Posted inରାଜ୍ୟ

ମା’ଙ୍କ ପାଇଁ ମଣିଷ ହୋଇପାରିଛ

ଦେଢ଼ବର୍ଷର ହୋଇଥିବା ବେଳେ ବାପା ଚାଲିଗଲେ ଆରପାରିକୁ। ଗଁ। ଗଁ।ରେ ଚାଉଳ ବିକି ମା’ ହିଁ ମଣିଷ କରିଛି ଆମ ୫ ଭଉଣୀ ଭାଇଙ୍କୁ। ପିଲାବେଳେ କେତେ ଯେ କଷ୍ଟ ସହିବାକୁ ପଡ଼ିଛି, ସେକଥା କେବଳ ମା’ ଓ ଆମେମାନେ ହିଁ ଜାଣିଛୁ। ହେଲେ ଈଶ୍ୱରଙ୍କ କରୁଣା ଓ ମା’ଙ୍କ ଆଶୀର୍ବାଦ ଯୋଗୁ ଆଜି ବନ୍ତଳା ବଜାରରେ ଜଣେ ପରିଚିତ ମଣିଷ ଭାବେ ଠିଆ ହୋଇପାରିଛି ବୋଲି ଦୋକାନୀ ପ୍ରମୋଦ ସାହୁ ଓରଫ ବଗ (୫୩) କହିଛନ୍ତି।
୪ ଭଉଣୀରେ ଗୋଟିଏ ଭାଇ ହେଉଛନ୍ତି ପ୍ରମୋଦ। ବହୁ କଷ୍ଟରେ ବନ୍ତଳା ସରକାରୀ ହାଇସ୍କୁଲରେ ଦଶମ ପର୍ଯ୍ୟନ୍ତ ପଢିପାରିଥିଲେ। ଆର୍ଥିକ ଅନଟନ ଯୋଗୁ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ କରିପାରି ନ ଥିଲେ। ମାତ୍ର ୧୪ ବର୍ଷ ବୟସରେ ଦୈନିକ ୨୦ କିଲୋମିଟର ଦୂର ଜଙ୍ଗଲରୁ ସେ କାଠ ସଂଗ୍ରହ କରି ଘରକୁ ଆଣୁଥିଲେ। ସେହି କାଠରେ ତାଙ୍କ ମା’ ଧାନ ସିଝାଇ ଚାଉଳ କରି ଗାଁରେ ବିକ୍ରି କରି ଘର ଚଳାଉଥିଲେ। ବହୁ କଷ୍ଟରେ ୮ଶହ ଟଙ୍କା ସଞ୍ଚୟ କରି ସନ୍ତୋଷ ସାହୁଙ୍କ ସହଯୋଗରେ ୧୯୯୦ରେ ସେ ବନ୍ତଳା ଛକରେ ଏକ ଛୋଟ ଦୋକାନ ଖୋଲିଥିଲେ। ସେହି ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ଘର ଚଳାଇବା ସହ ୪ ଭଉଣୀଙ୍କ ବିବାହ କରାଇଥିଲେ। ପରେ ୧୯୯୭ରେ ତାଳମୂଳ ଗଁାର ସବିତାଙ୍କୁ ସେ ବିବାହ କରିଥିଲେ। ଦୁଇ ପୁଅ ମଧ୍ୟରୁ ବଡ଼ ସତ୍ୟଜିତ ଯୁକ୍ତ ୩ରେ ପଢ଼ୁଥିବା ବେଳେ ସାନ ଶୁଭ୍ରଜିତ ଯୁକ୍ତ ୨ ବନ୍ତଳା ମହାବିଦ୍ୟାଳୟରେ ପଢ଼ୁଛନ୍ତି। ପିଲା ଦୁଇଟିକୁ ମଣିଷ କରିବା ଲାଗି ସବିତା ଓ ସେ ଦିନରାତି ପରିଶ୍ରମ କରୁଛନ୍ତି। ଦୈନିକ ସକାଳ ୬ଟା ରୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ୮ଟାରେ ଦୋକାନ ଖୋଲିଥାନ୍ତି। ରାତି ୧୧ଟାରେ ଦୋକାନ ବନ୍ଦ କରି ଘରକୁ ଫେରିଥାନ୍ତି। ମଧ୍ୟାହ୍ନରେ ସେହି ଦୋକାନରେ ହିଁ ସେ ଭୋଜନ କରିଥାନ୍ତି। ଦୀର୍ଘ ୨୮ ବର୍ଷ ମଧ୍ୟରେ ସେ ଅନେକ ଲୋକଙ୍କ ସହ ଭଲ ସମ୍ପର୍କ ଗଢ଼ି ପାରିଛନ୍ତି। ଗରାଖଙ୍କୁ ସେ ସର୍ବଦା ଗୁରୁତ୍ୱ ଦେଉଥିବାରୁ ବନ୍ତଳା ବଜାରରେ ଜଣେ ପରିଚିତ ମଣିଷ ପାଲଟି ଯାଇଥିବା ପ୍ରମୋଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri