ଏଇ ଭାରତରେ

ରାମାୟଣ ଓ ଗୀତା ଉପରେ ପ୍ରବଚନ ଦେଇ ଧାର୍ମିକ ସମନ୍ବୟ ଓ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ଜଣେ ମୁସଲମାନ। ତାଙ୍କ ନାମ ଫାରୁଖ ଖାନ୍‌। ମଧ୍ୟପ୍ରଦେଶର ନରସିଂହଗଡ଼ ଜିଲାର ଏକ ଛୋଟ ଗାଁ ଗୁନିୟାରିରେ ଫାରୁଖଙ୍କ ଜନ୍ମ। କେବଳ ଜିଲା ନୁହେଁ ସାରା ଦେଶରେ ଫାରୁଖ ୩୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଲୋକମାନଙ୍କୁ ରାମକଥା ଶ୍ରବଣ କରାଇ ସାରିଲେଣି। ଦୀର୍ଘ ୩୫ ବର୍ଷ ହେବ ସେ ଏହା କରୁଛନ୍ତିି । ସେଥିପାଇଁ ସେ ଏବେ ଫାରୁଖ ଖାନ୍‌ରୁ ପାଲଟି ଯାଇଛନ୍ତି ଫାରୁଖ ରାମାୟଣୀ। ବେଦ, ଗୀତା ସମେତ ସବୁ ଗ୍ରନ୍ଥ ଉପରେ ସେ ଅନର୍ଗଳ ପ୍ରବଚନ ଦେଇପାରୁଛନ୍ତିି। ଏହା ଭିତରେ ବି ସେ ଦିନକୁ ୫ ଥର ନମାଜ ପଢୁଛନ୍ତି। ଅନେକ ସ୍ଥାନରେ ତାଙ୍କୁ ଏଥିଲାଗି ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କିନ୍ତୁ ସେ ଧର୍ମ ଓ ସମ୍ପ୍ରଦାୟର ଊର୍ଦ୍ଧ୍ୱକୁ ଉଠି ଲୋକମାନଙ୍କୁ ଧର୍ମର ଅସଲି ପାଠ ପଢାଇ ଚାଲିଛନ୍ତି। ଏମିତିକି ଆଜି ସୁଦ୍ଧା ତାଙ୍କର ୩୦ରୁ ଅଧିକ ହିନ୍ଦୁ ଶିଷ୍ୟ ରହିଛନ୍ତି। ମାତ୍ର ୬ ବର୍ଷ ବୟସରୁ ଫାରୁଖ ରାମାୟଣ ଓ ଗୀତା ଉପରେ ଜାଣିବା ଲଗି ଆଗ୍ରହ ପ୍ରକାଶ କରିଥିଲେ। ଯେଉଁଠି ରାମାୟଣ ପ୍ରବଚନ ହେଉଥିଲା ସେଠାରେ ଯାଇ ସେ ପହଞ୍ଚିଯାଉଥିଲେ। ୨୪ ବର୍ଷ ବେଳକୁ ସେ ରାମାୟଣ ଉପରେ ପୂରା ପାଣ୍ଡିତ୍ୟ ଅର୍ଜନ କରିସାରିଥିଲେ। ପ୍ରଥମେ ସେ ୧୯୮୪ରେ ରାୟଗଡ଼ ଜିଲାର ପଞ୍ଚୋରରେ ଏକ ସାର୍ବଜନୀନ ମଞ୍ଚରେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ତାଙ୍କ ଗୁରୁ ପଣ୍ଡିତ ଲକ୍ଷ୍ମୀନାରାୟଣ ଶର୍ମା ୧୯୯୪ରେ ତାଙ୍କୁ ‘ରାମାୟଣୀ’ ଉପାଧି ପ୍ରଦାନ କରିଥିଲେ। ଏବେ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ରାମକଥା ଶୁଣିବା ଲାଗି ଫାରୁଖଙ୍କୁ ଆମନ୍ତ୍ରଣ କରାଯାଉଛି। ସେ ଯେଉଁ ସ୍ଥନରେ ପ୍ରବଚନ ଦେଉଛନ୍ତି ସେଠାରେ ହଜାର ହଜାର ଲୋକ ତାଙ୍କ ପ୍ରବଚନ ଶୁଣିବା ଲାଗି ଭିଡ଼ ଜମାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri