ଗିଡ଼ିପାବାଲି ଭୂସ୍ଖଳନ: ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ରୁ ୩୦ ହଜାର ସହାୟତା, ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଃଖଦ ଦୁର୍ଘଟଣାରେ ଗୁରୁବାର ଅପରାହ୍ନ ସୁଦ୍ଧା ନିଖୋଜ ୧୩ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୬ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳି ନ ଥିବା ବେଳେ ଶୁକ୍ରବାର ପୁନର୍ବାର ଉଦ୍ଧାର ଅଭିଯାନ ଜାରି ରହିବ। ନିଖୋଜ ସମସ୍ତ ବ୍ୟକ୍ତିଙ୍କ ସନ୍ଧାନ ନ ମିଳିବା ପର୍ଯ୍ୟନ୍ତ ଏହି ଉଦ୍ଧାର କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।

ସେହିପରି ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଏବଂ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କିଲାପଙ୍କା ବାତ୍ୟା ଆଶ୍ରୟସ୍ଥଳୀ ଓ ମେଡିକାଲରେ ପହଞ୍ଚି ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଥିଲେ। ସେଠାରେ ପ୍ରଶାସନିକ ଅଧିକାରୀମାନେ ମୃତକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହ ରେଡ୍‌କ୍ରସ୍‌ ପାଣ୍ଠିରୁ ପ୍ରତି ପ୍ରଭାବିତ ପରିବାରକୁ ୩୦ ହଜାର ଟଙ୍କା ଲେଖାଏ ନଗଦ ସହାୟତା ରାଶି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ରାତିରେ ପ୍ରଳୟଙ୍କରୀ ବନ୍ୟା ଆସିବା ପୂର୍ବରୁ ଗିଡ଼ିପାବାଲି ଗ୍ରାମର ୯ଟି ପରିବାରର ୨୫ ଜଣଙ୍କ ମଧ୍ୟରୁ ୧୨ ଜଣ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ମାତ୍ର ଅନ୍ୟ ୧୩ ଜଣ ଗ୍ରାମରେ ରହିଯାଇଥିଲେ। ସେମାନଙ୍କୁ ସମୟ ସୁବିଧାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ନପାରିବାରୁ ଭୂସ୍ଖଳନରେ ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାରେ ଦୁଇଟି ପରିବାରର ସମସ୍ତ ସଦସ୍ୟ ଆଖି ବୁଜିଛନ୍ତି। ଏହାବ୍ୟତୀତ ଗିଡ଼ିପାବାଲି ନିକଟବର୍ତ୍ତୀ କନ୍ଧମାଳ ଜିଲାର ଡାଙ୍ଗେସି ଗ୍ରାମର ମଧ୍ୟ ୩ ଜଣ ଏହି ଭୂସ୍ଖଳନର ଶିକାର ହୋଇ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ, ଗିଡିପାବାଲି ଏବଂ ଡାଙ୍ଗେଶି ଗ୍ରାମର କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେଲେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ: ଜଗିଲା ଗଜପତି ପ୍ରଶାସନ, ଗଞ୍ଜାମ ପ୍ରଶାସନର ଦେଖା ମିଳିଲାନି

ପାତ୍ରପୁର,୫ା୧୧(ଉମା ଚରଣ ନେପାକ): ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଜିଲା ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ପୁଣି ଥରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ବୁଲିଛି…

ଗଜପତିରେ ଅପରାଧୀଙ୍କୁ ଦଣ୍ଡ ପ୍ରଦାନ ହାର ବୃଦ୍ଧି ଉପରେ ଜୋର୍: ଏସପିଙ୍କ ଦ୍ୱାରା ୪ କର୍ତ୍ତବ୍ୟନିଷ୍ଠ ଅଧିକାରୀ ପୁରସ୍କୃତ

ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ମାମଲାର ତଦନ୍ତ ଓ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଗଜପତି ଜିଲାର ୪ ଜଣ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀଙ୍କୁ ସମ୍ମାନିତ କରାଯାଇଛି। ଜିଲା…

ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ସମ୍ପର୍କରେ ସଂଗ୍ରହ କଲା…

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍ ପହଞ୍ଚି ଯାଜପୁର ଜିଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ…

କୁନି ଝିଅ ସ୍ୱସ୍ତିକାଙ୍କ କମାଲ: ୩୨ଟି ବିଭାଗରେ ଦକ୍ଷତା ପ୍ରଦର୍ଶନ, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ମାତ୍ର ୪ ବର୍ଷର କୁନି ଝିଅ ସ୍ୱସ୍ତିକା ରାଉତ ୨୦ ପ୍ରକାର ଯୋଗାସନ ସମେତ…

କମ୍ବଳ ଘୋଡ଼େଇ ଶୋଇଥିବା ଅବସ୍ଥାରେ ଚାପିଦେଲା ମାଟି-ପଥର: ଭୂସ୍ଖଳନ ସ୍ଥଳରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୫ା୧୧ (ଚିନ୍ମୟ କୁମାର ସେଠି): କନ୍ଧମାଳ ଏବଂ ଗଞ୍ଜାମ ଜିଲା ସୀମାନ୍ତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ସ୍ଥାନରେ ଗୁରୁବାର ସକାଳୁ ପୁଣି…

କଡ଼ା ବିରୋଧ ପରେ ପଛଘୁଞ୍ଚା: ନିଜ ସୀମାରେ ବୁଥ୍ କରି ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

ପଟ୍ଟାଙ୍ଗି,୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି।…

ମାଲିକଙ୍କ ବାଟ ଚାହିଁ ରହିଥିଲା କୁକୁର, ୧୮ ଦିନ ପରେ ଘଟିଲା…..

ବଡ଼ଗାଁ,୫।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡା ଗାଁ ନିକଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ରାଜପଥ ପାର୍ଶ୍ବରେ ବନ୍ଦ…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ସମାଧି ଖୋଳି କାଟି ନେଲେଗଲେ ଯୁବତୀଙ୍କ ମୁଣ୍ଡ, ମଶାଣିରେ କଲେ…

ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?