ମହାଶିବରାତ୍ରି ପାଇଁ ପ୍ରସ୍ତୁତ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଛି ଏକାମ୍ର କ୍ଷେତ୍ର। ପୂଜାର୍ଚ୍ଚନାରୁ ଆରମ୍ଭ କରି ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ, କେତେବେଳେ କେଉଁ ନୀତି ହେବ, ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୈବପୀଠରେ ପରିପୂର୍ଣ୍ଣ ରାଜଧାନୀରେ ମହାଶିବରାତ୍ରି ଏକ ପ୍ରମୁଖ ଉତ୍ସବ ହୋଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଏନେଇ ବିଶେଷ ଉତ୍ସାହ ରହିଛି। ଦେବାଦିଦେବ ମହାଦେବଙ୍କ ଆରାଧନା ପାଇଁ କ୍ଷେତ୍ର ପ୍ରସ୍ତୁତ ଥିବାବେଳେ କେବଳ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା ରହିଛି।
ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଶତ୍ରୁଘନେଶ୍ୱର ପ୍ରଭୃତି ମନ୍ଦିର ଚତୁଃପାର୍ଶ୍ୱକୁ ସଫା କରାଯିବା ସହ ସୁସଜ୍ଜିତ ଆଲୋକମାଳାରେ ସଜ୍ଜାଯାଇଛି। ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଅଧିକାଂଶ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥିତ ଦର୍ଶନ ଲାଗି ମହିଳା ଓ ପରୁଷଙ୍କୁ ୨ଟି ପୃଥକ୍‌ ଧାଡ଼ିରେ ଭିତରକୁ ଛଡ଼ାଯିବାକୁ ବ୍ୟବସ୍ଥା ହୋଇଛି। ସେହିପରି ରାତି ସମୟରେ ଅତ୍ୟଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। କେତେକ ମନ୍ଦିରରେ ସିସିଟିଭି ମଧ୍ୟ ଲଗାଯାଇଛି। ମନ୍ଦିରଗୁଡ଼ିକରେ ଶୁକ୍ରବାର ପ୍ରାତଃରୁ ମହାଶିବରାତ୍ରି ପାଇଁ ପୂଜାର୍ଚ୍ଚନା ଆରମ୍ଭ ହେବ। ଭୋର୍‌ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ସମସ୍ତ ମନ୍ଦିରର ସାହାଣ ମେଲା ବା ପହଡ଼ ଖୋଲାଯିବା ପରେ ମହାଦେବଙ୍କ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହେବ। ଏହାପରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହେବା ସହ ସର୍ବସାଧାରଣଙ୍କ ଦର୍ଶନ ଲାଗି ଦ୍ୱାର ଖୋଲାଯିବ। ତେବେ ଅଧିକାଂଶ ମନ୍ଦିର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ମହାଦୀପ ଉଠାଇବେ। ଶୁକ୍ରବାର ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତିନିର୍ଘଣ୍ଟ ଆରମ୍ଭ ହେବ। ରାତି ୧୦ଟାରେ ଏଠାରେ ମହାଦୀପ ଉଠିବ। ଅନ୍ୟପକ୍ଷରେ କେବଳ ଏକାମ୍ର କ୍ଷେତ୍ର ନୁହେଁ, ଭୁବନେଶ୍ୱରରେ ଥିବା ସମସ୍ତ ଶୈବପୀଠରେ ଜାଗର ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। ୟୁନିଟ-୯ ଶହୀଦନଗର, ସତ୍ୟନଗର, ବରମୁଣ୍ଡା, ନୟାପଲ୍ଲୀ, ସିଆର୍‌ପି, ଚନ୍ଦ୍ରଶେଖରପୁର, ଡମଣା, ଶୈଳଶ୍ରୀବିହାର, ନୀଳାଦ୍ରି ବିହାର, ମଞ୍ଚେଶ୍ୱର, ରସୁଲଗଡ, ଲକ୍ଷ୍ମୀସାଗର, ଭିଏସ୍‌ଏସ୍‌ ନଗର, ପଳାଶୁଣି ପ୍ରଭୃତି ଅଞ୍ଚଳରେ ଥିବା ଛୋଟବଡ଼ ଶୈବପୀଠଗୁଡ଼ିକ ରଙ୍ଗିନ ଆଲୋକମାଳାରେ ଝଲସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri