ମିଆଦୋତ୍ତୀର୍ଣ୍ଣ ଇଲେକ୍ଟୋରାଲ ବଣ୍ଡ୍‌କୁ ଅନୁମତି

ନୀତୀନ ସେଠୀ
କର୍ନାଟକ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଆଣ୍ଟି-ମନିଲଣ୍ଡରିଂ ନିୟମକୁ ଉଲ୍ଲଂଘନ କରି ୧୦ କୋଟି ଟଙ୍କାର ମିଆଦ ପୂରିଥିବା ଇଲେକ୍ଟୋରାଲ ବଣ୍ଡ୍‌କୁ ନାମ ଜଣା ନ ଥିବା ରାଜନୈତିକ ଦଳକୁ ଦାନ କରିବାକୁ ବେନାମୀ ଦାତାଙ୍କୁ ଅନୁମତି ଦେଇଥିବା ହଫ୍‌ପୋଷ୍ଟ ଇଣ୍ଡିଆ ହାତରେ ପଡ଼ିଥିବା ଦଲିଲରୁ ଜଣାପଡ଼ିଛି। କର୍ନାଟକ ନିର୍ବାଚନ ପୂର୍ବରୁ ଅସମୟରେ ଏକ ସ୍ବତନ୍ତ୍ର ୧୦ ଦିନିଆ ଓ୍ବିଣ୍ଡୋ ଖୋଲି ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି କରିବା ଲାଗି ପିଏମ୍‌ଓ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ କୁହାଯିବା ପରେ ମନ୍ତ୍ରଣାଳୟ ନିଜେ ତିଆରି କରିଥିବା ନିୟମକୁ ଭାଙ୍ଗି ଏସ୍‌ବିଆଇକୁ ଏଥିପାଇଁ ଅନୁମତି ଦେଇଥିଲା। ସ୍ବଚ୍ଛତା କର୍ମୀ କମୋଡୋର ଲୋକେଶ ବାତ୍ରାଙ୍କ ଦ୍ୱାରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପ୍ରାପ୍ତ ତଥା ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ସମୀକ୍ଷିତ ଦଲିଲରେ ଦାତା କିମ୍ବା ଗ୍ରହୀତା ରାଜନୈତିକ ଦଳ ମଧ୍ୟରୁ କିଏ ଅବଧି ପୂରିଥିବା ବଣ୍ଡ୍‌କୁ ଗ୍ରହଣ କରିବା ପାଇଁ ଏସ୍‌ବିଆଇକୁ ଅନୁମତି ଦେବାକୁ ଅର୍ଥ ମନ୍ତ୍ରଣାଳୟରେ ଲବି କରିଥିଲେ ତାଙ୍କ ନାମ ଉଲ୍ଲେଖ ନାହିଁ। କିନ୍ତୁ ଏଭଳି ବେଆଇନ ଉପରେ ବେଆଇନ କାର୍ଯ୍ୟ ଚାଲିଥିବା ଦେଖି ବୁଝି ହେଉଛି କାହିଁକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନିର୍ବାଚନ କମିଶନ (ଇସି), କେତେକ ବିରୋଧୀ ଦଳ, ସ୍ବଚ୍ଛତା କର୍ମୀ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ ପରି ଇଲେକ୍ସନ ଓ୍ବାଚ୍‌ଡଗ୍‌ମାନେ ଏହି ବଣ୍ଡ୍‌କୁ ବିରୋଧ କରୁଥିଲେ।
ବେଆଇନ ଭାବେ ଖୋଲାଯାଇଥିବା ଓ୍ବିଣ୍ଡୋ ମାଧ୍ୟମରେ କିଣାଯାଇଥିବା ଏକ ମିଆଦୋତ୍ତୀର୍ଣ୍ଣ ଇଲେକ୍ଟୋରାଲ ବଣ୍ଡ୍‌କୁ ଗ୍ରହଣ କରିବା ପାଇଁ ଏସ୍‌ବିଆଇକୁ ଅନୁମତି ଦେଇ ମୋଦି ସରକାର ଦେଖାଇ ଦେଇଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକୁ ବେନାମୀ ପାଣ୍ଠି ଯୋଗାଣ ପାଇଁ ଏହି ସରକାର ନିଜେ ତିଆରି କରିଥିବା ଆଇନକୁ ବି ଖାତିର କରନ୍ତି ନାହିଁ। ଇଲେକ୍ଟୋରାଲ ବଣ୍ଡ୍‌ର ଆଇନଗତ ବୈଧତା ଉପରେ ବର୍ତ୍ତମାନ ସୁପ୍ରିମ୍‌କୋର୍ଟ ଶୁଣାଣି କରୁଛନ୍ତି। ଗୁରୁବାର ବିରୋଧୀ ଦଳ ନେତାମାନେ ପାର୍ଲାମେଣ୍ଟରେ ଏହା ଉପରେ ଏକ ବିତର୍କ ପାଇଁ ଦାବି କରିଥିଲେ।
୨୦୧୭ ଫେବୃୟାରୀରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଯେତେବେଳେ ଇଲେକ୍ଟୋରାଲ ବଣ୍ଡ୍‌ର ପ୍ରସ୍ତାବନା ଦେଲେ ସେତେବେଳେ ଆର୍‌ବିଆଇ ଚେତାଇ ଦେଇଥିଲା ଯେ କଳାଟଙ୍କାକୁ ଧଳା କରିବା ପାଇଁ ଏହି ବଣ୍ଡ୍‌କୁ ବ୍ୟବହାର କରାଯାଇପାରେ। ହଫ୍‌ପୋଷ୍ଟ ଇଣ୍ଡିଆର ପୂର୍ବ ରିପୋର୍ଟ ଅନୁସାରେ, ଆର୍‌ବିଆଇ ଶେଷ ପର୍ଯ୍ୟନ୍ତ ଏହି ବଣ୍ଡ୍‌କୁ ବିରୋଧ କରିଥିଲା। ଶେଷକୁ ସମ୍ଭାବ୍ୟ ମନି ଲଣ୍ଡରିଂକୁ ରୋକିବା ପାଇଁ ବ୍ୟାଙ୍କ ବର୍ଷରେ ମାତ୍ର ଦୁଇଥର ନିର୍ଦ୍ଦିଷ୍ଟ ଅବଧି ଭିତରେ ଏହି ବଣ୍ଡ୍‌ ବିକ୍ରି କରିବା ସହ ବଣ୍ଡ୍‌ କିଣା ହେବାର ୧୫ ଦିନ ଭିତରେ ତାହା ପାଇଥିବା ରାଜନୈତିକ ଦଳ ତାକୁ ନିଜ ଆକାଉଣ୍ଟରେ ଜମା କରିବା ପାଇଁ କହିଥିଲା। ଜାନୁୟାରୀ ୨୦୧୮ରେ ଅର୍ଥ ମନ୍ତ୍ରଣାଳୟ ବଣ୍ଡ୍‌ର କିଣା ବିକା ସମ୍ବନ୍ଧରେ ନିୟମାବଳୀ ପ୍ରକାଶ କରିଥିଲା। ସେହି ନିୟମ ଅନୁସାରେ ଏସ୍‌ବିଆଇ ବର୍ଷରେ ୪ ଥର ବଣ୍ଡ୍‌ ବିକ୍ରି କରିପାରିବ, ତାହାକୁ କିଣା ହେବାର ୧୫ ଦିନ ଭିତରେ ପାଇଥିବା ରାଜନୈତିକ ଦଳ ନିଜ ଆକାଉଣ୍ଟରେ ଜମା କରିବ ଏବଂ ସେହି ଟଙ୍କା ଲୋକ ସଭା ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିବ। କିନ୍ତୁ ମେ ୨୦୧୮ରେ କର୍ନାଟକ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମେ ୧ରୁ ୧୦ ପର୍ଯ୍ୟନ୍ତ ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ଏକ ୧୦ ଦିନିଆ ଓ୍ବିଣ୍ଡୋ ଖୋଲିବାକୁ ଅନୁମତି ଦେଲା। ୨୦୧୮ ମେ ୨୪ ତାରିଖରେ ଏସ୍‌ବିଆଇ ଅର୍ଥ ମନ୍ତ୍ରଣାଳୟକୁ ଜଣାଇଲା ଯେ ଏକ ରାଜନୈତିକ ଦଳର ପ୍ରତିନିଧି ମେ ୩ ତାରିଖରେ କିଣା ହୋଇଥିବା ଅର୍ଥାତ୍‌ ୧୫ ଦିନିଆ ଅବଧି ପୂରି ଯାଇଥିବା ୧୦ କୋଟି ଟଙ୍କାର ଏକ ଇଲେକ୍ଟୋରାଲ ବଣ୍ଡ୍‌ ଆଣି ଏସ୍‌ବିଆଇର ଦିଲ୍ଲୀସ୍ଥିତ ମୁଖ୍ୟ ଶାଖାରେ ତାକୁ ଜମା କରିବା ପାଇଁ ଦାବି କରୁଛନ୍ତି। ସେ କହୁଛନ୍ତି ଯେ ୧୫ଟି କ୍ୟାଲେଣ୍ଡର ଦିବସରେ ନୁହେଁ ବରଂ ୧୫ଟି କାର୍ଯ୍ୟ ଦିବସ ଭିତରେ ବଣ୍ଡ୍‌ ଜମା କରିବାର ନିୟମ ଅଛି। ତେଣୁ ଅର୍ଥ ମନ୍ତ୍ରଣାଳୟ ଅନୁମତି ଦେଲେ ହିଁ ଏହାକୁ ଭଙ୍ଗାଯାଇ ପାରିବ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ମନ୍ତ୍ରଣାଳୟକୁ ଜଣାଇଲେ। ସେ କହିଲେ ଯେ କେତେଜଣ ବଣ୍ଡ୍‌ଧାରୀ ୧୫ଟି କାର୍ଯ୍ୟ ଦିବସ ନିମିତ୍ତ ଏହା ବୈଧ ବୋଲି ଦାବି କରୁଛନ୍ତି। ଏହାର ସ୍ପଷ୍ଟୀକରଣ ଦେବାକୁ କୁମାର ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରି ଚିଠି ଲେଖିଲେ। କୁମାର ଲେଖିଥିବା ଏହି ଚିଠିରେ ତାଙ୍କ ତରଫରୁ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଦସ୍ତଖତ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ଉପ ନିର୍ଦ୍ଦେଶକ ବିଜୟ କୁମାର ସେହିଦିନ ହିଁ ଏହାର ଉତ୍ତରରେ ଜଣାଇଲେ ଯେ ୧୫ ଦିନ ମାନେ ଅଣ-କାର୍ଯ୍ୟଦିବସକୁ ମିଶାଇ ୧୫ ଦିନ। ଅର୍ଥାତ୍‌ ଉକ୍ତ ବଣ୍ଡ୍‌ର ମିଆଦ ପୂରିଯାଇଛି। ସୁତରାଂ ଉକ୍ତ ମିଆଦୋତ୍ତୀର୍ଣ୍ଣ ବଣ୍ଡ୍‌ର ଅର୍ଥକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ଦିଆଯିବା ଉଚିତ ଯେଉଁ ଅର୍ଥ ଜନମଙ୍ଗଳ କାର୍ଯ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ବ୍ୟକ୍ତିଙ୍କୁ ତତ୍କାଳ ସହାୟତା ଦେବାରେ ବିନିଯୋଗ ହେବ। କିନ୍ତୁ ଉପନିର୍ଦ୍ଦେଶକ କୁମାର ଲେଖିଲେ ଯେ, ଉକ୍ତ ବଣ୍ଡ୍‌ର ମିଆଦ ସମ୍ପର୍କରେ ନିୟମରେ ଯେହେତୁ ୧୫ଟି କାର୍ଯ୍ୟ ଦିବସ ବା ୧୫ଟି କ୍ୟାଲେଣ୍ଡର ଦିବସ ବୋଲି ସ୍ପଷ୍ଟ ଉଲ୍ଲେଖ ନ ଥିଲା, ତେଣୁ ଏଇ ଥରକ ପାଇଁ ବଣ୍ଡ୍‌ଧାରୀଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯାଉ। କିନ୍ତୁ ଭବିଷ୍ୟତରେ ଏହାର ପୁନରାବୃତ୍ତିକୁ ଅନୁମତି ଦିଆଯିବ ନାହିଁ। ଅର୍ଥ ବ୍ୟାପାର ସଚିବ ଏସ୍‌.ସି. ଗର୍ଗ ଏହାକୁ ଅନୁମୋଦନ କଲେ, ଯାହାକୁ ସେହିଦିନ ଏସ୍‌ବିଆଇ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇ ଦିଆଗଲା। ମୁଖ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଦିଲ୍ଲୀ ଶାଖାକୁ ଜଣାଇବା ପରେ ଉକ୍ତ ବଣ୍ଡ୍‌ର ୧୦ କୋଟି ଟଙ୍କାକୁ ବେଆଇନ ଭାବେ ସମ୍ପୃକ୍ତ ରାଜନୈତିକ ଦଳର ଆକାଉଣ୍ଟରେ ଜମା କରିଦିଆଗଲା। କେଉଁ ଦଳର ସ୍ବାର୍ଥରେ ଏଭଳି ତତ୍ପରତାର ସହ ବେଆଇନ କାର୍ଯ୍ୟକୁ ଆଇନାନୁମୋଦିତ କରାଗଲା, ସେ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟକୁ ହଫ୍‌ପୋଷ୍ଟ ଇଣ୍ଡିଆ ପକ୍ଷରୁ ପଚରାଯାଇଛି ଏବଂ ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ତା’ର ଉତ୍ତର ଦେଇ ନାହିଁ। (ସୌଜନ୍ୟ: ହଫିଂଟନପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?