Posted inପୁରୀ

ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଆବର୍ଜନା ପାହାଡ଼

ପୁରୀ ଅଫିସ, ୪ା୮: ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ସହରର ପାନୀୟଜଳ ସଙ୍କଟ ଦୂର ଲାଗି ସୁଇଟ୍‌ ୱାଟର ଜୋନ (ମଧୁର ଜଳ ସଂରକ୍ଷିତ ଅଞ୍ଚଳ)ର ପରିକଳ୍ପନା କରାଯାଇଛି। ତାଳବଣିଆ ଅଞ୍ଚଳରେ ୪୪୮ଏକର ଏବଂ ବଳିଆପଣ୍ଡା ଅଞ୍ଚଳରେ ୨୦୭ ଏକର ଜମିକୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ରହିଛି। ଏହି ଅଞ୍ଚଳକୁ ସଂରକ୍ଷିତ ରଖିବା ଲାଗି ପାଚେରି ମଧ୍ୟ ହୋଇଛି। ଏହାଦ୍ୱାରା ସହରବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇଦେବା ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ମଧୁର ଜଳର ମାନକୁ ନେଇ ଉଠିଛି ପ୍ରଶ୍ନ। ତାଳବଣିଆସ୍ଥିତ ମଧୁର ଜଳ ସଂରକ୍ଷିତ ଅଞ୍ଚଳ କଡ଼ରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା। ବର୍ଷାରେ ଏହି ଆବର୍ଜନାର ପାଣି ଭୂତଳକୁ ଯାଇ ମଧୁର ଜଳକୁ ପ୍ରଦୂଷିତ କରୁଛି। ସେହିପରି ଏଥିରୁ ବାହାରୁଥିବା ଦୁର୍ଗନ୍ଧରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ସହରର ଏକ ପ୍ରମୁଖ ରାସ୍ତା (ଆଇଟିଆଇରୁ ପେଣ୍ଠକଟା) କଡ଼ ତଥା ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ପରିସରରେ ପୌରସଂସ୍ଥା ଆବର୍ଜନାର ପାହାଡ ସୃଷ୍ଟି କରିଥିବାରୁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ନାକ ଟେକୁଛନ୍ତି। ସେହି ରାସ୍ତା ଦେଇ ଯା’ ଆସ କରିବାକୁ କେହି ଇଚ୍ଛା କରୁନାହାନ୍ତି।
ବାତ୍ୟା ପରେ ପୁରୀ ସହରରୁ ଦୈନିକ ପୂର୍ବାପେକ୍ଷା ୧୦ଗୁଣା ଅଧିକ ଆବର୍ଜନା ବାହାରିଥିଲା। ତେବେ ଏହାକୁ ଜନବସତିଠାରୁ ଦୂର କିମ୍ବା ସହର ବାହାରେ ଡମ୍ପିଂ କରିବା ବଦଳରେ ପୌରସଂସ୍ଥା ପ୍ରସ୍ତାବିତ ଷ୍ଟାଡିୟମ୍‌ ପରିସରରେ ଗଦା କରିଥିଲା। ଧୀରେ ଧୀରେ ଆବର୍ଜନା ଜମା ହୋଇ ଛୋଟ ପାହାଡ଼ର ଭ୍ରମ ସୃଷ୍ଟି ହେଉଛି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ପ୍ରମୁଖ ରାସ୍ତା (ଆଇଟିଆଇରୁ ପେଣ୍ଠକଟା) ତଥା ମଧୁର ଜଳ ସଂରକ୍ଷିତ ଅଞ୍ଚଳ କଡ଼ରେ ଏହି ଆବର୍ଜନା ଜମା କରାଯାଇଛି। ତାଳବଣିଆ ହେଲିପ୍ୟାଡ୍‌, ଆଇଟିଆଇ କଲେଜ, ଇନ୍‌କମ୍‌ ଟ୍ୟାକ୍ସ ଅଫିସ, ସଂସ୍କୃତ ବିଶ୍ୱବିଦ୍ୟାଳୟ, ବିଏମ୍‌ ଲ’ କଲେଜ ଆଦିକୁ ଏହି ରାସ୍ତା ଦେଇ ଲୋକେ ଯାତାୟାତ କରୁଥିବାବେଳେ ଆବର୍ଜନାର ଗନ୍ଧ ସମସ୍ତଙ୍କୁ ଅତିଷ୍ଠ କରିଦେଉଛି। ବର୍ତ୍ତମାନ ବର୍ଷାଦିନ ଚାଲିଛି। ବର୍ଷାରେ ଏହି ଅଳିଆ ଆବର୍ଜନାର ପାଣି ଭୂତଳକୁ ଯାଇ ମଧୁର ଜଳକୁ ପ୍ରଦୂଷଣ କରୁଥିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାକୁ ତୁରନ୍ତ ଏଠାରୁ ଉଠାଇ ନିଆଯିବା ଦରକାର। ନଚେତ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେବେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।
ଅଞ୍ଚଳର ରାଜେଶ କୁମାର ନନ୍ଦ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବାତ୍ୟା ପରେ ଯଦି ଅଧିକ ଅଳିଆ ଆବର୍ଜନା ବାହାରିଲା ତେବେ ପୌରସଂସ୍ଥା ଚାହିଁଥିଲେ ସହର ବାହାରର କୌଣସି ଏକ ଖୋଲା ଜାଗାରେ ଏହାକୁ ପକାଇ ପାରିଥାନ୍ତା। ଆବର୍ଜନା ଯୋଗୁ ଆଇଟିଆଇରୁ ପେଣ୍ଠକଟା ରାସ୍ତାରେ ଯିବାବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ମଧୁର ଜଳ ସଂରକ୍ଷିତ ଅଞ୍ଚଳ କଡ଼ରେ ଏହା ଜମା ହୋଇଛି । ଫଳରେ ବର୍ଷାରେ ଏହାର ପାଣି ଭୂତଳକୁ ଯାଉଛି। ତେଣୁ ପୌରସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେବା ଦରକାର। ସମାନ ପ୍ରକାର କଥା କହିଛନ୍ତି ପେଣ୍ଠକଟାର ପ୍ରିୟବ୍ରତ ମିଶ୍ର। ବାତ୍ୟା ପରେ ଯେତେବେଳେ ଅଳିଆ ଆଣି ଜମା କରାଗଲା ସେତେବେଳେ ୨/୩ ଥର ନିଅଁା ଲାଗି ପ୍ରବଳ ଧୂଅଁା ହୋଇଥିଲା। ଏବେ ବର୍ଷା ଯୋଗୁ ଏଥିରୁ ପ୍ରବଳ ଦୁର୍ଗନ୍ଧ ହେଉଥିବାବେଳେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢିିଛି। ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଳକୁ ଏହା ନିଶ୍ଚିତ ପ୍ରଦୂଷିତ କରୁଥିବ। ସେହିପରି ପ୍ରସ୍ତାବିତ ଷ୍ଟାଡିୟମକୁ ଡମ୍ପିଂୟାର୍ଡ ଭଳି ବ୍ୟବହାର କରାଯିବା ଠିକ୍‌ ନୁହେଁ ବୋଲି ମିଶ୍ର ମତ ପ୍ରକାଶ କରିଛନ୍ତି।
ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ପୌରସଂସ୍ଥାର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀଙ୍କୁ ପଚାରିବାରେ କହିଛନ୍ତି, ନିଶ୍ଚିତ ଏହା ଏକ ଉଦ୍‌ବେଗଜନକ ବିଷୟ। ରଥଯାତ୍ରା ପୂର୍ବରୁ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲି। ଷ୍ଟାଡିୟମ୍‌ ପରିସରରୁ ଆବର୍ଜନା ଉଠାଇ ବାହାରେ କେଉଁଠି ଖାଲ ଜାଗାକୁ ପୋତିଦେବାକୁ କହିଥିଲି। ଜିଲାପାଳ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସଫା କରଯାଇନାହିଁ। ଏ ନେଇ ପୁନଶ୍ଚ ତାଙ୍କର ଦୃଷ୍ଟି ଆକର୍ଷଣ କରିବି। ଅନ୍ୟପକ୍ଷରେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ବାତ୍ୟା ପରେ ସହରରୁ ପୂର୍ବାପେକ୍ଷା ଦୈନିକ ୧୦ଗୁଣରୁ ଅଧିକ ଆବର୍ଜନା ବାହାରିଥିଲା। ସହର ବାହାରେ ପୌରସଂସ୍ଥାର ଏମିତି କୌଣସି ଖୋଲା ବଡ ଜାଗା ବି ନ ଥିଲା। ତେଣୁ ସମ୍ପୃକ୍ତ ସ୍ଥାନରେ ଆବର୍ଜନା ପକାଯାଇଥିଲା। ଏହାକୁ କମ୍ପୋଷ୍ଟ କରିବା ଲାଗି ଯୋଜନା ଚାଲିଛି। ଖୁବ୍‌ଶୀଘ୍ର ପ୍ରସ୍ତାବିତ ଷ୍ଟାଡିୟମ୍‌ ପରିସର ସଫେଇ କରାଯିବ ବୋଲି ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri