ମହାଶିବରାତ୍ରି ପାଇଁ ପ୍ରସ୍ତୁତ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଛି ଏକାମ୍ର କ୍ଷେତ୍ର। ପୂଜାର୍ଚ୍ଚନାରୁ ଆରମ୍ଭ କରି ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ, କେତେବେଳେ କେଉଁ ନୀତି ହେବ, ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୈବପୀଠରେ ପରିପୂର୍ଣ୍ଣ ରାଜଧାନୀରେ ମହାଶିବରାତ୍ରି ଏକ ପ୍ରମୁଖ ଉତ୍ସବ ହୋଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଏନେଇ ବିଶେଷ ଉତ୍ସାହ ରହିଛି। ଦେବାଦିଦେବ ମହାଦେବଙ୍କ ଆରାଧନା ପାଇଁ କ୍ଷେତ୍ର ପ୍ରସ୍ତୁତ ଥିବାବେଳେ କେବଳ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା ରହିଛି।
ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଶତ୍ରୁଘନେଶ୍ୱର ପ୍ରଭୃତି ମନ୍ଦିର ଚତୁଃପାର୍ଶ୍ୱକୁ ସଫା କରାଯିବା ସହ ସୁସଜ୍ଜିତ ଆଲୋକମାଳାରେ ସଜ୍ଜାଯାଇଛି। ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଅଧିକାଂଶ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥିତ ଦର୍ଶନ ଲାଗି ମହିଳା ଓ ପରୁଷଙ୍କୁ ୨ଟି ପୃଥକ୍‌ ଧାଡ଼ିରେ ଭିତରକୁ ଛଡ଼ାଯିବାକୁ ବ୍ୟବସ୍ଥା ହୋଇଛି। ସେହିପରି ରାତି ସମୟରେ ଅତ୍ୟଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। କେତେକ ମନ୍ଦିରରେ ସିସିଟିଭି ମଧ୍ୟ ଲଗାଯାଇଛି। ମନ୍ଦିରଗୁଡ଼ିକରେ ଶୁକ୍ରବାର ପ୍ରାତଃରୁ ମହାଶିବରାତ୍ରି ପାଇଁ ପୂଜାର୍ଚ୍ଚନା ଆରମ୍ଭ ହେବ। ଭୋର୍‌ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ସମସ୍ତ ମନ୍ଦିରର ସାହାଣ ମେଲା ବା ପହଡ଼ ଖୋଲାଯିବା ପରେ ମହାଦେବଙ୍କ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହେବ। ଏହାପରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହେବା ସହ ସର୍ବସାଧାରଣଙ୍କ ଦର୍ଶନ ଲାଗି ଦ୍ୱାର ଖୋଲାଯିବ। ତେବେ ଅଧିକାଂଶ ମନ୍ଦିର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ମହାଦୀପ ଉଠାଇବେ। ଶୁକ୍ରବାର ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତିନିର୍ଘଣ୍ଟ ଆରମ୍ଭ ହେବ। ରାତି ୧୦ଟାରେ ଏଠାରେ ମହାଦୀପ ଉଠିବ। ଅନ୍ୟପକ୍ଷରେ କେବଳ ଏକାମ୍ର କ୍ଷେତ୍ର ନୁହେଁ, ଭୁବନେଶ୍ୱରରେ ଥିବା ସମସ୍ତ ଶୈବପୀଠରେ ଜାଗର ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। ୟୁନିଟ-୯ ଶହୀଦନଗର, ସତ୍ୟନଗର, ବରମୁଣ୍ଡା, ନୟାପଲ୍ଲୀ, ସିଆର୍‌ପି, ଚନ୍ଦ୍ରଶେଖରପୁର, ଡମଣା, ଶୈଳଶ୍ରୀବିହାର, ନୀଳାଦ୍ରି ବିହାର, ମଞ୍ଚେଶ୍ୱର, ରସୁଲଗଡ, ଲକ୍ଷ୍ମୀସାଗର, ଭିଏସ୍‌ଏସ୍‌ ନଗର, ପଳାଶୁଣି ପ୍ରଭୃତି ଅଞ୍ଚଳରେ ଥିବା ଛୋଟବଡ଼ ଶୈବପୀଠଗୁଡ଼ିକ ରଙ୍ଗିନ ଆଲୋକମାଳାରେ ଝଲସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri