ସୁପରବୟ

ନୂଆ ଓଡ଼ିଆ ସିନେମା ‘ସୁପରବୟ’ ରିଲିଜ ଅପେକ୍ଷାରେ ରହିଛି। ଏକ ସସ୍‌ପେନ୍ସ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଜଣେ ଯୁବକ କିପରି ସୁପର ପାଓ୍ବାରର ଅଧିକାରୀ ହୋଇଛି ଏବଂ ତା’ ଦ୍ୱାରା ସେ କ’ଣ କରିପାରୁଛି ସେକଥା ସିନେମାରେ ଦେଖିବାକୁ ମିଳିବ। ଫିଲ୍ମର ଟାଇଟଲ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଜ୍ୟୋତି ନାୟକ। ତାଙ୍କର ନାୟିକା ସାଜିଛନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା। ଅନ୍ୟପକ୍ଷରେ ତମନ୍ନା ୟା ଭିତରେ ବେଶ୍‌ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇନା କ’ଣ କଲା ସେ’ରେ ସଂଯୋଜିତ ‘ଚାଲ କରିବା ଠିଆପାଲା’ ଗୀତଟି ତାଙ୍କୁ ଦର୍ଶକଙ୍କ ନିକଟରେ ଆହୁରି ପରିଚିତ କରାଇପାରିଥିଲା। ‘ଏଥିରେ ମୋ ଭୂମିକାଟି ହେଲା ତାନିୟା। ସେ ଜଣେ ସୁଇଟ୍‌ ଆଉ ଇନୋସେଣ୍ଟ ଗର୍ଲ। ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍‌ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି, ଯିଏ ସୁପର ପାଓ୍ବାରର ଅଧିକାରୀ। ହେଲେ ସେହି ପାଓ୍ବାରଟି କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଏହି ଫିଲ୍ମରେ ମୋତେ ମିଳିଥିବା ଭୂମିକାରେ ଏପରି ମସଲା ରହିଛି ଯାହା ଦର୍ଶକଙ୍କୁ ଫୁଲ୍‌ ଏଣ୍ଟରଟେନମେଣ୍ଟ କରିବ ବୋଲି କହନ୍ତି ତମନ୍ନା।’ ଖାସ୍‌ କଥା ହେଲା ଏହି ଫିଲ୍ମରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ରୋଲ୍‌ରେ ଅଭିନୟ କରୁଛନ୍ତି। ସାଇ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦକ୍ଷିଣ ଭାରତୀୟ ପ୍ରଯୋଜକ କେ. ଆନୀଷ। ଅପରପକ୍ଷରେ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ଦେଉଛନ୍ତି। ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଡ. ଦୀପକ ଜେନା। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri