ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ ଜିଲାରେ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ସମସ୍ତ ମାଇକ୍ରୋ ଅବଜରଭରମାନଙ୍କ ମୁଖ୍ୟ ଦାୟିତ୍ୱ ବୋଲି କହିବା ସହ ଏହାକୁ ସୁଚାରୁରୂପେ ପାଳନ ନିମନ୍ତେ ସେମାନଙ୍କ ସହଯୋଗ କାମନା କରିଥିଲେ। ଜିଲାର ସମସ୍ତ ସମ୍ବେଦନଶୀଳ ଭୋଟଗ୍ରହଣ କେନ୍ଦ୍ରରେ ନିୟୋଜିତ ମାଇକ୍ରୋ ଅବଜରଭର ସମସ୍ତ ସୂଚନା ବିବରଣୀ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ପ୍ରଦାନ କରିବେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଧାରଣ ପର୍ଯ୍ୟବେକ୍ଷକ ଭରତଲାଲ ବଞ୍ଜାରା ସମ୍ବେଦନଶୀଳ ଭୋଟଗ୍ରହଣ କେନ୍ଦ୍ରଗୁଡିକର ସୂଚନା ଓ ରିପୋର୍ଟ ପ୍ରଦାନ କରିବା ପାଇଁ ସମସ୍ତ ଅଣୁ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ପୋଲିଂ ପାର୍ଟିର ଅଧିକାରୀ, କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ସହ ଅଣୁ ପର୍ଯ୍ୟବେକ୍ଷକମାନେ ୨୧ ତାରିଖ ଦିନ ଇଭିଏମ୍‌, ଭିଭିପିଏଟି ସଂରକ୍ଷଣ କେନ୍ଦ୍ରରୁ ପ୍ରସ୍ଥାନ କରି ସମସ୍ତ ସମ୍ବେଦନଶୀଳ ବୁଥ୍‌କୁ ଗସ୍ତ କରିବେ। ବୁଥ୍‌ରେ ପୋଲିଂ ଏଜେଣ୍ଟମାନଙ୍କର ଉପସ୍ଥାନ ଯାଞ୍ଚ କରିବା ସହ ଭୋଟ ଗ୍ରହଣ ସମୟରେ ଗୋପନୀୟତା ବଜାୟ ରଖିବା ପାଇଁ ପଦେକ୍ଷପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇଭିଏମ୍‌ ଓ ଭିଭିପିଏଟି ମେଶିନଗୁଡିକର ଜ୍ଞାନକୌଶଳକୁ ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ପରାମର୍ଶ ଦେଇଥିଲେ। ପୋଲିଂ ଅଫିସିଆଲ ଓ ଏଜେଣ୍ଟମାନଙ୍କର କ୍ରମାଙ୍କ ଅନୁସାରେ ବସିବା ବ୍ୟବସ୍ଥା ମଧ୍ୟ ଅଣୁ ପର୍ଯ୍ୟବେକ୍ଷକମାନେ ନିରୀକ୍ଷଣ କରିବେ ବୋଲି ଜିଲାପାଳ କହିିଥିଲେ। ଭୋଟରଙ୍କ ସମେତ ପୋଲିଂ ଅଧିକାରୀ, ପ୍ରାର୍ଥୀମାନଙ୍କ ନିର୍ବାଚନ ଏଜେଣ୍ଟ, ପୋଲିଂ ଏଜେଣ୍ଟ, ଭାରତର ନିର୍ବାଚନ କମିଶନଙ୍କ ପ୍ରାଧିକୃତ ଅଧିକାରୀ, ଗଣମାଧ୍ୟମ ପ୍ରତନିିଧି ଅଣୁ ପର୍ଯ୍ୟବେକ୍ଷକ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟଗ୍ରହଣ କେନ୍ଦ୍ରରେ ପ୍ରବେଶକୁ ମାନ୍ୟତା ଦିଆଯିବ। କୌଣସି ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ପରିଲକ୍ଷିତ ହେଲେ ଅଣୁ ପର୍ଯ୍ୟବେକ୍ଷକମାନେ ତୁରନ୍ତ ସେକ୍ଟର ଅଫିସରମାନଙ୍କ ଦୃଷ୍ଟିଗୋଚରକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା। ଗଣତି ଦିନ ଅଣୁ ପର୍ଯ୍ୟବେକ୍ଷକମାନେ ମଧ୍ୟ ଭୋଟ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବା ଉଚିତ ବୋଲି ଜିଲାପାଳ କହିଥିଲେ। ତାଲିମ କାର୍ଯ୍ୟରେ ଅନୁପସ୍ଥିତ ଥିବା ଅଣୁ ପର୍ଯ୍ୟବେକ୍ଷକମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ନିର୍ଦ୍ଦେଶ ଦେଇଥିଲେ। ଡେପୁଟି କଲେକ୍ଟର(ନିର୍ବାଚନ) ରଶ୍ମିରେଖା ସ୍ବାଇଁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ଏନ୍‌ଆଇସି ଅଧିକାରୀ ଦିଲୀପ କୁମାର ନନ୍ଦଙ୍କ ସହ ସମସ୍ତ ସହକାରୀ ରିଟର୍ନିଂ ଅଫିସର, ଅଣୁ ପର୍ଯ୍ୟବେକ୍ଷକ ଓ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri