ମରାମତି ଅପେକ୍ଷାରେ ଖଣ୍ଡିତର-ରାଜଘାଟ ନଦୀବନ୍ଧ:୭.୮୬ କୋଟି ଟଙ୍କା ବ୍ୟୟବରାଦ

ରସୁଲପୁର,୩୦-୧୦(ଡିଏନଏ)- ରସୁଲପୁର ବ୍ଲକ ଖଣ୍ଡିତର ଓ ଯାଜପୁର ବ୍ଲକ ଅଧୀନ ରାଜଘାଟ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ ୧୫-ବି ବନ୍ଧ ମରାମତି, ପ୍ରଶସ୍ତୀକରଣ, ଆବଶ୍ୟକ ସ୍ଥଳେ ଜନବସତିକୁ ଗଡା ନିର୍ମାଣ, ବନ୍ଧ ଉପରେ ପାର୍କିଂ ନିର୍ମାଣ ପାଇଁ ଦାବି ହେଉଛି। ଏ ଦିଗରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲାପାଳ, ଜାରକା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି। ବନ୍ଧ ମରାମତି ଓ ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଯାତାୟାତ କରିବାରେ ଏବଂ ଆବଶ୍ୟକ ସାମଗ୍ରୀ ପରିବହନ କରିବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲେ ହେଁ ବିଭାଗ କର୍ଣ୍ଣପାତ କରୁନାହିଁ। ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି କୁହାଯାଉଛି।
ପ୍ରକାଶ ଯେ, ବରୀ ଜଳସେଚନ ସବଡିଭିଜନ ଅଧୀନ ଖଣ୍ଡିତରଠାରୁ ରାଜଘାଟ ପର୍ଯ୍ୟନ୍ତ ୧୧.୨୦୦ କି.ମି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଜନବସତି ସ୍ଥଳରେ ନଦୀବନ୍ଧରେ ଗଢା ପ୍ରସ୍ତୁତ ହୋଇନାହିଁ। ବନ୍ଧ ଉପର ରାସ୍ତା ଅଣଓସାରିଆ ଥିବାରୁ ଲୋକେ ଅନେକ ସମୟରେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପର ବରୁଆଁ ଓ ମହେଶ୍ୱରପୁର ପଞ୍ଚାୟତ ଅଞ୍ଚଳରେ ଥିବା ଏହି ନଦୀବନ୍ଧ ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ। ଏହି ରାସ୍ତା ଦେଇ ପ୍ରତ୍ୟେହ ଶହଶହ ଗାଡି ମୋଟର ଯାତାୟାତ କରୁଛି। ରାସ୍ତା ମରାମତି ଅଭାବରୁ ଅନେକ ସ୍ଥାନରେ ବନ୍ଧ ରାସ୍ତା ଭାଙ୍ଗି ଯାଇଛି। ରାସ୍ତାରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇଛି। ବନ୍ଧରାସ୍ତା ଅଣଓସାରିଆ ଯୋଗୁ ଟ୍ରାକ୍ଟର ଯାଉଥିବାବେଳେ ବାଇକ୍‌ଟିଏ ଅତିକ୍ରମ କରିପାରୁ ନାହିଁ। ଏହିସବୁ କାରଣରୁ ବନ୍ଧ ରାସ୍ତାକୁ ମରାମତି କରିବା ଓ ପ୍ରଶସ୍ତୀକରଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହାଛଡା ଆବଶ୍ୟକ ସ୍ଥାନରେ ପାର୍କିଂ ଓ ଗୋଡା ନିର୍ମାଣ କରିବା, ଗୋଡା ଅଭାବରୁ ବନ୍ଧ ତଳେ ଥିବା ଚାଷ ଜମିକୁ ଚାଷୀମାନେ ଯାତାୟାତ କରିବା, ହଳ ଲଙ୍ଗଳ ନେବା ଆଣିବା କରିବା, ଟ୍ରାକ୍ଟର ଯୋଗେ ଚାଷ ଉପତ୍ାଦିତ ଦ୍ରବ୍ୟକୁ ପରିବହନ କରିବାରେ ଅସୁବିଧା ଉପୁଜୁଛି। ବିଭାଗର ଉଦାସୀନତା ପାଇଁ ଲୋକେ ବନ୍ଧକୁ ହାଣି ଅସ୍ଥାୟୀ ଗୋଡା ପ୍ରସ୍ତୁତ କରୁଛନ୍ତି। ଏହା ବେଆଇନ କାର୍ଯ୍ୟ ହେଲେ ବି ଲୋକେ ଏହା କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ନଦୀବନ୍ଧ ଦୁର୍ବଳ ହେଉଛି। ବର୍ଷା ଦିନରେ ଏହି ସବୁ ସ୍ଥାନରେ ବନ୍ଧ ଧୋଇଯାଇ ଅଣଓସାରିଆ ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ଆବଶ୍ୟକ ସ୍ଥାନରେ ଭଲ ଭାବରେ ଗୋଡା ନିର୍ମାଣ କରାଗଲେ ଏହା ଲୋକଙ୍କ କାମରେ ଲାଗିବା ସହିତ ବନ୍ଧ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି ମହେଶ୍ୱରପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିଷ୍ଣୁଚରଣ ରାୟଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରୀ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁବାସ ତ୍ରିପାଠୀଙ୍କୁ ପଚାରିବାରୁ, ସମସ୍ୟା ସମ୍ପର୍କରେ ବିଭାଗ ଅବଗତ ରହିଛି। ଲୋକଙ୍କ ଅଭିଯୋଗକୁ ବିଭାଗ କେବେ ଅଣଦେଖା କରେନାହିଁ। ଏନେଇ ପଦକ୍ଷେପ ନିଆଯାଇଛି। ଉକ୍ତ ନଦୀବନ୍ଧ ରାସ୍ତାର ପ୍ରଶସ୍ତୀକରଣ ପାଇଁ ୭.୮୬କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମଞ୍ଜୁରୀ ପାଇଁ ସରକାରୀ ମୋହର ଅପେକ୍ଷାରେ ରହିଛି। ଅର୍ଥ ମଞ୍ଜୁର ହେବା ପରେ ବି କାର୍ଯ୍ୟ ହେବା ନେଇ ସମସ୍ୟା ରହିଛି। ବନ୍ଧରେ କେତେକ ସ୍ଥାନରେ ବ୍ୟକ୍ତିଗତ ଜମି ରହିଛି। ଏହି ଜମି ଉପରେ କାର୍ଯ୍ୟ କରିବା ସମୟରେ ସମସ୍ୟା ଦେଖାଦେଉଛି। ଉକ୍ତ ଲୋକେ ସହାୟତା କଲେ ଉକ୍ତ ନଦୀବନ୍ଧର କଳେବର ବଦଳି ଯିବ ବୋଲି ତ୍ରିପାଠୀ ପ୍ରକାଶ କରିଛନ୍ତି। ସମ୍ଭବତଃ କାର୍ଯ୍ୟ ୨୦୨୦ରେ ଆରମ୍ଭ ହେବ ବୋଲି ଆକଳନ କରାଯାଉଛି ବୋଲି ବିଭାଗ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?