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ଏକ ୧୦ ଦିନିଆ ଓ୍ବିଣ୍ଡୋ ଖୋଲିବାକୁ ଅନୁମତି ଦେଲା। ୨୦୧୮ ମେ ୨୪ ତାରିଖରେ ଏସ୍‌ବିଆଇ ଅର୍ଥ ମନ୍ତ୍ରଣାଳୟକୁ ଜଣାଇଲା ଯେ ଏକ ରାଜନୈତିକ ଦଳର ପ୍ରତିନିଧି ମେ ୩ ତାରିଖରେ କିଣା ହୋଇଥିବା ଅର୍ଥାତ୍‌ ୧୫ ଦିନିଆ ଅବଧି ପୂରି ଯାଇଥିବା ୧୦ କୋଟି ଟଙ୍କାର ଏକ ଇଲେକ୍ଟୋରାଲ ବଣ୍ଡ୍‌ ଆଣି ଏସ୍‌ବିଆଇର ଦିଲ୍ଲୀସ୍ଥିତ ମୁଖ୍ୟ ଶାଖାରେ ତାକୁ ଜମା କରିବା ପାଇଁ ଦାବି କରୁଛନ୍ତି। ସେ କହୁଛନ୍ତି ଯେ ୧୫ଟି କ୍ୟାଲେଣ୍ଡର ଦିବସରେ ନୁହେଁ ବରଂ ୧୫ଟି କାର୍ଯ୍ୟ ଦିବସ ଭିତରେ ବଣ୍ଡ୍‌ ଜମା କରିବାର ନିୟମ ଅଛି। ତେଣୁ ଅର୍ଥ ମନ୍ତ୍ରଣାଳୟ ଅନୁମତି ଦେଲେ ହିଁ ଏହାକୁ ଭଙ୍ଗାଯାଇ ପାରିବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ମନ୍ତ୍ରଣାଳୟକୁ ଜଣାଇଲେ। ସେ କହିଲେ ଯେ କେତେଜଣ ବଣ୍ଡ୍‌ଧାରୀ ୧୫ଟି କାର୍ଯ୍ୟ ଦିବସ ନିମିତ୍ତ ଏହା ବୈଧ ବୋଲି ଦାବି କରୁଛନ୍ତି। ଏହାର ସ୍ପଷ୍ଟୀକରଣ ଦେବାକୁ କୁମାର ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରି ଚିଠି ଲେଖିଲେ। କୁମାର ଲେଖିଥିବା ଏହି ଚିଠିରେ ତାଙ୍କ ତରଫରୁ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଦସ୍ତଖତ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ଉପ ନିର୍ଦ୍ଦେଶକ ବିଜୟ କୁମାର ସେହିଦିନ ହିଁ ଏହାର ଉତ୍ତରରେ ଜଣାଇଲେ ଯେ ୧୫ ଦିନ ମାନେ ଅଣ-କାର୍ଯ୍ୟଦିବସକୁ ମିଶାଇ ୧୫ ଦିନ। ଅର୍ଥାତ୍‌ ଉକ୍ତ ବଣ୍ଡ୍‌ର ମିଆଦ ପୂରିଯାଇଛି। ସୁତରାଂ ଉକ୍ତ ମିଆଦୋତ୍ତୀର୍ଣ୍ଣ ବଣ୍ଡ୍‌ର ଅର୍ଥକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ଦିଆଯିବା ଉଚିତ ଯେଉଁ ଅର୍ଥ ଜନମଙ୍ଗଳ କାର୍ଯ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ବ୍ୟକ୍ତିଙ୍କୁ ତତ୍କାଳ ସହାୟତା ଦେବାରେ ବିନିଯୋଗ ହେବ। କିନ୍ତୁ ଉପନିର୍ଦ୍ଦେଶକ କୁମାର ଲେଖିଲେ ଯେ, ଉକ୍ତ ବଣ୍ଡ୍‌ର ମିଆଦ ସମ୍ପର୍କରେ ନିୟମରେ ଯେହେତୁ ୧୫ଟି କାର୍ଯ୍ୟ ଦିବସ ବା ୧୫ଟି କ୍ୟାଲେଣ୍ଡର ଦିବସ ବୋଲି ସ୍ପଷ୍ଟ ଉଲ୍ଲେଖ ନ ଥିଲା, ତେଣୁ ଏଇ ଥରକ ପାଇଁ ବଣ୍ଡ୍‌ଧାରୀଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯାଉ। କିନ୍ତୁ ଭବିଷ୍ୟତରେ ଏହାର ପୁନରାବୃତ୍ତିକୁ ଅନୁମତି ଦିଆଯିବ ନାହିଁ। ଅର୍ଥ ବ୍ୟାପାର ସଚିବ ଏସ୍‌.ସି. ଗର୍ଗ ଏହାକୁ ଅନୁମୋଦନ କଲେ, ଯାହାକୁ ସେହିଦିନ ଏସ୍‌ବିଆଇ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇ ଦିଆଗଲା। ମୁଖ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଦିଲ୍ଲୀ ଶାଖାକୁ ଜଣାଇବା ପରେ ଉକ୍ତ ବଣ୍ଡ୍‌ର ୧୦ କୋଟି ଟଙ୍କାକୁ ବେଆଇନ ଭାବେ ସମ୍ପୃକ୍ତ ରାଜନୈତିକ ଦଳର ଆକାଉଣ୍ଟରେ ଜମା କରିଦିଆଗଲା। କେଉଁ ଦଳର ସ୍ବାର୍ଥରେ ଏଭଳି ତତ୍ପରତାର ସହ ବେଆଇନ କାର୍ଯ୍ୟକୁ ଆଇନାନୁମୋଦିତ କରାଗଲା, ସେ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟକୁ ହଫ୍‌ପୋଷ୍ଟ ଇଣ୍ଡିଆ ପକ୍ଷରୁ ପଚରାଯାଇଛି ଏବଂ ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ତା’ର ଉତ୍ତର ଦେଇ ନାହିଁ। (ସୌଜନ୍ୟ: ହଫିଂଟନପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri