ମହାନଦୀ ଜଳ ବିବାଦର ଚାହାନ୍ତି ସମାଧାନ : ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବାକୁ କଟକରୁ ସାଇକେଲ ଯାତ୍ରା

ଅନୁଗୋଳ ଅଫିସ,୪ା୭ – ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ଲକ୍ଷ୍ୟରେ ଦୁଇ ଛାତ୍ର କଟକ ମାହାଙ୍ଗା ଅଞ୍ଚଳର କ୍ରିଷ୍ଣାକାନ୍ତ ଷଡ଼ଙ୍ଗୀ ଓ କେନ୍ଦୁଝର ଆନନ୍ଦପୁରର ଶୁଭ୍ରଜିତ ବାରିକ କଟକରୁ ସାଇକେଲ୍‌ରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଗତ ୧ ତାରିଖରୁ ଯାତ୍ରା ଆରମ୍ଭ କରିଥିବା ଏହି ଦୁଇ ଛାତ୍ର ବୁଧବାର ଅନୁଗୋଳ ଜିଲା ବଇଣ୍ଡାଠାରେ ପହଞ୍ଚି ରାତ୍ରିଯାପନ କରିଛନ୍ତି। ଅଗଷ୍ଟ ୪ ତାରିଖ ମଧ୍ୟରେ ଦୁହେଁ ୧୬ଶହ କିମି ରାସ୍ତା ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି।
ନିଜର ଏହି ଯାତ୍ରା ସମ୍ପର୍କରେ ବିଟେକ ଛାତ୍ର କ୍ରିଷ୍ଣାକାନ୍ତ ଓ ସ୍ନାତକ ଛାତ୍ର ଶୁଭ୍ରଜିତ କହିଛନ୍ତି ଯେ, ଓଡ଼ିଶାର ଜୀବନ ରେଖା ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇପାରୁ ନାହିଁ। ଏହି ଆନ୍ତଃରାଜ୍ୟ ମାମଲା ଏବେ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ ରହିଛି। ଏଣେ ମହାନଦୀରେ ଜଳପ୍ରବାହ ଦ୍ରୁତଗତିରେ ହ୍ରାସ ପାଉଥିବାରୁ ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିବାରେ ଲାଗିଛି। ମହାନଦୀ ସହ କୋଟି କୋଟି ଲୋକଙ୍କ ଜୀବନ ଜୀବିକା ଜଡ଼ିତ ଥିବାରୁ ଏହି ବିବାଦର ସମାଧାନ ଶୀଘ୍ର ହେଉ ବୋଲି ଓଡ଼ିଶାବାସୀ ଚାହାନ୍ତି। ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାର ଯେପରି ତ୍ୱରିତ ପଦକ୍ଷେପ ନେବା କଥା ତାହା ନେଇ ନ ଥିବା ବେଳେ କେନ୍ଦ୍ର ସରକାର ଧୃତରାଷ୍ଟ୍ରଙ୍କ ପରି କାର୍ଯ୍ୟ କଲା ଭଳି ଅନୁଭବ ହେଉଛି। ତେଣୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ସାଇକେଲରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସେମାନଙ୍କ ଏପରି ଉଦ୍ୟମକୁ ବିଭିନ୍ନ ସ୍ଥାନରେ ବିପୁଳ ସମର୍ଥନ ମିଳୁଛି। ଅନୁଗୋଳରେ ମଧ୍ୟ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ବୋଲି କ୍ରିଷ୍ଣାକାନ୍ତ ଓ ଶୁଭ୍ରଜିତ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri