Posted inପୁରୀ

ମାଟିରେ ମିଶିଲା ଲଙ୍ଗୁଳି ମଠ

ପୁରୀ ଅଫିସ, ୨୮ା୮:ମାଟିରେ ମିଶିଛି ଲଙ୍ଗୁଳି ମଠ। ଶ୍ରୀମନ୍ଦିର ମେଘନାଦ ପାଚେରି ନିକଟରେ ଥିବା ଏହି ପୁରାତନ ମଠକୁ ମଙ୍ଗଳବାର ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍‌ କରିଦେଇଛି ପ୍ରଶାସନ। କେବଳ ଗାଦି ଘରକୁ ଛାଡ଼ି ମଠର କୋଠା ସମେତ ୨୪ଟି ଦୋକାନ ଘରକୁ ଉଚ୍ଛେଦ କରାଯାଇଛି। ଏହାପରେ ଏମାର ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହୋଇଛି। ଏମାର ମଠ କୋଠାରେ ଥିବା ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରିକୁ ବୁଧବାର ଉଚ୍ଛେଦ କରାଯିବ। ଏଥିଲାଗି ମଙ୍ଗଳବାର ରାତିରେ ଲାଇବ୍ରେରିରୁ ବହିପତ୍ର ସ୍ଥାନାନ୍ତର କରାଯାଇଛି।
ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱର ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଛି। ଯଦିଓ ପ୍ରଶାସନ ପକ୍ଷରୁ ୭୫ ମିଟର କଥା ଉଠାଯାଉନାହିଁ, ତେବେ ପ୍ରଥମ ପର୍ଯ୍ୟାୟରେ ଅସୁରକ୍ଷିତ କୋଠା ଭଙ୍ଗାଯାଉଥିବା କୁହାଯାଇଛି। ଏହି ମର୍ମରେ ଲଙ୍ଗୁଳି ମଠରେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ପ୍ରଥମେ ମୌଖିକ ଭାବେ ଜିନିଷପତ୍ର ଖାଲି କରିବାକୁ କୁହାଯାଇଥିଲା। ସୋମବାର ସେମାନେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେବା ସହ ଆଗ ଥଇଥାନ ପରେ ଉଚ୍ଛେଦ ଦାବି କରିଥିଲେ। କିନ୍ତୁ ପ୍ରଶାସନର ତାଗିଦ୍‌ ପରେ ସେମାନେ ଦୋକାନ ଘର ଖାଲି କରିଥିଲେ। ମଠ କୋଠା ଅସୁରକ୍ଷିତ ଦର୍ଶାଇ ସୋମବାର ରାତିରେ ମହନ୍ତଙ୍କୁ ନୋଟିସ୍‌ ଜାରି କରିଥିଲା ପ୍ରଶାସନ। ଜିଲାପାଳ, ଏସ୍‌ପି ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ମଠ ଅନୁଧ୍ୟାନ କରିବା ପରେ ମଙ୍ଗଳବାର ସକାଳେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଦୋକାନୀମାନେ ଜିନିଷପତ୍ର ଖାଲି କରିଥିଲେ ମଧ୍ୟ ଆଉ କିଛି ଆସବାବ ପତ୍ର ମଠ ଘରେ ଏବଂ ଦୋକାନରେ ଥିଲା। ଏହାକୁ ଖାଲି କରିବାରେ ବିଳମ୍ବ ହେବାରୁ ସକାଳ ପ୍ରାୟ ୯ଟାରେ ଦୁଇମହଲା ବିଶିଷ୍ଟ ଲଙ୍ଗୁଳି ମଠ ଭଙ୍ଗାଯାଇଥିଲା। ତେବେ ମଠ ଭାଙ୍ଗିବା ପୂର୍ବରୁ ମହନ୍ତ ସୋମନାଥଙ୍କ ରହିବା ପାଇଁ ନୀଳାଦ୍ରି ଭକ୍ତ ନିବାସ ପରିସରରେ ବ୍ୟବସ୍ଥା କରିିଛି ପ୍ରଶାସନ। ଏହି ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରାୟ ୨୦ଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ଉଚ୍ଛେଦରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜେସିବି, ବ୍ରେକର, ଟ୍ରାକ୍ଟର, ହାଇୱା ପ୍ରଭୃତି ଗାଡ଼ିି ନିୟୋଜିତ ହୋଇଥିଲା।
ଅନ୍ୟପକ୍ଷେ କ୍ଷତିଗ୍ରସ୍ତ ଦୋକାନୀ ଏବେ ରାସ୍ତାରେ ବୁଲୁଛନ୍ତି। ସେମାନଙ୍କ ଆଖି ଆଗରେ ଭାଙ୍ଗିଗଲା ତାଙ୍କ ରୋଜଗାରର ପନ୍ଥା। ଏବେ ସେମାନେ ଖାଇବେ କ’ଣ ଓ ଚଳିବେ କେମିତି ଏହି ଚିନ୍ତାରେ ପଡ଼ିଛନ୍ତି। ତେବେ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ। କ୍ଷତିଗ୍ରସ୍ତ ଦୋକାନୀ ଯଦି କେଉଁଠି ଭଡ଼ାରେ ଦୋକାନ ଘର ନେବେ, ତେବେ ସେମାନଙ୍କୁ ଭଡ଼ା ବାବଦରେ ସହାୟତା ଦିଆଯିବ। ନଚେତ ସହରରେ ଥିବା ସରକାରୀ କୋଠା କିମ୍ବା ମାର୍କେଟ କମ୍ପ୍ଲେକ୍ସରେ ସେମାନଙ୍କୁ ଖୁବଶୀଘ୍ର ଥଇଥାନ ବ୍ୟବସ୍ଥା କରାଯିବ। ଏ ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ମାତ୍ର ଏହି ପ୍ରତିଶ୍ରୁତିକୁ ବ୍ୟବସାୟୀମାନେ ଭରସି ପାରୁନାହାନ୍ତି।
ଲଙ୍ଗୁଳି ମଠ ଉଚ୍ଛେଦ ପରେ ଏବେ ଏମାର ମଠ ପାଳି। ଏମାର ମଠ କୋଠାରେ ଥିବା ରଘୁନନ୍ଦନ ଲାଇବ୍ରେରି ଓ ଏମାର ମଠ ଚକଡ଼ାରେ ଥିବା ଦୋକାନ ଘରଗୁଡ଼ିକ ଭଙ୍ଗାଯିବ। ଏଥିଲାଗି ପ୍ରଶାସନ ପ୍ରସ୍ତୁତ ହୋଇରହିଥିବାବେଳେ ଦୋକାନ ଘରଗୁଡ଼ିକ ମଧ୍ୟ ଖାଲି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri