ମାର୍କେଟ ବିଲ୍ଡିଂରେ ଆତଙ୍କ ସୃଷ୍ଟି କରିବା ଘଟଣା: ୩ ଅଭିଯୁକ୍ତଙ୍କ ନାମରେ ଏନ୍‌ଏସ୍‌ଏ ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ନାମରେ କମିଶନରେଟ ପୋଲିସ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ) ଲଗାଇଛି। ଅଭିଯୁକ୍ତ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର ସାଧାରଣ ଜୀବନଯାତ୍ରା ଓ ଆଇନଶୃଙ୍ଖଳା ଭଙ୍ଗ କରିଥିବା ନେଇ ଏନ୍‌ଏସ୍‌ଏ ଲଗାଯାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମାର୍କେଟ ବିଲ୍ଡିଂ କେଶରୀ ମଲ ଆଗରେ ଧନଞ୍ଜୟ କୁମାରଙ୍କ ଘଣ୍ଟା ଦୋକାନ ରହିଛି। ସେଠାରେ ନୀତିଶ କୁମାର ନାମକ ଜଣେ ଯୁବକ କାର୍ଯ୍ୟ କରନ୍ତି। ଗତ ୯ ତାରିଖ ରାତି ୯ଟାରେ ଜଣେ ଯୁବତୀ ଘଣ୍ଟା ନେବା ପାଇଁ ସେଠାକୁ ଯାଇଥିଲେ। ଘଣ୍ଟାର ଦାମ୍‌କୁ ନେଇ ନୀତିଶଙ୍କ ସହିତ ଯୁବତୀଙ୍କର ବଚସା ହୋଇଥିଲା। ଏହାପରେ ଯୁବତୀ ଜଣକ ତାଙ୍କ ଭାଇକୁ ଫୋନ କରି ଜଣାଇଥିଲେ। ଫଳରେ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ପରଦିନ ଅର୍ଥାତ ଗତ ୧୦ ତାରିଖ ଯୁବତୀଙ୍କ ଭାଇ ଚିଣ୍ଟୁଙ୍କ ସହଯୋଗ ନେଇଥିଲେ। ଫଳରେ ଚିଣ୍ଟୁ ଓ ତାଙ୍କର କେତେଜଣ ସହଯୋଗୀ ପ୍ରାୟ ୩୮ ପିଲାଙ୍କୁ ଧରି ଖଣ୍ଡା, ଲୁହାରଡ଼, ବନ୍ଧୁକ ସହ ସନ୍ଧ୍ୟା ୭ଟାରେ ମାର୍କେଟ ବିଲ୍ଡିଂରେ ପହଞ୍ଚିଥିଲେ। ଦେଖୁ ଦେଖୁ ସେମାନେ ପ୍ରାୟ ୪୦ ଉଠା ଦୋକାନରେ ଭଙ୍ଗାରୁଜା କରିବା ସହ ଗ୍ରାହକ, ବ୍ୟବସାୟୀ ଯିଏ ଆଗରେ ପଡ଼ିଲେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶିବନାଥ ରାୟ, ରାଜେଶ ଦାଶ, ସମେନ୍ଦ୍ର ଶାହା, କୃଷ୍ଣା ରାଉତରାୟ ଆହତ ହୋଇଥିଲେ। ଘଟଣାରେ ପୋଲିସ ମୋଟ ୨୯ଜଣଙ୍କୁ ଧରିଥିବାବେଳେ ସେମାନଙ୍କ ମଧ୍ୟରେ ୧୬ଜଣ ନାବାଳକ ରହିଛନ୍ତି। ଅନ୍ୟପକ୍ଷରେ ଏକାଧିକ ଅଭିଯୁକ୍ତ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri