ମହିଳାଙ୍କ ଲାଗି ଆପ୍‌

ବର୍ତ୍ତମାନ ଛୋଟରୁ ବଡ଼, ପୁରୁଷଠୁ ମହିଳା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ ଫୋନ୍‌ । ଆଉ ସମସ୍ତଙ୍କ ଆବଶ୍ୟକତା ତଥା ରୁଚିକୁ ଦେଖି ଭିନ୍ନ ଭିନ୍ନ ଆପ୍ଲିକେଶନ ମଧ୍ୟ ଡାଉନ୍‌ାଲାଡ୍‌ କରି ବ୍ୟବହାର କରି ହେଉଛି। ତେବେ ଏଭଳି କିଛି ଆପ୍‌ ରହିଛି ଯାହାକି ପ୍ରତ୍ୟେକ ମହିଳାଙ୍କ ଲାଗି ବେଶ୍‌ ଉପକାରୀ। ଜାଣିରଖନ୍ତୁ ସେ ସମ୍ପର୍କରେ…
ମାଇଁ ସେଫ୍ଟିପିନ୍‌: ଏହି ଆପ୍‌ ସବୁ ମହିଳାଙ୍କ ଲାଗି ବିଶେଷକରି କର୍ମଜୀବୀ ମହିଳାଙ୍କ ଲାଗି ବେଶ୍‌ ଉପକାରୀ। ଏଥିରେ ଜିପିଏସ୍‌ ଟ୍ରାକିଂ, ଡାଇରେକ୍ସନ୍‌ ଫର୍‌ ସେଫ୍ଟି ରୁଟ୍‌, ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର ଆଦି ଫିଚର ରହିଛି। ଏହା କୌଣସି ଅଜଣା କିମ୍ବା ବିପଦପୂର୍ଣ୍ଣ ସ୍ଥାନକୁ ଗଲେ ସଙ୍ଗେ ସଙ୍ଗେ ସୂଚେଇ ଦେଇଥାଏ। ଫଳରେ ମହିଳାଙ୍କୁ ତୁରନ୍ତ ନିଜ ପରିବାର, ବନ୍ଧୁ କିମ୍ବା ପରିଚିତଙ୍କୁ ନିଜକୁ ଟ୍ରାକ୍‌ କରିବାଲାଗି ଆଲର୍ଟ କରିବାରେ ସୁବିଧା ହୋଇଥାଏ। ହିମତ୍‌ ପ୍ଲସ୍‌ ଏବଂ ରକ୍ଷା ଭଳି ଆପ୍‌ ରଖିବା ଦ୍ୱାରା ମଧ୍ୟ ଏପରି ସୁବିଧା ମିଳିପାରିବ।
ମେଡିସେଫ୍‌ ମେଡ୍ସ ଏବଂ ପିଲ୍‌ ରିମାଇଣ୍ଡର: କର୍ମମୟ ଜୀବନ ଭିତରେ ମହିଳାମାନେ ସାଧାରଣତଃ ନିଜ ପ୍ରତି ଅବହେଳା କରି ବସନ୍ତି। ଏମିତିକି କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ ଏହାର ଔଷଧ ବି ଯଥା ସମୟରେ ଖାଇବାକୁ ଭୁଲଯାଆନ୍ତି ଏବଂ ପରବର୍ତ୍ତୀ ସମୟରେ ଅଧିକ କଷ୍ଟ ପାଆନ୍ତି। ତେବେ ମହିଳାଙ୍କ ଏପରି ସମସ୍ୟା ଦୂରକରିବା ଲାଗି ମେଡିସେଫ୍‌ ମେଡ୍ସ ଏବଂ ପିଲ୍‌ ରିମାଇଣ୍ଡର ଭଳି ଆପ୍‌ ଡିଜାଇନ କରାଯାଇଛି। ଏହା ଆପଣଙ୍କ ବ୍ଲଡ୍‌ ପ୍ରେସର, ଗ୍ଲୁକୋଜ୍‌ ଆଦି ପ୍ରତି ନଜର ରଖିବା ସହ ଠିକ୍‌ ସମୟରେ ଔଷଧ କିମ୍ବା ଅନ୍ୟାନ୍ୟ ସପ୍ଲିମେଣ୍ଟ ଖାଇବା ଲାଗି ରିମାଇଣ୍ଡର ବି ଦେଇଥାଏ।
ଅର୍ବାନ୍‌ କ୍ଲାପ୍‌: ଗୃହିଣୀଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବା ଲାଗି ଏହି ଆପ୍‌ ସ୍ପେଶାଲ ଡିଜାଇନ କରାଯାଇଛି। ଘରେ ପୁରୁଷ ସଦସ୍ୟ ନ ଥିବା ବେଳେ ହଠାତ୍‌ ଘରର କୌଣସି ଜରୁରୀ କାମ ଲାଗି ପ୍ଲମ୍ବର, କାର୍ପେଣ୍ଟର, ଇଲେକ୍ଟ୍ରିସିଆନ୍‌ଙ୍କୁ ଡାକିବାକୁ ହେଲେ ଏହି ଆପ୍‌ର ସାହାଯ୍ୟ ନେଇପାରିବେ। ଏଥିରୁ କେଉଁ କାର୍ଯ୍ୟ ଲାଗି କାହାକୁ କେତେ ଟଙ୍କା ଦେବାକୁ ହେବ ମଧ୍ୟ ଜାଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri