ମହଙ୍ଗା ପଡ଼ିଲା ମିଥ୍ୟା ବିଲ୍‌ କରିବା: ୩ ସରକାରୀ କର୍ମଚାରୀ ଭରିବେ ଟଙ୍କା

ନୟାଗଡ଼ ଅଫିସ, ୪ା୮: ମିଥ୍ୟା ବିଲ୍‌ କରିବା ୩ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କଠାରୁ ୩ମାସ ଭିତରେ ୬୬ ହଜାର ୫୫୦ ଟଙ୍କା ଲେଖାଏ ଭରଣା କରାଯିବ। ସରକାରୀ ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ଏହି ଟଙ୍କା ସେମାନଙ୍କଠାରୁ ଭରଣା କରାଯିବ ବୋଲି ଗତ ୩୧ତାରିଖରେ ଜିଲାପାଳଙ୍କ କୋର୍ଟରେ ଶୁଣାଣି ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ, ଜିପିଟିଏ ସୁଶାନ୍ତ କୁମାର ନନ୍ଦ ଓ ହରିହରପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପ୍ରଣବ ପ୍ରକାଶ ମିଶ୍ର।
ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତ କରଡ଼ା ରଘୁନାଥପୁର ଶାସନର ଦୀନବନ୍ଧୁ ଓ କୈଳାସ ପ୍ରଧାନଙ୍କ ନାମରେ ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳାଇବା ପାଇଁ କାର୍ଯ୍ୟାଦେଶ ମଞ୍ଜୁର ହୋଇଥିଲା। ୧୫ ଏପ୍ରିଲ ୨୦୧୭ରେ ସେମାନଙ୍କୁ ପଥରଗଡ଼ ମୌଜାର ଖାତା ନଂ. ୫୫/୧୫, ପ୍ଲଟ ନଂ. ୩୮୮ର ୫୧ ଡେସିମିଲ ଜାଗାରେ ପୋଖରୀ ଖୋଳିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ପୋଖରୀ ପାଇଁ ପର୍ଯ୍ୟାୟ କ୍ରମେ ୪ଟି କିସ୍ତିରେ ୧ ଲକ୍ଷ ୯୯ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ସ୍ଥାନରେ ପୋଖରୀ ହୋଇ ନ ଥିବାରୁ କିଛି ବ୍ୟକ୍ତି ଏ ନେଇ ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଆରଟିଆଇରେ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଅନୁଯାୟୀ ପୋଖରୀ ଖୋଳାହେବା ପାଇଁ ଦିଆଯାଇଥିବା ପ୍ଲଟ ନମ୍ବରରେ କୌଣସି ପୋଖରୀ ନ ଥିବା ସୂଚନା ମିଳିଥିଲା। ଉକ୍ତ ସ୍ଥାନରେ ପଡ଼ିଆ ଓ କିଛି ଅନାବାଦୀ ଗଛ ରହିଥିବା ଓଡ଼ଗାଁ ତହସିଲ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ (ପିଆଇଓ) ଲିଖିତ ଭାବେ ଜଣାଇଥିଲେ। ପରେ ୧୬ ଡିସେମ୍ବର ୨୦୧୮ରେ ହରିହରପୁର ପଞ୍ଚାୟତର କେତେଜଣ ଲୋକ ଜିଲାପାଳଙ୍କଠାରେ ଏହାର ତଦନ୍ତ ପାଇଁ ଅଭିଯୋଗ କରିଥିଲେ। ୧୯ ଡିସେମ୍ବରରେ ମିଥ୍ୟା ବିଲ୍‌ କରି ଟଙ୍କା ହଡ଼ପ ଶୀର୍ଷକ ଏକ ଖବର କେବଳ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ତଦନ୍ତ କରାଯିବାରୁ ସମ୍ପୃକ୍ତ କର୍ମଚାରୀମାନେ ଉକ୍ତ ସ୍ଥାନ ନିକଟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା ପୋଖରୀ ଦେଖାଇଥିଲେ। ତଦନ୍ତରେ ବିଳମ୍ବ ହେବାରୁ ପଞ୍ଚାୟତର ନାଏବ ସରପଞ୍ଚ ଅନନ୍ତ ଚରଣ ନାୟକଙ୍କ ସମେତ ୫ ଜଣ ବ୍ୟକ୍ତି ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୪ ଡିସେମ୍ବର ୨୦୧୮ରେ ଜିଲାପାଳଙ୍କ ସମେତ ହାଇକୋର୍ଟ ୬ ଜଣଙ୍କୁ ପକ୍ଷ ରଖିଥିଲେ। ଜିଲାପାଳଙ୍କୁ ଏହାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଏହି ଦାୟିତ୍ୱ ଓଡ଼ଗାଁ ତହସିଲଦାରଙ୍କ ଉପରେ ନ୍ୟସ୍ତ କରିଥିଲେ। ଓଡ଼ଗାଁ ତହସିଲଦାର ତଦନ୍ତ କରିବାରୁ ଉକ୍ତ ସ୍ଥାନରେ କୌଣସି ପୋଖରୀ ନ ଥିବା ନେଇ ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri