ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ : ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ସରକାରୀ ବସ୍‌ ଚଳାଚଳକୁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ିଠାରୁ ଭଞ୍ଜନଗର, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, ହାତିମୁଣ୍ଡାଠାରୁ ଫୁଲବାଣୀକୁ ବସ୍‌ ଚଳାଚଳ ବନ୍ଦ ରହିଛି। ଜାତୀୟ ସମ୍ପତ୍ତି ଏବଂ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏହି ବନ୍ଦ କରାଯାଇଥିବା କୁହାଯାଇଛି। ତେବେ ଅଞ୍ଚଳରେ କୌଣସି ସ୍ଥାନରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଲାଗି ନ ଥିବାରୁ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ପୋଲିସ ଆଶଙ୍କା କରିଛି। ସେପଟେ ପୋଲିସ ପକ୍ଷରୁ ଦିନରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାନବାହନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଗତବର୍ଷ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ଜନସଚେତନତା ପାଇଁ ମାଓବାଦୀଙ୍କ କାର୍ଯ୍ୟକଳାପ ବେଆଇନ ଭାବେ ଦର୍ଶାଯାଇ ମାଓପୋଷ୍ଟର ଛପାଯାଇଥିବା ବେଳେ ଚଳିତଥର ମାଓବାଦୀ କିମ୍ବା ପୋଲିସ ପକ୍ଷରୁ ପୋଷ୍ଟର ୱାର ହୋଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ୨୧ରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଉକ୍ତ ଥାନା ବୁଡାଗୁଡ଼ା ଛକରେ ଲଗାଯାଇ ନିଜ ଉପସ୍ଥିତି ଜାହିର କରିଥିବା ବେଳେ ପକାଲଡାମି ଘାଟିରେ ଚଳିତବର୍ଷ ଜାନୁଆରୀ ୩୧ରେ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଓଡ଼ିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ପକ୍ଷରୁ ମାଓପୋଷ୍ଟର ଲଗାଇ ଉପସ୍ଥିତି ଜାହିର କରାଯାଇଥିଲା। ସେହିଦିନ ଠାରୁ ଅଦ୍ୟାବଧି ମାଓବାଦୀଙ୍କ କୌଣସି ପୋଷ୍ଟର ଲାଗି ନ ଥିବା ଜଣାପଡ଼ିଛି। ତେବେ ଅଞ୍ଚଳରେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଯାନବାହନ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହକି ଟିମ୍‌ର ଗେରୁଆ ଜର୍ସିକୁ ନେଇ ବିବାଦ

ଆସନ୍ତା ଅଗଷ୍ଟ ୧୫ରୁ ୩୦ ଯାଏ ନେଦରଲ୍ୟାଣ୍ଡ୍ସ ଏବଂ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ବିଶ୍ୱକପ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ ସେମାନଙ୍କର…

ରାହା ଖୋଜୁଛନ୍ତି ବନ୍ୟା ବିପନ୍ନ

ଭୁବନେଶ୍ୱର,୧ା୮ (ରବିନାରାୟଣ ଜେନା): ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରରୁ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବନ୍ୟା ଯୋଗୁ ୭ଲକ୍ଷରୁ ଊର୍ଦ୍ଧ୍ୱ…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

କାନପୁର ପ୍ରକଳ୍ପର କପର ଡ୍ୟାମ୍‌ ଭାଙ୍ଗିଲା: ତଳିଆ ଅଞ୍ଚଳକୁ ସତର୍କ ସୂଚନା

ଯୋଡ଼ା/ ଚମ୍ପୁଆ, ୧ା୮(ମାନସ ମହାନ୍ତି/ମହେଶ୍ୱର ଦାସ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ କାନପୁର ପ୍ରକଳ୍ପର ଅସ୍ଥାୟୀ ମାଟିବନ୍ଧ ବା କପର ଡ୍ୟାମ୍‌ଟି ଲଗାଣ ବର୍ଷା ଫଳରେ…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

୫ ଯାଏ ବର୍ଷା, ନଦୀ ଜଳସ୍ତର ଆହୁରି ବଢ଼ିବ

ଭୁବନେଶ୍ୱର, ୧ା୮(ବନ୍ଦନା ସେଠୀ): ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri