ମାଓବାଦୀ ଗଡରେ ମହିଳା ଜିଲାପାଳ; ସୁନାବେଡାବାସୀଙ୍କ ସବୁ ସମସ୍ୟା ବୁଝିଲେ

ନୂଆପଡା ଅଫିସ,୧୬ା୯: ନୂଆପଡା ଜିଲାର ମାଓବାଦୀଙ୍କ ଗଡ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଖୁବ କମ୍‌ ଅଧିକାରୀ ପାଦ ମାଡିଛନ୍ତି । ସେମାନେ ବି କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଯାଇଥିବାବେଳେ ବର୍ତ୍ତମାନ ଜିଲାପାଳ ମଧୁସ୍ମିତା ସାହୁ ବିନା ପୋଲିସ କର୍ଡନରେ ଦିନସାରା ସୁନାବେଡା ଅଭୟାରଣ୍ୟ ବୁଲି ଲୋକଙ୍କ ବିଭିନ୍ନ ସମସ୍ୟା କଥା ବୁଝି ନିର୍ଭିକତାର ପରିଚୟ ଦେଇଛନ୍ତି । ବନବାସୀ ଆଦିବାସୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ସହ ଅଧିକାରୀମାନଙ୍କୁ ମଧ୍ୟ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଆସିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ସମୁଦ୍ର ପତନରୁ ୩ ହଜାର ଫୁଟ ଉଚ୍ଚରେ ଥିବା ସୁନାବେଡା ଅଣୟାରଣ୍ୟ ଭିତରେ ୫୫ଟି ଜନବସତି ରହିଛି। ସେମାନେ ସାଧାରଣ ମୌଳିକ ସୁବିଧା ବିଜୁଳି, ପାନୀୟ ଜଳ, ଗମନାଗମନ ସୁବିଧାରୁ ଅପହଞ୍ଚ। ଏସବୁ ଦେଖିବାକୁ ସରକାରୀ ଅଧିକାରୀମାନଙ୍କ ବର୍ଷାଧିକକାଳ ଦେଖାସାକ୍ଷାତ ମିଳି ନ ଥାଏ। ବ୍ଲକ ପ୍ରଶାସନ ଲୋକଙ୍କଠାରୁ ବିଭିନ୍ନ ବାହାନା କରି ଦୂରେଇ ରହୁଥିବା ଅଭିଯୋଗ ହେଉଛି। ଜିଲାପାଳ ନୂତନ ଭାବେ ଜିଲାକୁ ଆସି ଏସବୁ ଗୁରୁତ୍ୱ ଦେଇ ହଠାତ ରବିବାର ଗସ୍ତ କରିଥିଲେ। ତାଙ୍କ ସହ କୌଣସି ପୋଲିସ ବ୍ୟବସ୍ଥା ମଧ୍ୟ ନ ଥିଲା। ଗାଡିର ଲାଲ ବତୀ କେବଳ ଓହ୍ଲାଇ ରଖାଯାଇଥିଲା। ଅଗନାଅଗନି ବନସ୍ତ ମଧ୍ୟରେ ଜଙ୍ଗଲ ତଳି ମିଛାପାଲି ଗାଁଠାରୁ ଦୀର୍ଘ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଯାଇଥିଲେ। ସୁନାବେଡା ବସ୍ତିରେ ପହଞ୍ଚତ୍ ସେଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଚାଲିଥିବା ସେବାଶ୍ରମ ବିଦ୍ୟାଳୟ ବୁଲି ଦେଖିଥିଲେ। ସେଠାରେ ବହୁ ଦିନ ଧରି ଅଧାପନ୍ତରିଆ ହୋଇ ପଡିରହିଥିବା ସ୍କୁଲ ଗୃହଗୁଡିକର ସ୍ଥିତି ଦେଖିଥିଲେ। ପିଲାଙ୍କ ଉପସ୍ଥାନ ସହ ଖାଇବା ପିଇବା କଥା ପଚାରି ବୁଝିଥିଲେ। ଏହା ପରେ ସିବିଡିଏ (ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା) ତରଫରୁ କରାଯାଇଥିବା କେତୋଟି ରାସ୍ତା କାମ ଦେଖିଥିଲେ। ବସ୍ତିରେ ଭୁଞ୍ଜିଆ ସମ୍ପ୍ରଦାୟର କେତେକ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା କଥା ବୁଝିଥିଲେ। ସୁନାବେଡାରେ ଆଦିବାସୀଙ୍କ ଜୀବନ ଜିବିକା ସକାଶେ ସେଭଳି କୌଣସି କାମ ହେଉ ନ ଥିବାରୁ ତୁରନ୍ତ ରୋଜଗାର ବ୍ୟବସ୍ଥା କରିବାକୁ କହିଥିଲେ। ଜିଲାପାଳ ଏହା ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଥିଲେ। ଅଙ୍ଗନୱାଡି କେନ୍ଦ୍ର ବୁଲି ସମନ୍ବିତ ଶିଶୁ ବିକାଶ ଯୋଜନା ଉପରେ ଦୃଷ୍ଟି ଦେଇଥିଲେ। ପରେ ମିଛାପାଲି ନିକଟରେ ଥିବା ସିବିଡିଏର ସ୍ବତନ୍ତ୍ର କମ୍ପ୍ଲେକ୍ସ ଦେଖିଥିଲେ। ସେଠାରେ କର୍ମଚାରୀମାନଙ୍କୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ପରିଦର୍ଶନ ବେଳେ ସିବିଡିଏ ସ୍ବତନ୍ତ୍ର ଅଧିକାରୀ ଭକ୍ତବନ୍ଧୁ ଅଗସ୍ତୀ, ସହକାରୀ ଯନ୍ତ୍ରୀ ସୀତାକାନ୍ତ ସାହୁ, ଯନ୍ତ୍ରୀ ସୁନୀଲ କୁମାର ଅର୍ଗାର, ଓପିଲିପି ପ୍ରୋଜେକ୍ଟ ମ୍ୟାନେଜର ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri