ମାଟି କାମୁଡ଼ିଛି ଶାଳଘର

ପୁରୀ ଅଫିସ, ୩୧।୫ : ବାତ୍ୟାରେ କୁମ୍ଭକାର ସମ୍ପ୍ରଦାୟଙ୍କ ଶାଳଘର ମାଟିରେ ମିଶିଯାଇଛି। ହଜାର ହଜାର କୁଡୁଆ ଭାଙ୍ଗିପଡ଼ିଛି। ଶ୍ରୀପଞ୍ଚମୀଠାରୁ ତିଆରି ଆରମ୍ଭ କରିଥିବା ଅଧରହାଣ୍ଡି ବି ଚୂର୍‌ମାର ହୋଇଯାଇଛି। ଆଗକୁ ମହାପ୍ରଭୁଙ୍କ ଅଧରପଣା। ତେବେ ଏଭଳି ପରିସ୍ଥିତିରେ ଅଧରହାଣ୍ଡି ତିଆରି କରିବା କୁମ୍ଭକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ଏବଂ ଜିଲା ପ୍ରଶାସନ ଯେଉଁ ସହାୟତା ଘୋଷଣା କରିଥିଲେ ତାହା ଏ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପହଞ୍ଚତ୍ନାହିଁ। ଏବେ ବି ମାଟିକାମୁଡ଼ି ପଡିଛି ଶାଳଘର। ତେଣୁ ଅଧରହାଣ୍ଡି ଓ କୁଡ଼ୁଆ ତିଆରି ଏବଂ ଯୋଗାଣରେ ସଙ୍କଟ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ବାତ୍ୟାରେ ପୁରୀ ସହରର କୁମ୍ଭାରପଡ଼ା, ଟିକରପଡ଼ା, ବାଡାସାହି, ନୂଆସାହି ଓ ଗୋପାଳପୁର ସମେତ ବ୍ରହ୍ମଗିରିର ଗଡ଼ରୋଡଙ୍ଗ, ବେଣ୍ଟପୁର, ପୁରୀ ସଦରର ଭୂଅଁା, ଛଇତନା, ଚନ୍ଦନପୁର, ସତ୍ୟବାଦୀର ଦୁଗଲ ଆଦି ଗ୍ରାମର କୁମ୍ଭକାର କ୍ଷତିଗ୍ରସ୍ତ ହୋଇଛନ୍ତି। ପୁରୀ ସହରରେ ୨୧୩ଟି ଛୋଟବଡ ଶାଳଘର ଭାଙ୍ଗିଥିବାବେଳେ ଭୂଅଁାର ୪୦ଟି, ବ୍ରହ୍ମଗିରି ଓ ସତ୍ୟବାଦୀ ଅଞ୍ଚଳର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଶାଳଘର ଭାଙ୍ଗିଛି। ହଜାର ହଜାର କୁଡ଼ୁଆ ବର୍ଷା, ପବନରେ ନଷ୍ଟ ହୋଇଯାଇଛି। ତେଣୁ ପ୍ରଶାସନିକ ସହଯୋଗ ବିନା କୁମ୍ଭାରମାନେ ଶାଳଘର ତିଆରି କରିପାରିବେ ନାହିଁ। ଏ ନେଇ ପୂର୍ବରୁ କୁମ୍ଭକାର ନିଯୋଗ ପକ୍ଷରୁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ କୁମ୍ଭକାରଙ୍କ ସହିତ ଆଲୋଚନା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୮,୨୦୦ ଟଙ୍କା ଲେଖାଏ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କିଛି ପରିବାରଙ୍କୁ ଏହି ସହାୟତା ମିଳିଥିଲେ ହେଁ, ତାହା ପର୍ଯ୍ୟାପ୍ତ ନୁହେଁ, ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ କଷ୍ଟକର ହେଉଛି ବୋଲି କୁମ୍ଭକାରମାନେ କହିଛନ୍ତି। କୁମ୍ଭାରପଡ଼ାର ଲକ୍ଷ୍ମୀଧର ବିଶୋଇ କହିଛନ୍ତି, ଆମ ପରିବାର ଶ୍ରୀନଅର ଏବଂ ରାଘବ ଦାସ ମଠକୁ ପ୍ରତିବର୍ଷ ୩ଟି ଲେଖାଏ ୬ଟି ଅଧରହାଣ୍ଡି ଦେଇଥାଉ। ବର୍ଷତମାମ୍‌ ଶ୍ରୀମନ୍ଦିରକୁ ହାଣ୍ଡିକୁଡ଼ୁଆ ମଧ୍ୟ ଯୋଗାଇଥାଉ। ହେଲେ ବାତ୍ୟାରେ ଶାଳଘର ସମେତ ସବୁକିଛି ଉଜୁଡ଼ିଯାଇଛି। ତିଆରି ହୋଇ ରହିଥିବା ୨ଟି ଅଧରହାଣ୍ଡି ସମେତ ବହୁ କୁଡୁଆ ଭାଙ୍ଗିଯାଇଛି। ଏ ବର୍ଷ ଅଧରହାଣ୍ଡି ଯୋଗାଇବା ଆଉ ସମ୍ଭବ ହେବନାହିଁ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ କିଛି ସହଯୋଗ ମିଳିନାହିଁ । ମହାପ୍ରଭୁଙ୍କ ସେବା ପରମ୍ପରା ଶ୍ରୀମନ୍ଦିର ପ୍ରଶାସନ ବଜାୟ ରଖୁ ଏତିକି ହିଁ କହିବି । କେବଳ ଲକ୍ଷ୍ମୀଧର ନୁହଁନ୍ତି, କୈଳାସ ଚନ୍ଦ୍ର ବିଶୋଇ ମଧ୍ୟ ସମାନ କଥା କହିଛନ୍ତି। ଶାଳଘରଟିଏ ତିଆରି କରିବାକୁ ହେଲେ ଅତି କମ୍‌ରେ ୧ଲକ୍ଷ ଟଙ୍କା ଦରକାର। ଏଭଳି ସ୍ଥିତିରେ କୁମ୍ଭକାରମାନଙ୍କୁ ପ୍ରଶାସନ ସ୍ବତନ୍ତ୍ର ଭାବେ ସହଯୋଗ ନ କଲେ ହାଣ୍ଡି, କୁଡ଼ୁଆ ତିଆରି କରିବା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ସବୁ ପ୍ରକାର କୁଡ଼ୁଆ ପୁରୀ ସହର ଏବଂ ଆଖପାଖ ଅଞ୍ଚଳର କୁମ୍ଭକାର ଯୋଗାଇଥାନ୍ତି। ବାତ୍ୟାରେ ପ୍ରାୟ ସବୁ କୁମ୍ଭକାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଅଧରପଣା ନୀତି ପାଇଁ ଅଧରହାଣ୍ଡି କେଉଁଠୁ ଆସିବ ତାହା ଚିନ୍ତାର ବିଷୟ ପାଲଟିଛି।
ଅନ୍ୟପକ୍ଷେ ରଥ ସମନ୍ବୟ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ସେ କହିଥିଲେ କୁମ୍ଭକାରଙ୍କୁ ଏଭଳି ଦୁର୍ଦ୍ଦିନ ସମୟରେ ସହଯୋଗ ନ କଲେ ଆଗକୁ ଶ୍ରୀମନ୍ଦିର ପାଇଁ ହାଣ୍ଡିଗୁଡ଼ୁଆ ସଙ୍କଟ ଦେଖାଦେଇ ପାରେ। ଯାହାର ପ୍ରଭାବ ମହାପ୍ରସାଦ ଉପରେ ମଧ୍ୟ ପଡ଼ିିବ। କୁଡ଼ୁଆ ନ ମିଳିଲେ ମହାପ୍ରସାଦ କିପରି ପ୍ରସ୍ତୁତ ହେବ ଏବଂ ଭକ୍ତ କିପରି ପାଇବେ। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସେ ଦାବି ରଖିଥିଲେ। କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି, ପ୍ରଶାସନ ପ୍ରତ୍ୟେକ ପରିବାରକୁ ୮,୨୦୦ ଟଙ୍କା ଲେଖାଏ ପ୍ରାଥମିକ ସହାୟତା ରାଶି ଦେବାକୁ ନିଷ୍ପତ୍ତି ନେଇଥିଲା। କିଛି କୁମ୍ଭକାରଙ୍କୁ ଏହି ସହାୟତା ମିଳିଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। କୁମ୍ଭକାର ପରିବାରକୁ ସ୍ବତନ୍ତ୍ର ଭାବେ ସରକାର ସହଯୋଗ ନ ଗଲେ ସେମାନେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା କଷ୍ଟକର ହେବ। ଏହାର ପ୍ରଭାବ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତି ଉପରେ ପଡ଼ିବ। ତେଣୁ ଖଦିବୋର୍ଡ ମାଧ୍ୟମରେ କୁମ୍ଭକାରଙ୍କୁ ଚକ ଯୋଗାଇଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?