ମାଲିକ ସଂଘକୁ ମିଳିବ ପର୍ଯ୍ୟାପ୍ତ କ୍ଷମତା

ଭୁବନେଶ୍ୱର,୨୮ା୩(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା)ବିଲ୍‌-୨୦୨୩ ଆଣିଛନ୍ତି। ସୋମବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହାକୁ ବିଧାନସଭାର ଅନୁମୋଦନ ସକାଶେ ଉପସ୍ଥାପନ କରିଛନ୍ତି।
ଏହି ନୂତନ ବିଧେୟକରେ ଆପାର୍ଟମେଣ୍ଟ ମାଲିକ ସଂଘକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି। ସଂଘର ବାଇ-ଲ’ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ। ନୂଆ ବିଧେୟକ ବ୍ୟବସ୍ଥା ଅନୁଯାୟୀ ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ୍‌ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ୍‌ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ କ୍ରେତାଙ୍କଠାରୁ ସିକ୍ୟୁରିଟି, ଆଡ୍‌ଭାନ୍ସ ଆକାରରେ ନେଇଥିବା ସମସ୍ତ ଅର୍ଥ ୩୦ ଦିନ ମଧ୍ୟରେ ଫେରାଇବେ। ପ୍ରକଳ୍ପରେ ୫୦ ପ୍ରତିଶତ ଅଥବା ୭ ଜଣ କ୍ରେତା ହେବା ପରେ ସଂଘ ଗଠନ କରାଯିବ। ପୂର୍ବରୁ ମାଲିକ ସଂଘ ସାଧାରଣ ଅଞ୍ଚଳ(କମନ୍‌ ଏରିଆ)ରୁ ମାଲିକାନା ହକ୍‌ ପାଇ ପାରୁ ନ ଥିଲା। ଏହି ବିଧେୟକ ପାରିତ ହେବା ପରେ ଉକ୍ତ ଅଞ୍ଚଳର ସମସ୍ତ ମାଲିକାନା ସଂଘ ହାତରେ ନ୍ୟସ୍ତ ହେବ। ଏଥିସହିତ ଆପାର୍ଟମେଣ୍ଟ ବିକ୍ରି, ଉତ୍ତରାଧିକାରୀ ସୂତ୍ରରେ ଆବଣ୍ଟନ ଆଦି କ୍ଷେତ୍ରରେ କମନ୍‌ ଏରିଆ ହସ୍ତାନ୍ତର କରାଯାଇପାରିବ। ମାତ୍ର ଉକ୍ତ ଅଂଶକୁ କୌଣସି ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରାଯାଇପାରିବ ନାହିଁ। ପ୍ରତ୍ୟେକ ମାଲିକ ବିଧେୟକରେ ଥିବା ଚୁକ୍ତି, ସର୍ତ୍ତ ଓ କଟକଣା ମାନିବାକୁ ବାଧ୍ୟହେବେ। ଯଦି କେହି ଏହାକୁ ଉଲ୍ଲଂଘନ କରିବେ ତେବେ ଆପାର୍ଟମେଣ୍ଟ ମାଲିକ ସଂଘ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କ୍ଷତିଭରଣା କରିପାରିବେ। ଏଥିସହ ନିଜ ଅଧୀନରେ ଥିବା ଆପାର୍ଟମେଣ୍ଟ ଉପରେ ମାଲିକମାନେ ଋଣ କରିପାରିବେ।
ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରୟ କରୁଥିବା ମାଲିକମାନଙ୍କ ନାମରେ କମନ୍‌ ଏରିଆର ରେକର୍ଡ ଅଫ୍‌ ରାଇଟ୍‌ସ ରହୁଥିଲା। ଏହି ବିଧେୟକ ପାରିତ ହେବାପରେ ଉକ୍ତ ଅଞ୍ଚଳ ଆପାର୍ଟମେଣ୍ଟ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ ଅଧିନିୟମ-୧୯୦୮ ଅନୁଯାୟୀ ରେଜିଷ୍ଟ୍ରି କରାଯିବ। ତେବେ ରିୟଲ ଇଷ୍ଟେଟ୍‌ ଅଧିନିୟମ(ବିନିୟମ ଓ ଉନ୍ନୟନ)ଆଇନ-୨୦୧୬ ପରେ ଯଦି କୌଣସି ଆପାର୍ଟମେଣ୍ଟ ବିକ୍ରି ହୋଇଥିବ ଏବଂ କମନ୍‌ ଏରିଆ ଆସୋସିଏଶନ ନାମରେ ଆର୍‌ଓଆର୍‌ ହୋଇ ନ ଥିବ ସେକ୍ଷେତ୍ରରେ ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା)ବିଲ୍‌-୨୦୨୩ ବ୍ୟବସ୍ଥା ଅନୁଯାୟୀ ରେଜିଷ୍ଟ୍ରି କରାଯିବାକୁ ବ୍ୟବସ୍ଥା ହୋଇଛି। ଆପାର୍ଟମେଣ୍ଟ ମାଲିକମାନେ ସଂଘର ବାଇ-ଲ’କୁ ମାନି ଚଳିବାକୁ ହେବ। କମନ୍‌ ଏରିଆ ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କେବଳ ସେହି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଆପାର୍ଟମେଣ୍ଟ ସଂଘର ନୀତିନିୟମକୁ କୌଣସି ପରିସ୍ଥିତିିରେ ବାଧା ଦେବା କିମ୍ବା ହସ୍ତକ୍ଷେପ କରାଯାଇପାରିବ ନାହିଁ। ନିଜ ଆପାର୍ଟମେଣ୍ଟକୁ ନିଜ ଖର୍ଚ୍ଚରେ ମରାମତି କିମ୍ବା ରକ୍ଷଣାବେକ୍ଷଣ କରିପାରିବେ। ମାତ୍ର ସାଧାରଣ ସ୍ଥାନରେ ଥିବା କୌଣସି ଭାଗକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ଆପାର୍ଟମେଣ୍ଟ କାନ୍ଥ କିମ୍ବା ସାଧାରଣ ସ୍ଥାନରେ ପୋଷ୍ଟର, ହୋର୍ଡିଂ ଲଗାଇପାରିବେ ନାହିଁ। ଆପାର୍ଟମେଣ୍ଟରେ କୌଣସି ଅଦଳବଦଳ କିମ୍ବା ଯୋଗ କରିପାରିବେ ନାହିଁ। ମାଲିକ ସଂଘର ଲିଖିତ ଅନୁମତି ନ ନେଇ ବାହାରପଟ ଝରକା କିମ୍ବା କାନ୍ଥର ରଙ୍ଗ ବଦଳାଇ ପାରିବେ ନାହିଁ। ଶିଡ଼ି କିମ୍ବା ସାଧାରଣ ଯାତାୟାତ ସ୍ଥାନରେ ଓଜନିଆ ଜିନିଷ ରଖିପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ଭଡ଼ାଟିଆମାନଙ୍କର କୌଣସି କାର୍ଯ୍ୟ ବା ତ୍ରୁଟି ପାଇଁ ଦାୟୀ ରହିବେ। ଆପାର୍ଟମେଣ୍ଟ ବ୍ୟବହାର ନ କଲେ ମଧ୍ୟ ସାଧାରଣ ବ୍ୟୟ ବାବଦକୁ ନିଜର ଅଂଶ ଦେବାକୁ ବାଧ୍ୟ। ଆପାର୍ଟମେଣ୍ଟ ବିକ୍ରି ପରେ ବକେୟା ଥିବା ସମସ୍ତ ସାଧାରଣ ଦେୟ ଦେବାକୁ ପଡ଼ିବ। ଜଣେ କ୍ରେତା ଯେତୋଟି ଆପାର୍ଟମେଣ୍ଟ କ୍ରୟ କଲେ ମଧ୍ୟ ସଂଘର ଜଣେ ସଦସ୍ୟ ରୂପେ ବିବେଚିତ ହେବା ସହ ଗୋଟିଏ ଭୋଟ୍‌ ଦେବା ଅଧିକାର ପାଇବେ। ଯଦି ଆପାର୍ଟମେଣ୍ଟ କ୍ରେତାଙ୍କ ନାମରେ ଦଲିଲ ହୋଇ ନ ଥିବ ତେବେ ସେ ସଂଘର ସଦସ୍ୟ ହୋଇପାରିବେ ନାହିଁ। ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ କରିବା ସହ ବିଧେୟକ କାର୍ଯ୍ୟକାରୀ ହେବାର ୬ ମାସ ଭିତରେ ପଞ୍ଜୀକରଣ କରିବାକୁ ହେବ। ପୂର୍ବରୁ ଥିବା ସଂଘଗୁଡ଼ିକ ମଧ୍ୟ ଏହି ବିଧେୟକ ଅନୁଯାୟୀ ପରିଚାଳିତ ହେବେ। ଉକ୍ତ ବିଧେୟକ କାର୍ଯ୍ୟକାରୀ ହେବାପରେ ପୂର୍ବର ପ୍ରଚଳିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଅକାମୀ ହୋଇଯିବ।
ଏଠାରେ ସୂଚନାଯୋଗ୍ୟ, ପୁରୁଣା ଅଧିନିୟମରେ ଆପାର୍ଟମେଣ୍ଟ ସଂଘର ମାଲିକାନା ନେଇ କୌଣସି ବ୍ୟବସ୍ଥା ନ ଥିଲା। ଏ ନେଇ ହାଇକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏଥିଯୋଗୁ ଗତ କିଛିମାସ ହେବ ଆପାର୍ଟମେଣ୍ଟ ପଞ୍ଜୀକୃତ କିମ୍ବା ବିକ୍ରି ହୋଇପାରୁ ନ ଥିଲା। ଫଳରେ ରାଜ୍ୟ ସରକାରଙ୍କର ବହୁ ରାଜସ୍ବ ହାନି ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ ୨୦୨୩ ଆଗତ ହୋଇଛି। ଏଥିରେ ଆପାର୍ଟମେଣ୍ଟ ସଂଘ ମାଲିକାନା ସହ ଆପାର୍ଟମେଣ୍ଟଗୁଡ଼ିକର ବୀମା, ୩୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଢାଞ୍ଚାଗୁଡ଼ିକର ଗୁଣବତ୍ତା ପରୀକ୍ଷା, କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ଅପିିଲ ଆଦି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri