Posted inପୁରୀ

ମାଟିରେ ମିଶିଲା ଲଙ୍ଗୁଳି ମଠ

ପୁରୀ ଅଫିସ, ୨୮ା୮:ମାଟିରେ ମିଶିଛି ଲଙ୍ଗୁଳି ମଠ। ଶ୍ରୀମନ୍ଦିର ମେଘନାଦ ପାଚେରି ନିକଟରେ ଥିବା ଏହି ପୁରାତନ ମଠକୁ ମଙ୍ଗଳବାର ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍‌ କରିଦେଇଛି ପ୍ରଶାସନ। କେବଳ ଗାଦି ଘରକୁ ଛାଡ଼ି ମଠର କୋଠା ସମେତ ୨୪ଟି ଦୋକାନ ଘରକୁ ଉଚ୍ଛେଦ କରାଯାଇଛି। ଏହାପରେ ଏମାର ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହୋଇଛି। ଏମାର ମଠ କୋଠାରେ ଥିବା ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରିକୁ ବୁଧବାର ଉଚ୍ଛେଦ କରାଯିବ। ଏଥିଲାଗି ମଙ୍ଗଳବାର ରାତିରେ ଲାଇବ୍ରେରିରୁ ବହିପତ୍ର ସ୍ଥାନାନ୍ତର କରାଯାଇଛି।
ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱର ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଛି। ଯଦିଓ ପ୍ରଶାସନ ପକ୍ଷରୁ ୭୫ ମିଟର କଥା ଉଠାଯାଉନାହିଁ, ତେବେ ପ୍ରଥମ ପର୍ଯ୍ୟାୟରେ ଅସୁରକ୍ଷିତ କୋଠା ଭଙ୍ଗାଯାଉଥିବା କୁହାଯାଇଛି। ଏହି ମର୍ମରେ ଲଙ୍ଗୁଳି ମଠରେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ପ୍ରଥମେ ମୌଖିକ ଭାବେ ଜିନିଷପତ୍ର ଖାଲି କରିବାକୁ କୁହାଯାଇଥିଲା। ସୋମବାର ସେମାନେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେବା ସହ ଆଗ ଥଇଥାନ ପରେ ଉଚ୍ଛେଦ ଦାବି କରିଥିଲେ। କିନ୍ତୁ ପ୍ରଶାସନର ତାଗିଦ୍‌ ପରେ ସେମାନେ ଦୋକାନ ଘର ଖାଲି କରିଥିଲେ। ମଠ କୋଠା ଅସୁରକ୍ଷିତ ଦର୍ଶାଇ ସୋମବାର ରାତିରେ ମହନ୍ତଙ୍କୁ ନୋଟିସ୍‌ ଜାରି କରିଥିଲା ପ୍ରଶାସନ। ଜିଲାପାଳ, ଏସ୍‌ପି ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ମଠ ଅନୁଧ୍ୟାନ କରିବା ପରେ ମଙ୍ଗଳବାର ସକାଳେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଦୋକାନୀମାନେ ଜିନିଷପତ୍ର ଖାଲି କରିଥିଲେ ମଧ୍ୟ ଆଉ କିଛି ଆସବାବ ପତ୍ର ମଠ ଘରେ ଏବଂ ଦୋକାନରେ ଥିଲା। ଏହାକୁ ଖାଲି କରିବାରେ ବିଳମ୍ବ ହେବାରୁ ସକାଳ ପ୍ରାୟ ୯ଟାରେ ଦୁଇମହଲା ବିଶିଷ୍ଟ ଲଙ୍ଗୁଳି ମଠ ଭଙ୍ଗାଯାଇଥିଲା। ତେବେ ମଠ ଭାଙ୍ଗିବା ପୂର୍ବରୁ ମହନ୍ତ ସୋମନାଥଙ୍କ ରହିବା ପାଇଁ ନୀଳାଦ୍ରି ଭକ୍ତ ନିବାସ ପରିସରରେ ବ୍ୟବସ୍ଥା କରିିଛି ପ୍ରଶାସନ। ଏହି ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରାୟ ୨୦ଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ଉଚ୍ଛେଦରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜେସିବି, ବ୍ରେକର, ଟ୍ରାକ୍ଟର, ହାଇୱା ପ୍ରଭୃତି ଗାଡ଼ିି ନିୟୋଜିତ ହୋଇଥିଲା।
ଅନ୍ୟପକ୍ଷେ କ୍ଷତିଗ୍ରସ୍ତ ଦୋକାନୀ ଏବେ ରାସ୍ତାରେ ବୁଲୁଛନ୍ତି। ସେମାନଙ୍କ ଆଖି ଆଗରେ ଭାଙ୍ଗିଗଲା ତାଙ୍କ ରୋଜଗାରର ପନ୍ଥା। ଏବେ ସେମାନେ ଖାଇବେ କ’ଣ ଓ ଚଳିବେ କେମିତି ଏହି ଚିନ୍ତାରେ ପଡ଼ିଛନ୍ତି। ତେବେ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ। କ୍ଷତିଗ୍ରସ୍ତ ଦୋକାନୀ ଯଦି କେଉଁଠି ଭଡ଼ାରେ ଦୋକାନ ଘର ନେବେ, ତେବେ ସେମାନଙ୍କୁ ଭଡ଼ା ବାବଦରେ ସହାୟତା ଦିଆଯିବ। ନଚେତ ସହରରେ ଥିବା ସରକାରୀ କୋଠା କିମ୍ବା ମାର୍କେଟ କମ୍ପ୍ଲେକ୍ସରେ ସେମାନଙ୍କୁ ଖୁବଶୀଘ୍ର ଥଇଥାନ ବ୍ୟବସ୍ଥା କରାଯିବ। ଏ ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ମାତ୍ର ଏହି ପ୍ରତିଶ୍ରୁତିକୁ ବ୍ୟବସାୟୀମାନେ ଭରସି ପାରୁନାହାନ୍ତି।
ଲଙ୍ଗୁଳି ମଠ ଉଚ୍ଛେଦ ପରେ ଏବେ ଏମାର ମଠ ପାଳି। ଏମାର ମଠ କୋଠାରେ ଥିବା ରଘୁନନ୍ଦନ ଲାଇବ୍ରେରି ଓ ଏମାର ମଠ ଚକଡ଼ାରେ ଥିବା ଦୋକାନ ଘରଗୁଡ଼ିକ ଭଙ୍ଗାଯିବ। ଏଥିଲାଗି ପ୍ରଶାସନ ପ୍ରସ୍ତୁତ ହୋଇରହିଥିବାବେଳେ ଦୋକାନ ଘରଗୁଡ଼ିକ ମଧ୍ୟ ଖାଲି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?