ମଶା କବଳରେ ବ୍ୟାସନଗରବାସୀ: ପରିମଳ ବ୍ୟବସ୍ଥା ସଜାଡ଼ିବାରେ ବିଫଳ

ଯାଜପୁର ଅଫିସ,୧୧।୧୨- ପାଖାପାଖି ୧ବର୍ଷ ହେଲା ସ୍ବାୟତ୍ତ ଶାସନ ବା ପୌର ସଂସ୍ଥାର ଦାୟିତ୍ୱ ପ୍ରଶାସନ ହାତରେ ରହିଛି। ସହରର ପରିବେଶକୁ ସ୍ବାସ୍ଥ୍ୟକର ଓ ନିର୍ମଳ ରଖିବା ପାଇଁ ପରିମଳ ସେବା ରହିଛି, ହେଲେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦ ଏହି ମୌଳିକ ଦାୟିତ୍ୱରୁ ନିଜକୁ ଖସାଇବାକୁ ପରିମଳ ସେବାକୁ ଆଖିବୁଜି ଦେଇଛି। ଗତ ପ୍ରାୟ ୧ ମାସ ହେବ ସହରବାସୀ ମଶା ଆକ୍ରମଣରେ ନୟାନ୍ତ ହୋଇ ପଡ଼ିଛନ୍ତି । ମଶା ମାରିବାକୁ ନିୟୋଜିତ ସଂସ୍ଥା ସ୍ପାଇକ ବିଫଳ ହୋଇଛି। ଏଭଳିସ୍ଥିତିରେ ଆଗାମୀ ଦିନରେ ସହରର ଅବସ୍ଥା ଆହୁରି ଦୁର୍ଦ୍ଦଶାଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।
ୱାର୍ଡଗୁଡ଼ିକର ଭୌଗୋଳିକ ପରିସୀମା, ଜନବସତିର ଘନତ୍ୱକୁ ବିଚାରକୁ ନିଆ ନ ଯାଇ ଅବୈଜ୍ଞାନିକ ଭାବରେ ପ୍ରତ୍ୟେକ ୱାର୍ଡକୁ ସମାନ ହିସାବରେ ପରିମଳ କାର୍ଯ୍ୟର ଘରୋଇକରଣ ହୋଇଛି। ସଂପୃକ୍ତ ଠିକାସଂସ୍ଥା ସଫେଇ କାର୍ଯ୍ୟ ଠିକ୍‌ ଭାବରେ କରୁ ନ ଥିବାବେଳେ ମାଛ ତେଲରେ ମାଛ ଭାଜିବା ଭଳି ପୌର ପରିଷଦର ଅର୍ଥକୁ ବରବାଦ କରୁଛି। ସମ୍ପୃକ୍ତ ଅନୁଷ୍ଠାନର ଏତେ ଦବଦବା ରହିଛି ଯେ, ପୌର କର୍ତ୍ତୃପକ୍ଷ ସଫେଇ କାର୍ଯ୍ୟରେ ତ୍ରୁଟି ନେଇ ତାକୁ କୈଫିୟତ ତଲବ କରିବାକୁ ସାହାସ କରୁ ନାହାନ୍ତି। ଘରକୁ ଘର ଆବର୍ଜନା ସଂଗ୍ରହ, ରାସ୍ତାଘାଟ ଝାଡୁ କରାଯିବା, ନାଳ ସଫା, ଅସ୍ଥାୟୀ ଡମ୍ପିଂୟାର୍ଡରେ ଆବର୍ଜନା ଜମା କରି ସକାଳ ସୁଦ୍ଧା ଅସ୍ଥାୟୀ ଡମ୍ପିଂ ୟାର୍ଡରୁ ଆବର୍ଜନା ଉଠାଯିବା ନେଇ ଠିକାସଂସ୍ଥା ସହ ସର୍ତ୍ତ ରଖାଯାଇଥିଲା। ଯାହାକି ଠିକ ଭାବେ ପରିଚାଳନା ହୋଇ ପାରୁନାହିଁ। ଅପରପକ୍ଷରେ ମାସ ପୁରିଲେ ହରାହାରି ପ୍ରାୟ ୧୫ ଲକ୍ଷ ଟଙ୍କା ବିଲ୍‌ ପଇଠ ହେଉଛି। ହେଲେ ରାସ୍ତାକଡ଼ରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚତ୍ଛି। ପୌର ପରିଷଦ ତରଫରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ କାମରେ ଲାଗୁନାହିଁ। ପ୍ରାୟ ୩ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନ୍‌ରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉ ନାହିଁ। ଅଳିଆ ଉଠାଣ, ଗଳି ରାସ୍ତା ସଫେଇ, ଡ୍ରେନ ସଫେଇ, ବୁଦା ଓ ଘାସ କଟା ଆଦି ୧୦୦ ପ୍ରତିଶତ କରିବାକୁ ଠିକାସଂସ୍ଥା ସହ ଚୁକ୍ତିରେ ଦର୍ଶାଯାଇଛି। ହେଲେ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଉପଯୁକ୍ତ ଭାବେ ସଫେଇ ନ ହେଲେ ଚୁକ୍ତିରେ ଠିକାସଂସ୍ଥାକୁ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଏଯାଏ ନିୟୋଜିତ ଠିକାସଂସ୍ଥା ଜାଗୃତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ିବାରେ ଲାଗିଛି। ସହର ସାରା ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ସହରର ଗଳିକନ୍ଦି, ରାସ୍ତାପାର୍ଶ୍ୱରେ ଗୁଟ୍‌ଖା ଓ ଅନ୍ୟାନ୍ୟ ପାନୀୟ ଭର୍ତ୍ତି ପ୍ଲାଷ୍ଟିକ ପାଉଚ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ତେଲ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡି ଦିଆଯାଉଛି। ତୁରନ୍ତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri