ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ ଜିଲାରେ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ସମସ୍ତ ମାଇକ୍ରୋ ଅବଜରଭରମାନଙ୍କ ମୁଖ୍ୟ ଦାୟିତ୍ୱ ବୋଲି କହିବା ସହ ଏହାକୁ ସୁଚାରୁରୂପେ ପାଳନ ନିମନ୍ତେ ସେମାନଙ୍କ ସହଯୋଗ କାମନା କରିଥିଲେ। ଜିଲାର ସମସ୍ତ ସମ୍ବେଦନଶୀଳ ଭୋଟଗ୍ରହଣ କେନ୍ଦ୍ରରେ ନିୟୋଜିତ ମାଇକ୍ରୋ ଅବଜରଭର ସମସ୍ତ ସୂଚନା ବିବରଣୀ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ପ୍ରଦାନ କରିବେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଧାରଣ ପର୍ଯ୍ୟବେକ୍ଷକ ଭରତଲାଲ ବଞ୍ଜାରା ସମ୍ବେଦନଶୀଳ ଭୋଟଗ୍ରହଣ କେନ୍ଦ୍ରଗୁଡିକର ସୂଚନା ଓ ରିପୋର୍ଟ ପ୍ରଦାନ କରିବା ପାଇଁ ସମସ୍ତ ଅଣୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ପୋଲିଂ ପାର୍ଟିର ଅଧିକାରୀ, କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ସହ ଅଣୁ ପର୍ଯ୍ୟବେକ୍ଷକମାନେ ୨୧ ତାରିଖ ଦିନ ଇଭିଏମ୍‌, ଭିଭିପିଏଟି ସଂରକ୍ଷଣ କେନ୍ଦ୍ରରୁ ପ୍ରସ୍ଥାନ କରି ସମସ୍ତ ସମ୍ବେଦନଶୀଳ ବୁଥ୍‌କୁ ଗସ୍ତ କରିବେ। ବୁଥ୍‌ରେ ପୋଲିଂ ଏଜେଣ୍ଟମାନଙ୍କର ଉପସ୍ଥାନ ଯାଞ୍ଚ କରିବା ସହ ଭୋଟ ଗ୍ରହଣ ସମୟରେ ଗୋପନୀୟତା ବଜାୟ ରଖିବା ପାଇଁ ପଦେକ୍ଷପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇଭିଏମ୍‌ ଓ ଭିଭିପିଏଟି ମେଶିନଗୁଡିକର ଜ୍ଞାନକୌଶଳକୁ ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ପରାମର୍ଶ ଦେଇଥିଲେ। ପୋଲିଂ ଅଫିସିଆଲ ଓ ଏଜେଣ୍ଟମାନଙ୍କର କ୍ରମାଙ୍କ ଅନୁସାରେ ବସିବା ବ୍ୟବସ୍ଥା ମଧ୍ୟ ଅଣୁ ପର୍ଯ୍ୟବେକ୍ଷକମାନେ ନିରୀକ୍ଷଣ କରିବେ ବୋଲି ଜିଲାପାଳ କହିିଥିଲେ। ଭୋଟରଙ୍କ ସମେତ ପୋଲିଂ ଅଧିକାରୀ, ପ୍ରାର୍ଥୀମାନଙ୍କ ନିର୍ବାଚନ ଏଜେଣ୍ଟ, ପୋଲିଂ ଏଜେଣ୍ଟ, ଭାରତର ନିର୍ବାଚନ କମିଶନଙ୍କ ପ୍ରାଧିକୃତ ଅଧିକାରୀ, ଗଣମାଧ୍ୟମ ପ୍ରତନିିଧି ଅଣୁ ପର୍ଯ୍ୟବେକ୍ଷକ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟଗ୍ରହଣ କେନ୍ଦ୍ରରେ ପ୍ରବେଶକୁ ମାନ୍ୟତା ଦିଆଯିବ। କୌଣସି ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ପରିଲକ୍ଷିତ ହେଲେ ଅଣୁ ପର୍ଯ୍ୟବେକ୍ଷକମାନେ ତୁରନ୍ତ ସେକ୍ଟର ଅଫିସରମାନଙ୍କ ଦୃଷ୍ଟିଗୋଚରକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା। ଗଣତି ଦିନ ଅଣୁ ପର୍ଯ୍ୟବେକ୍ଷକମାନେ ମଧ୍ୟ ଭୋଟ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବା ଉଚିତ ବୋଲି ଜିଲାପାଳ କହିଥିଲେ। ତାଲିମ କାର୍ଯ୍ୟରେ ଅନୁପସ୍ଥିତ ଥିବା ଅଣୁ ପର୍ଯ୍ୟବେକ୍ଷକମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ନିର୍ଦ୍ଦେଶ ଦେଇଥିଲେ। ଡେପୁଟି କଲେକ୍ଟର(ନିର୍ବାଚନ) ରଶ୍ମିରେଖା ସ୍ବାଇଁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ଏନ୍‌ଆଇସି ଅଧିକାରୀ ଦିଲୀପ କୁମାର ନନ୍ଦଙ୍କ ସହ ସମସ୍ତ ସହକାରୀ ରିଟର୍ନିଂ ଅଫିସର, ଅଣୁ ପର୍ଯ୍ୟବେକ୍ଷକ ଓ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?