Posted inଫୁରସତ

ମାଛ ପାଇଁ ପ୍ରଫେସର ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

ଚେନ୍ନାଇ: ପ୍ରଫେସର ଏମିତି ଏକ ପଦବୀ ଯେଉଁଠି ପହଞ୍ଚିବାକୁ ହେଲେ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଜଣେ ପ୍ରଫେସର ଲକ୍ଷାଧିକ ଟଙ୍କା କମାଉଥିଲେ ମଧ୍ୟ ମାଛ ପାଇଁ ଚାକିରି ଛାଡ଼ିଦେବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟଜନକ। ମାତ୍ର ଏହା ସତ। ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ।
ଏଠାରେ ରହୁଥିବା ମୋହନ କୁମାରଙ୍କ ପରିବାର ମାଛ ବ୍ୟବସାୟ କରନ୍ତି। ମୋହନ ମେକାନିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ ମଧ୍ୟ କରିଛନ୍ତି। ଏହା ପରେ ସେ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ମାତ୍ର ଏଥିରେ ତାଙ୍କର ମନ ଲାଗିଲା ନାହିଁ। ମୋହନଙ୍କ ମାଆବାପା ମାଛଦୋକାନ ଦେଇଥିଲେ। ମୋହନ ଚାହୁଁଥିଲେ ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରିବେ। ଏଥିପାଇଁ ତାଙ୍କ ମନ ଚାକିରିରେ ସନ୍ତୁଷ୍ଟ ନ ଥିଲା। କେହି କେହି ତାଙ୍କୁ ପାଗଳ ବୋଲି ମଧ୍ୟ କହିଥିଲେ ବୋଲି ସେ କୁହନ୍ତି। ତାଙ୍କ ମାଆବାପା ଚାହୁଁ ନ ଥିଲେ ମୋହନ ମାଛ ବ୍ୟବସାୟ କରନ୍ତୁ ବୋଲି। କିନ୍ତୁ ତାଙ୍କର ଏକା ଜିଦ୍‌ ସେ ଚାକିରି ଛାଡ଼ି ମାଛ ବ୍ୟବସାୟ କରିବେ। ଶେଷରେ ବ୍ୟବସାୟ ପାଇଁ ସେ ସରକାରୀ ଚାକିରି ଛାଡ଼ିଦେଇଥିଲେ।
କହିରଖୁଛୁ ମୋହନ, ହୋଟେଲ ଏବଂ ଛୋଟଛୋଟ ଦୋକାନଗୁଡ଼ିକୁ ମାଛ ଯୋଗାଇଥା’ନ୍ତି। ପ୍ରତିମାସରେ ପ୍ରାୟ ୧ ଲକ୍ଷ ଟଙ୍କା ସେ ରୋଜଗାର କରୁଛନ୍ତି। ଏହି ବ୍ୟବସାୟରୁ ସେ ଆହୁରି ଉପରକୁ ଯାଇପାରିବେ ବୋଲି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri